Breaking News

ସାକ୍ଷୀଗୋପାଳରେ ଶ୍ରୀ ରାଧା ଜନ୍ମ ମହୋତ୍ସବ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ; ବିଭିନ୍ନ ରାଜ୍ୟର କଳାକାର ମାନଙ୍କୁ ନିମନ୍ତ୍ରଣ ପାଇଁ ନିସ୍ପତି



ସାକ୍ଷୀଗୋପାଳ--- ସାକ୍ଷୀଗୋପାଳ ସାକ୍ଷୀଗୋପାଳରେ ଶ୍ରୀ କୃଷ୍ଣ ଜନ୍ମ ପାଳନ ସହିତ ମା ରାଧାରାଣୀଙ୍କ ଜନ୍ମ ଉତ୍ସବ ମହାଆଡମ୍ବର ସହକାରେ ସାକ୍ଷୀଗୋପିନାଥ ମନ୍ଦିରର ସିଂହଦ୍ୱାର ନିକଟରେ ପାଳିତ ହୋଇଆସୁଛି । ୨୦୨୪ ରେ ମା ରାଧାରାଣୀଙ୍କ ଜନ୍ମ ଉତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସାକ୍ଷୀଗୋପାଳ ସିଂହଦ୍ୱାର ଭଜନ କମିଟିର ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି ।  ଅନୁଷ୍ଠାନର ଉପଦେଷ୍ଠା ସୁକାନ୍ତ କିଶୋର ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଚଳିତ ସେପ୍ଟେମ୍ବର ୧୧ ତାରିଖରେ ମା ରାଧାରାଣୀଙ୍କ ଜନ୍ମ ତିଥି କିପରି ମହାଆଡମ୍ବର ସହକାରେ ପାଳିତ ହେବ ସେ ସମ୍ପର୍କରେ ଆଲେଚନା କରାଯାଇଥିଲା । ପୂର୍ବବର୍ଷ ପରି ତିନିଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ବୈଠକରେ ନିସ୍ପତି କରାଯାଇଛି । ଏ ବର୍ଷ  ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ସହିତ ବ୍ୟନ୍ଦାବନ ରାସ ମୁଖ୍ୟ ଆକର୍ଷଣ ରହିବ ।  ଅନୁଷ୍ଠାନ ପକ୍ଷରୁ ସ୍ମରଣିକା ଉନ୍ମୋଚନ କରାଯିବ ସେଥିପାଇଁ  କବି କବୟତ୍ରୀ ଓଲେଖକ ମାନଙ୍କ ଠାରୁ ଜୁଲାଇ ମାସ ୨୫ ତାରିଖ ସୁଦ୍ଦା ଲେଖା ସଂଗ୍ରହ କରାଯିବା ପାଇଁ ବୈଠକରେ ନିସ୍ପତି ଗ୍ରହଣ କରାଯାଇଛି ।  ଅନୁଷ୍ଠାନର ସଭାପତି ତଥା ଶିଳ୍ପପତି ନାରାୟଣ ପାତ୍ରଙ୍କ ପରାମର୍ଶ କ୍ରମେ ଏକ ଫେସବୁକ ପେଜ ଶ୍ରୀ ରାଧା ଜନ୍ମ ମହୋତ୍ସବ ନାମରେ ଉନ୍ମୋଚନ କରାଯାଇଥିଲା ।  ଅନୁଷ୍ଠାନର ସମ୍ପାଦକ ଦିବାକର ମହାପାତ୍ର, ଓ ଜିତେନ ମହାପାତ୍ର, ବିଶ୍ୱନାଥ ମହାପାତ୍ର, ସିଂହାରୀ ଆଲୋକ ଖୁଣ୍ଠିଆ, ପ୍ରଫୁଲ ଚନ୍ଦ୍ର ପଣ୍ଡା,ରବୀନ୍ଦ୍ର ନାଥ ଷଡଙ୍ଗୀ, ସୁନିଲ କୁମାର ମାହାନ୍ତି,  ଦେବଦତ୍ତ ସାମନ୍ତରାୟ, ବାଳକୃଷ୍ଣ ମହାପାତ୍ର, ବିକ୍ରମ କୁମାର ପାତ୍ର, ଉମାଶଙ୍କର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୭/୨୦୨୪---୮,୧୫  Sakhigopal News, 1/7/2024

Blog Archive

Popular Posts