ଆଇ ଡି ଏଫ୍ ସି ବ୍ୟାଙ୍କ୍ ଆନୁକୁଲ୍ୟରେ ସଡକ ସୁରକ୍ଷା ସଚେତତା
ବରଗଡ଼ --- ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସର ରେ ଆଇ ଡି ଏଫ୍ ସି ବ୍ୟାଙ୍କ୍ ଆନୁକୁଲ୍ୟରେ ନବମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ତର୍କ ,ସାଧାରଣ ଜ୍ଞାନ ଓ ପ୍ରବନ୍ଧ ଲିଖନ ଆଦି ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା । ଏସ ଶୁଭ ଲକ୍ଷ୍ମୀ, କାହ୍ନା ବାରିକ ,
କ୍ରିଷ୍ଣା ଦୀପ ପ୍ରମୁଖ ପୁରସ୍କୃତ ହୋଇ ଥିଲେ । ବ୍ୟାଙ୍କ୍ ମ୍ୟାନେଜର ହେମାନନ୍ଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଟିତ ଏହି କାର୍ଯ୍ୟ କ୍ରମ ରେ ବ୍ୟାଙ୍କ୍ ଅଧିକାରୀ ଅଭୟ ମେହେର ,ଅଖିଳ ଖାନ,ରାଜେଶ୍ ବାରିକ ,ରାଜେଶ୍ ବଦାତ୍ୟ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ସଡ଼କ ସୁରକ୍ଷା ସଚେତନ କରାଇଥିଲେ । ଅନୁଷ୍ଠିତ ସଚେତନତା ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୂଦୀପ କୁମାର ରଥ ଅଧ୍ୟକ୍ଷତା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତି ରହିବା ସହ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨/୭/୨୦୨୪----୫,୫୫ Sakhigopal News,2/7/2024