ଭଏସ ଅଫ ମିଡିଆ" ର ସ୍ଵାଗତ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି
ବରଗଡ଼ --- ଆନ୍ତର୍ଜାତୀୟ ସାମ୍ବାଦିକ ସଂଗଠନ "ଭଏସ ଅଫ ମିଡିଆ ର ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲା ର ସମସ୍ତ ସଦସ୍ୟ ମାନଙ୍କୁ ନେଇ ସ୍ଥାନୀୟ ସୁରେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ସ୍ଵାଗତ ଓ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ପ୍ରଥମେ ମା ସୁରେଶ୍ଵରୀ ଦେବୀ ଙ୍କ ପ୍ରତିମୂର୍ତ୍ତି ନିକଟରେ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି ପୂଜାର୍ଚ୍ଚନା କରିଥିଲେ ।ଏଥିରେ ମୁଖ୍ୟ ଅତିଥି ଭାବେ "ଭଏସ ଅଫ ମିଡିଆ" ର ରାଜ୍ୟ ସଭାପତି ପ୍ରଭାତ କୁମାର ମିଶ୍ର ଯୋଗଦେଇ ସାମ୍ବାଦିକ ମାନଙ୍କ ଉପରେ ସରକାରଙ୍କ ବୈମାତୃକ ମନୋଭାବ ତଥା ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ପାଇଁ ଦାବୀ ପତ୍ର ପ୍ରଦାନ କରାଯାଇଛି ବୋଲି କହିଥିଲେ। ଭଏସ ଅଫ ମିଡିଆ ପକ୍ଷରୁ ବିଭିନ୍ନ ରାଜ୍ୟରେ ଦିଆଯାଉଥିବା ୫ ଲକ୍ଷ ଟଙ୍କା ର ସ୍ୱାସ୍ଥ୍ୟ ବୀମା ଓ ଦୁର୍ଘଟଣା ଜନିତ ବୀମା ସହ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯଥା ଶୀଘ୍ର ଓଡିଶାରେ ଲାଗୁ କରାଯିବ ବୋଲି ଘୋଷଣା କରିଥିଲେ। ସମ୍ମାନିତ ଅତିଥି ଭାବେ ଭଏସ ଅଫ ମିଡିଆ ର ରାଜ୍ୟ ଉପସଭାପତି ଆଶୁତୋଷ ରଥ କହିଥିଲେ ସରକାର ପଶୁପକ୍ଷୀ ଗଣନା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ରାଜ୍ୟ ରେ ସମ୍ବାଦିକ ମାନଙ୍କ ସୁଚନା ଓ କୌଣସି ସୁରକ୍ଷା ଯୋଜନା କରିପାରୁନଥିବା ପରିତାପ ବିଷୟ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ସୁସଂଗଠକ ଭୋଜରାଜ ବାଗ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଧନେଶ୍ଵର ବିଭାର, ଭଏସ ଅଫ ମିଡିଆ ର ସମ୍ବଲପୁର ସଭାପତି ରାଧେଶ୍ୟାମ ପଣ୍ଡା, ବରଗଡ଼ ଜିଲ୍ଲା ସଭାପତି ଭବାନୀ ଶଙ୍କର ପାଢ଼ୀ, ସୁନ୍ଦରଗଡ ଜିଲ୍ଲା ସଭାପତି ପଙ୍କଜ କୁମାର ସାହୁ ସାମ୍ବାଦିକତା କ୍ଷେତ୍ରରେ ସୁବିଧା ଓ ଅସୁବିଧା ଉପରେ ନିଜ ନିଜ ବକ୍ତବ୍ଯ ରଖିଥିଲେ। ନୂତନ ଭାବେ ଗଠନ ହୋଇ ଥିବା ଭଏସ ଅଫ ମିଡିଆ ର ସୋନପୁର ଜିଲ୍ଲାର ସଭାପତି ଭାବେ ସିଦ୍ଧେଶ୍ଵର ଗିରି ଓ ବୌଦ୍ଧ ଜିଲ୍ଲା ର ସଭାପତି ଭାବେ ଆଶିଷ ଠାକୁରଙ୍କୁ ରାଜ୍ୟ ସଂଗଠନ ଚୟନ କରିଥିବାବେଳେ ବିଜୟ କୁମାର ଆଚାର୍ଯ୍ୟଙ୍କୁ ଭଏସ ଅଫ ମିଡିଆ ର ରାଜ୍ୟ ସଂଗଠନ ଦାଇତ୍ବ ଦିଆଯାଇଛି।
ଏହି ଅବସରରେ ସୋନପୁର ଓ ବୌଦ୍ଧ ଜିଲ୍ଲା ସାମ୍ବାଦିକ ମାନଙ୍କୁ ଭଏସ ଅଫ ମିଡିଆ ର ସ୍ଵାଗତ ଓ ସମ୍ବର୍ଦ୍ଧନା ଦିଆଯାଇ ଆଇକାର୍ଡ ପ୍ରଦାନ କରାଯାଇଥିଲା। ସାମ୍ବାଦିକ ମୋତି ଲାଲ ବାଗ, ବେଣୁଧର ପ୍ରଧାନ, ବୈଦ୍ୟନାଥ ସାମଲ, ଚୈତନ୍ୟ ପୋଥାଳ, ବସନ୍ତ ସ୍ୱାଇଁ, ଗୌରୀ ଶଙ୍କର ପାଣିଗ୍ରାହୀ, ଗୋକୁଳାନନ୍ଦ ସାହୁ, ସନାତନ ନାଗ, ଗୁରୁଦେବ ମେହେର, ସଚିକାନ୍ତ ସୁନା, ପ୍ରଭଞ୍ଜନ ପୁରୋହିତ, ହୃଦାନନ୍ଦ ମେହେର, ଅଭିମନ୍ୟୁ ନାୟକ ଓ ଗୋପାଳ ମେହେର ଓ ଅନ୍ୟାନ୍ୟ ବହୁ ସଂଖ୍ୟାରେ ସୋନପୁର ଓ ବୌଦ୍ଧ ଜିଲ୍ଲା ସାମ୍ବାଦିକ ମାନେ ଏହି ସ୍ଵାଗତ ଓ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦାନ କରିଥିଲେ। ପରିଶେଷରେ ବୌଦ୍ଧ ଜିଲ୍ଲା ର ସାଧାରଣ ସମ୍ପାଦକ ବୃନ୍ଦାବନ ପାତ୍ର ଉପସ୍ଥିତ ସମସ୍ତ ରାଜ୍ଯ ଓ ଜିଲ୍ଲା ର ସମସ୍ତ ସାମ୍ବାଦିକ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨/୭/୨୦୨୪----୫,୫୫ Sakhigopal News,2/7/2024