Breaking News

>>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • >>
  • ଛତିଶଗଡରେ ସ୍ମରଣିକା ଦାରୁ ଦେବତା ର ବିତରଣ ଉତ୍ସବ ଅନୁଷ୍ଠିତ
  • >>
  • ୨ୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଂଛାଡ଼ ଆନ୍ଦୋଳନ, ବରଗଡ଼ରେ ଡ୍ରାଇଭର ଙ୍କୁ ଉଠାଇନେଲା ପୋଲିସ
  • >>
  • ସାକ୍ଷୀଗୋପାଳ ରେ ଭାରତବନ୍ଦ ଡାକରା ସଫଳ: ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
  • >>
  • କଣାସରେ କଲବଲ କରୁଛି ହଇଜା ; କମିବାର ନାଁ ଧରୁ ନାହିଁ
  • >>
  • କରମଳାରେ ବନ ମହୋତ୍ସବ ପାଳିତ
  • >>
  • ଦାରୁଦେବତା ପୁସ୍ତକ ଉନ୍ମୋଚିତ;ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି -ଆଇଜି ହିମାଂଶୁ ଲାଲ କହିଲେ
  • >>
  • ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ଠାରେ ରୋଟି ମେସିନ୍ ସ୍ଥାପନ
  • >>
  • ୟୁବି ହାଇସ୍କୁଲରେ ଏନ୍ ସିସି ପକ୍ଷରୁ ବନ ମହୋତ୍ସବ ପାଳିତ
  • >>
  • ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇଟି ସ୍ଥାନରେ ଆକ୍ରମଣ, ଦୁଇ ଆହତ, ଦୁଇ ଗିରଫ
  • >>
  • ବାହାଡାପଦର ନୋଡାଲ ହାଇସ୍କୁଲ ଓ ରୋଟାରୀ କ୍ଳବ ତରଫରୁ ବନମହୋତ୍ସବ
  • >>
  • ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ଅନୁଷ୍ଠିତ
  • >>
  • ସାକ୍ଷୀଗୋପାଳ ରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କୁ ସ୍ବାଗତ
  • କୋଣାର୍କ ନାଟ୍ୟମଣ୍ଡପରେ କୁମାର ଉତ୍ସବ-୨୦୨୪; ନୃତ୍ୟଶିଳ୍ପୀଙ୍କ ଦ୍ୱାରା ଶାସ୍ତ୍ରୀୟ ଓ ଲୋକ ନୃତ୍ୟ ପ୍ରଦର୍ଶିତ



    କୋଣାର୍କ --- କଳା ଓ ସଂସ୍କୃତିର ସଙ୍ଗମ ସ୍ଥଳି ବିଶ୍ୱ ଐତିହ୍ୟ ଅର୍କକ୍ଷେତ୍ରରେ ପଦ୍ମଶୀ ସ୍ୱର୍ଗତ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ଅନବଦ୍ୟ କଳାନୁଷ୍ଠାନ ‘କୋଣାର୍କ ନାଟ୍ୟମଣ୍ଡପ’ । ଏହି ଅନୁଷ୍ଠାନର ଶିକ୍ଷାର୍ଥୀ ଓ ଶିକ୍ଷାର୍ଥିନୀମାନଙ୍କ ଦ୍ୱରା କୁମାର ଉତ୍ସବ ଅବସରରେ ଆୟୋଜିତ ହୋଇଥାଏ । ଚଳିତ ବର୍ଷ ୨୦ତାରିଖ  ସନ୍ଧ୍ୟାରେ କୋଣାର୍କ ନାଟ୍ୟମଣ୍ଡପ ପରିସରରେ ନୃତ୍ୟ ଓ ସଙ୍ଗୀତର ସାଂସ୍କୃତିକ ଆସର ‘କୁମାର ଉତ୍ସବ-୨୦୨୪’ ଅନୁଷ୍ଠିତ ହୋଇଯାଇଛି । ଏହି ସାଂସ୍କୃତିକ ଉତ୍ସବକୁ କୋଣାର୍କ ଜବାହାର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ସିଦ୍ଧାର୍ର ଶଙ୍କର ବରାଳ, ଅଭିନେତା ଅମନ, ସମାଜସେବୀ ରାଜକିଶୋର ମହାପାତ୍ର, ଶୋଲାର ସମ୍ପାଦକ ହରିଶ୍ଚନ୍ଦ୍ର ଦାଶ, ଅର୍କଶ୍ରୀର ସମ୍ପାଦକ ଉମେଶଚନ୍ଦ୍ର ସ୍ୱାଇଁ ପ୍ରମୁଖ  ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।  ଶିକ୍ଷାର୍ଥୀ ଓ ଶିକ୍ଷାର୍ଥୀନୀମାନେ ଓଡିଶୀ ନୃତ୍ୟରେ ମଙ୍ଗଳାଚରଣ ଓଁ ନମଃ ମହିଷାମର୍ଦ୍ଦନୀ, ଅଭିନୟରେ ଦେଖଗୋ ରାଧାମଧବ ଚାଲି, ଚଉରାବନ୍ଦନା, କୁମାର ପୁନେଇ ଜହ୍ନ ଲୋ,  ବେଙ୍ଗଲୀ ନୃତ୍ୟ, ସମ୍ବଳପୁରୀ ନୃତ୍ୟ ଏବଂ ପଲ୍ଲୀନୃତ୍ୟ ପରିବେଷଣ କରିିଥିଲେ ।  ଆଦ୍ୟାଶ, ସୋନ, ଦିପ୍ତିକା, ଶୁଭସ୍ମିତା, ଶ୍ରେୟାଶୃତି, ସ୍ମୃତିପ୍ରଜ୍ଞା, ନିବେଦିତା, ଯୋୟାଙ୍ଗ ଅଞ୍ଜେଲ, ଅହଲ୍ୟା, ତେଜଶ୍ରୀ, ଅମ୍ରିତା, ଶୁଭଶ୍ରୀ, ତ୍ରିଶାଖା, ପ୍ରଜ୍ଞା, ସମ୍ପୂର୍ଣ୍ଣା, ଅଦ୍ରିତ, ସୋନମ୍‌, ରିଧିପ୍ତା, କ୍ରିତିକା, ସାଇଶ୍ରୀ, ଶୁଭସ୍ମିତା, ପୁଷ୍ପାଞ୍ଜଳୀ, ଶ୍ରେୟାଂଶୀ, ସୁପ୍ରିୟା, ସୁଶ୍ରୀ, ଓଭ, ଅନିଲି, ସାଇଶ୍ରୀ, ସୁଶ୍ରୀ ଅଲିଭା, ତ୍ରିଶା, ଶୁଭଶ୍ରୀ, ରାଜଲକ୍ଷ୍ମୀ, ବିଶ୍ୱକଲ୍ୟାଣୀ ପ୍ର୍ରମୁଖ  ନୃତ୍ୟ ପ୍ରଦର୍ଶନ କରିଥିଲେ । ଗୁରୁ ଗୁରୁ ବିଷ୍ଣୁ ସାସମଲ, ନୟନୀ ନାୟକ, ଈତିଶ୍ରୀ ରାୟ, ନୃତ୍ୟ ନର୍ଦ୍ଦେଶନା ନିର୍ଦ୍ଦେଶନା ଦେଇଥିବା ବେଳେ ନିରଞ୍ଜନ ପାଲଟା ସାଂସ୍ଖୃତିକ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ । କୋଣାର୍କ ନାଟ୍ୟମଣ୍ଡପର ସମ୍ପାଦକ ଶିବାଶୀଶ ପ୍ରଧାନ, କାର୍ଯ୍ୟନିର୍ବାହୀ ସଭାପତୀ ଡ. ରମଣୀରଞ୍ଜନ ଜେନା, ସ୍ୱର୍ଗତ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସହଧର୍ମିଣୀ ସୁଲୋଚନା ପ୍ରଧାନ, ଉପସଭାପତି ପ୍ରସନ୍ନ ବେଉରିଆ,  ସୁଦେଷ୍ଣା ସାସମଲ, ସଞ୍ଜିବନୀ ପ୍ରଧାନ, ଙ୍କ ସମେତ ଅନ୍ତେବାସୀ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

    କୋଣାର୍କରୁ ଅଜିତ କୁମାର ମଲିକଙ୍କ ରିର୍ପୋଟ, ୨୧/୧୦/୨୦୨୪---୭,୧୫ Sakhigopal News,21/10/2024

    Blog Archive

    Popular Posts