Breaking News

ସତ୍ୟବାଦୀ ବ୍ଳକ ସ୍ତରୀୟ ଅଭିଯୋଗ ଶୁଣାଣିଶିବିର ; ବିଧାୟକ ନିଜେ ଉପସ୍ଥିତ ରହି ଅଭିଯୋଗକାରୀଙ୍କ ଠାରୁ ଅଭିଯୋଗ ଶୁଣିଲେ


  


ସାକ୍ଷୀଗୋପାଳ,----  ସତ୍ୟବାଦୀ ବ୍ଳକ ସ୍ତରୀୟ ଅଭିଯୋଗ ଶୁଣାଣିଶିବିର ସଦଭାବନା ସଭା ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି ।  ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ସତ୍ୟବାଦୀ ତହସିଲଦାର ଆଲୋକ କୁମାର ଦେହୁରୀ, ବିଡିଓ ଲିପିସା ରାୟ, ଏବିଡିଓ ସଲିଳ କୁମାର ଦାଶ ଓ ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର ଓ ଜିଲ୍ଲାପରିଷଦ ସଭ୍ୟା ବିଷ୍ଣୁପିୟା ବରାଳ , ଜିପିଓ ସୌଭାଗ୍ୟ ରଞ୍ଜନ କର ପ୍ରମୁଖ ଉପସ୍ଥି ରହି ଜନଶୁଣାଣି କରିଥିଲେ । ବିଶେଷ କରି ବିଧାୟକ ଶ୍ରୀ  ମିଶ୍ର ଜନଶୁଣାଣି ଶିବରକୁ ବିଳମ୍ବରେ ଆସିବାରୁ ପ୍ରଥମେ ସେ ଉପସ୍ଥିତ ଥିବା ଅଧିକାରୀ ଓ ଜନସାଧାରଣଙ୍କୁ କ୍ଷମା ମାଗି ନେଇ ଶେଷ ପର୍ଯ୍ୟନ୍ତ ଅଭିଯୋଗ କାରୀଙ୍କ ଠାରୁ ଅଭିଯୋଗ ସମ୍ପର୍କରେ ଶୁଣିଥିଲେ । ଏବଂ ଅଭିଯୋଗ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସେମାନଙ୍କ ଅଭିଯୋଗର ଚିରୁକୁଟି ଦେଇ ବହୁ ଶିଘ୍ର ଅଭିଯୋଗ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଅଭିଯୋଗ ଗୁଡିକ କେଉଁ କେଉଁ ବିାଗରୁ ଆସିଛି ତାହାକୁ ଅଲାଗା କରି ବିଭାଗୀୟ ଅଧିକାରୀ ମାନଙ୍କୁ ହସ୍ତାନ୍ତର କରାଯିବ । ସାତଦିନ ମଧ୍ୟରେ ଅଭିଯୋଗ ଗୁଡିକର ଉତ୍ତର ବିଡିଓଙ୍କ ପାଖରେ ପହଞ୍ଚାଇବାକୁ ବିଧାୟକ ଶ୍ରୀ ମିଶ୍ର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗ ପାଇଁ ବ୍ଳକ କାର୍ଯ୍ୟାଳୟରେ ଜଣେ ଅଧିକାରୀ ରହି ଅଭିଯୋଗକାରୀଙ୍କ ନାମ, ଠିକଣା, ଫୋନ ନମ୍ବର, ଅଭିଯୋଗ ସମ୍ପର୍କରେ ଏକ ରେଜିଷ୍ଟର କରି ସେଥିରେ ଉଲ୍ଲେଖ କରିବା ପାଇଁ ବିଡିଓଙ୍କୁ ବିଧାୟକ କହିଛନ୍ତି । ବିଶେଷ କରି ଆମାସଯୋଜନା, ପାନୀୟ ଜଳ , ଜଳନିଷ୍କାସନ, କୃଷି, କଣୁ, ଉଦ୍ୟାନ, ବିଦ୍ୟୁତ, ରାସ୍ତା ଘାଟ ଆଦି ସମ୍ପକରେ ଅଭିଯୋଗ ଗୁଡିକ ଆସିଥିଲା । ମୂଳଅଳସା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶଙ୍କର୍ଷଣ ପ୍ରଧାନ ଅଭିଯୋଗ କରିଛନ୍ତି ଯେ ଜଣେ ସଧବା ମହିଳା ବିଧବା ଭର୍ତ୍ତା ନେଉଛନ୍ତି । ସେହିପରି ଉଦ୍ୟାନ ବିଭାଗ ନଡିଆ ଗଛ ନ ଦେଇ ଲୋକମାନଙ୍କୁ ଦେଉଛି ପଇସା, ପକ୍କାଘର ଥାଇ ଆବାସଯୋଜନା ହାେଇଛନ୍ତି ହିତଧିକାରୀ ଅନ୍ୟ ପକ୍ଷେ ପଲିଥିନି ତଳେ ରହିଛନ୍ତି ଅନେକ ପରିବାର ବୋଲି ଶ୍ରୀ ପ୍ରଧାନ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ସେହିପରି କଳିଙ୍ଗ ବିହାର ବିକାଶ ସମିତି ପକ୍ଷରୁ ଜଳ ଯୋଗାଣ ସହିତ ବର୍ଷା ଦିନରେ ଉକ୍ତ ବିହାରରୁ ଜଳ ନିର୍ଷାସନ ବଡ ସମସ୍ୟା ବୋଲି ବିଧାୟକଙ୍କୁ ଅଭିଯୋଗ କରିଥିବା ଜଣାପଡିଛି । ସେହିପରି ଶ୍ରଦ୍ଧାଞ୍ଜଳି ରଥ ଜଣେ ଦିବ୍ୟାଙ୍ଗ ମହିଳା ଦୋଇଥବାରୁ ଏକ ଅ।।ବସଯୋଜନା ପାଇବା ପାଇଁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁନାହାନ୍ତି ବୋଲି କହନ୍ତି । ସତ୍ୟବାଦୀ ବ୍ଳକର ୨୪ ଗୋଟି ଗ୍ରାମ ପଞ୍ଚାୟତରୁ ବିଭିନ୍ନ ବିଭାଗରୁ ୨୯୦ଗୋଟି ଅଭିଯୋଗ ଆସିଥିବା ଏବିଡିଓ ଶ୍ରୀ ଦାଶଙ୍କ ଠାରୁ ସୁଚନା ମିଳିଛି । ସାରଙ୍ଗଯୋଡି ପଞ୍ଚାୟତ ର ଅଭିଜିତ ପ୍ରଧାନ ସାତ ବର୍ଷର ବାଳକ କୁ ବିଧାୟକ ଓମ୍ ପ୍ରକାଶ ମିଶ୍ର ଏକ  ହୁଇଲିଚେୟାର ପ୍ରଦାନ କରିଥିବା ବିଡ଼ିଓ ଲିପ୍ସା ରାୟଙ୍କ ଠାରୁ ସୁଚନା ମିଳିଛି।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୭/୨୦୨୪---୮,୧୫   Sakhigopal News, 1/7/2024

Blog Archive

Popular Posts