ଅବକାରୀ ବିଭାଗର ଚଢ଼ାଉ :ବାଇକ୍ ସହ ଜଣେ ଗିରଫ ମଦ ଜବତ
ଭଞ୍ଜନଗର - ଭଞ୍ଜନଗର ଅବକାରୀ ଥାନା ଅନ୍ତର୍ଗତ ଶାଳୁଆପଲ୍ଲୀ ଗ୍ରାମ ନିକଟରୁ ଏକ ପଲସର ବାଇକ୍ ସହ ୬୦ ଲିଟର ରନ୍ଧାମଦଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଭାରପ୍ରାପ୍ତ ଥାନା ଅଧିକାରୀ ଅଲ୍ଲିଭା ମାଝି ସୁଚନା ଦେଇଛନ୍ତି । ଗୁରୁବାର ଅପରାହ୍ନରେ କୈଣସି ସୁତ୍ରରୁ ଖବର ପାଇ ଶାଳୁଆପଲ୍ଲୀ ଗ୍ରାମ ନିକଟରେ ଥାନା ଭାରପ୍ରାପ୍ତ ଅଧିକାରୀ ଅଲ୍ଲିଭା ମାଝି ସମେତ କର୍ମଚାରୀମାନେ ଜଗିରହିଥିଲେ । ଏହି ସମୟରେ ଏକ ପଲସର ବାଇକରେ ୬୦ଲିଟର ମଦ ଧରି ଆସୁଥିବା ଦେଖି ବାଇକ୍ କୁ ଅଟକାଇଥିଲେ ।ଯାଞ୍ଚବେଳେ ସେହି ବାଇକ୍ ବେଆଇନ ମଦ ଥିବାର ଦେଖ ଘଟଣାସ୍ଥଳରେ ଜବତ କରି କୋର୍ଟ ଚାଲାଣ କରାଯାଇଥିଲା । ଏହି ଚଢାଉରେ ସନାତନ ନାହାକ, କୃଷ୍ଣଚନ୍ଦ୍ର ସେଠୀ, ଜଗନ୍ନାଥ ମହାପାତ୍ର ସୁବଳ ପ୍ରଧାନ ଭାଗ ନେଇ ଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୧୦/୨୦୨୪---୯,୨୫ Sakhigopal News,10/10/2024