Breaking News

ସତ୍ୟବାଦୀ ବ୍ଳକର ଆଦର୍ଶ ପଞ୍ଚାୟତ ବୁଲିଲେ ୪୯ ଜଣ ତାଲିମ ନିର୍ବାହୀ ଅଧିକାରୀ



    ସାକ୍ଷୀଗୋପାଳ ---- ଭୁବନେଶ୍ୱର ରାଜ୍ଯଗ୍ରାମୋନ୍ନୟନ ପ୍ରତିଷ୍ଠାନ ଓ ପଞ୍ଚାୟତ ରାଜ ବିଭାଗରେ ବଲାଙ୍ଗିରରୁ ପ୍ରଶିକ୍ଷଣ ନେଉଥିବା ୪୯ ପଞ୍ଚାୟତ ନିର୍ବାହୀ ଅଧିକାରୀ ପୁରୀ ଜିଲାର ଆଦର୍ଶ ପଞ୍ଚାୟତ ବିଦ୍ଯାଧରପୁର ପରିଦର୍ଶନ କରିବାକୁ ଶନିବାର ଆସିଛନ୍ତି  । ସେମାନେ ୧୫ ଦିନ ଧରି ପ୍ରଶିକ୍ଷଣ ନେଉଛନ୍ତି  । ଡାଇରେକ୍ଟର ସୁରେନ୍ଦ୍ର କୁମାର ମିନା ଙ୍କ ନିର୍ଦ୍ଧେଶରେ ପରିଦର୍ଶନ କରିବାକୁ ପଞ୍ଚାୟତ କାର୍ଯ୍ଯାଳୟରେ ପହଞ୍ଚିଥିଲେ  । ଟ୍ରେନର ସହକାରୀ ନିର୍ଦ୍ଧେଶକ ସନ୍ତୋଷ କୁମାର ପାତ୍ର ଓ ଉପ ନିର୍ଦ୍ଦେଶିକା ଅମିତା ପାତ୍ର ପ୍ରମୁଖ ସେମାନଙ୍କୁ ପ୍ରଶିକ୍ଷଣ ଦେଇ ଆସୁଛନ୍ତି  । ଗ୍ରାମର ବିକାଶ, ସରକାରଙ୍କ ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମ ଗୁଡିକ ସଫଳ ରୂପାୟନ, ଲୋକସଂପର୍କ ଓ ପଞ୍ଚାୟତର ଗଠନରେ ସହଯୋଗ ସଂପର୍କରେ ତାଲିମ ପ୍ରଦାନ କରାଯାଉଛି ବୋଲି ତତ୍ୱାବଧାରକ ସୁଦର୍ଶନ ବେହେରା ଓ ଭାଗ୍ଯ ଭାରତୀ କହିଥିଲେ  । ବିଦ୍ଯାଧରପୁର ସରପଞ୍ଚ ଦୁଶାସନ ପ୍ରଧାନ ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟ ଯଥା ପ୍ରତି ଘରକୁ ପାନୀୟ ଜଳ, ଅଳିଆ ଆବର୍ଜନା କୁଣ୍ଡ, ଫେବରବ୍ଲକ ପକାଯାଇ ଥିବା ଗ୍ରାମଦାଣ୍ଡ, ବାତ୍ଯା ଆଶ୍ରୟସ୍ଥଳ, ଗୋଷ୍ଠୀ ସୌଚାଳୟ, କୋଠଘର  , ସ୍କୁଲ, ପାଠାଗାର, ଅଙ୍ଗନବାଡିଘର, ମିଶନଶକ୍ତିଘର, ପଞ୍ଚାୟତ କାର୍ଯ୍ଯାଳୟ  ଆଦି ବୁଲି ଦେଖିଥିଲେ  । ଭବିଷ୍ଯତରେ ନିଜ କର୍ମକ୍ଷେତ୍ରରେ ଏହିପରି ବିକାଶ ମୂଳକ କାର୍ଯ୍ୟ କରିବାପାଇଁ ଚେଷ୍ଟା କରିବୁ ବୋଲି ଜ୍ଞାନରଞ୍ଜନ ଦାଶ, ଶ୍ରୀକାନ୍ତ ମିଶ୍ର ଓ ଅଭିଳାଷ ମହାନନ୍ଦ ପ୍ରମୁଖ ମତବ୍ୟକ୍ତ କରିଥିଲେ  । ପରେ ପରେ ଐତିହ୍ୟ  ସୁଆଣ୍ଡୋ  ଗ୍ରାମର ଗୋପବନ୍ଧୁଙ୍କ ଷଠିଘର ଓ ସ୍ମାରକୀ ମିଉଜ୍ଯୂୟିମ ବୁଲିକି ଦେଖିବା ସହ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୬/୧୦/୨୦୨୪-----୮,୩୫ Sakhigopal News,26/10/2024

Blog Archive

Popular Posts