ଓଡିଆ ବିଶ୍ୱବିଦ୍ୟାଳୟ କେବେ ଛାଡିବ ପାନ୍ଥନିବାସ ଓ କଲ୍ୟାଣମଣ୍ଡପ ; ଯାତ୍ରୀ ଓ ଜନସାଧାରଣ ଅସୁବିଧାର ସମ୍ମୁଖୀନ
ସାକ୍ଷୀଗୋପାଳ----ସତ୍ୟବାଦୀରେ ବିଜେଡି ସରକାରଙ୍କ ସମୟରେ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ବା ପଞ୍ଚସଖାଙ୍କୁ ଏକ ଭେଟି ଦେଇଥିଲା ବୋଲି ସେ ସମୟରେ କୁହାଯାଇଥିଲା । କାରଣ ବିଭିନ୍ନ ଜିଲ୍ଲାରେ ଏହି ଓଡିଆ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାରଙ୍କ ପାଖରେ ଦାବି କରାଯାଇଥିଲା । ମାତ୍ର ସତ୍ୟବାଦୀର କିଛି ବୁଦ୍ଧିଜୀବୀ, ଜନସାଧାରଣଙ୍କ ସହିତ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସତ୍ୟବାଦୀରେ ଓଡିଆ ବିଶ୍ୱ ବିଦ୍ୟାଳୟ କରିବା ପାଇଁ ସରକାରଙ୍କ ପାଖରେ ଦାବି କରିଥିଲେ । ରାଜ୍ୟ ସରକାର ଆସିଥିବା ଦାବି ଗୁଡିକକୁ ଆଲେଚନା କରି ଶେଷରେ ନିସ୍ପତି ନେଇଥିଲେ ଯେ ଓଡିଆ ବିଶ୍ୱବିଦ୍ୟାଳୟ ସତ୍ୟବାଦୀରେ କରାଯିବ । ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ପଛ ପାଶ୍ୱର୍ରେ ଥିବା କିଛି ଜମି ଓଡିଆ ବିଶ୍ୱବିଦ୍ୟାଳୟ ଗ୍ରହଣ କରି ସେଠାରେ ଘର କାମ ଆରମ୍ଭ କରିଦେଲା । ମାତ୍ର ସଠିକ ସମୟରେ ଘର କାମ ନ ସରିବାରୁ ପ୍ରଶାସନିକ ଅଧିକାରୀଙ୍କ ନିସ୍ପତି ଅନୁସାରେ ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟାଳୟ ପରିସରରେ ଥିବା ପାନ୍ଥନିବାସ ଓ କଲ୍ୟାଣମଣ୍ଡପକୁ ଜୁଲାଇ ମାସରେ ରାଜ୍ୟ ସରକାର ନିସ୍ପତି ଅନୁଯାୟୀ ଅସ୍ଥାୟୀ ଭାବେ କାର୍ଯ୍ୟାଳୟ ଆରମ୍ଭ କରାଯାଇଥିଲା । ପରେ ପରେ ୨୦୨୩ ଅଗଷ୍ଟ ମାସରେ ପିଲା ମାନଙ୍କ ନାମ ଲେଖା ଆରମ୍ଭ ହେଲା ସେହି ଅସ୍ଥାୟୀ କାର୍ଯ୍ୟାଳୟ ପରିସରରେ । ଏପରିକି ସେହି ଅସ୍ଥାୟୀ କମ୍ପ୍ୟାସ ପରିସରରେ ୨୦୨୩ସେପ୍ଟେମ୍ବର ୫ ତାରିଖ ଅର୍ଥାତ ଗୁରୁଦିବସରେ ଓଡିଆ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ା ଆରମ୍ଭ ହେବା ସହ ଓଡିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟ ଚାଲିଥିଲା । କିଛି ଦିନ ପରେ ତଥା ୨୦୨୪ ଜାନୁଆରୀ ମାସ ୨୪ ତାରିଖ ଦିନ ଓଡିଆ ବିଶ୍ୱିଦ୍ୟାଳୟ ନିଜର ସ୍ଥାୟୀ କମ୍ବ୍ୟାସ ଉଦଘାଟନ ହେବା ସହ କ୍ଳାସରୁମ, ହଷ୍ଟେଲ, ଅଫିସରୁମ ସମସ୍ତ କାର୍ଯ୍ୟ ଓଡିଆ ବିଶ୍ୱବିଦ୍ୟାଳୟର ନିଜସ୍ୱ କମ୍ପ୍ୟାସରେ ଚାଲିଛି । ମାତ୍ର ସାକ୍ଷୀଗୋପିନାଥ ଦେବଙ୍କ ପାନ୍ଥନିବାସ ଓ କଲ୍ୟାଣମଣ୍ଡପ ଘର ଦୁଇଟି ଚାବି ପକାଇ ଓଡିଆ ବିଶ୍ୱବିଦ୍ୟାଳୟ କତୃପକ୍ଷ ରଖିଛନ୍ତି । ଯାହା ଫଳରେକି ସାକ୍ଷୀଗୋପିନାଥ ଦର୍ଶନ କରିବାକୁ ଆସୁଥିବାଯାତ୍ରୀ ମାନେ ଅଳ୍ପ ପଇସାରେ ଯାତ୍ରୀ ନିବାସ ବା କଲ୍ୟାଣମଣ୍ଡପ ଘର ଭଡା ସୁତ୍ରରେ ନେଇ ରାତ୍ର ଯାପନ କରୁଥିଲେ । ସେହି ପରି ସାକ୍ଷୀଗୋପାଳ ଓ ଆଖପାଖ ଅଞ୍ଚଳର ଜନସାଧାରଣ ସେହିପରି ଅଳ୍ପ ପଇସାରେ ଉକ୍ତ ମଣ୍ଡପ ଭଡା ନେଇ ବିବାଘର ଓ ବ୍ରତଘର, ସଭା ସମିତି, ସହିତ ଶ୍ରାଦ୍ଧଦିବସ ଆଦି କାର୍ଯ୍ୟ କରୁଥିଲେ । ଏବେ ଓଡିଆ ବିଶ୍ୱିଦ୍ୟାଳୟ ଘର ଗୁଡିକ ଚାବି ପକାଇ ରଖିବା ଯୋଗୁ ଘର ଗୁଡିକ ଭୂତ କୋଠିରେ ପରିଣତ ହେବା ସହ ଜନସାଧାରଣ ଓ ଠାକୁରଙ୍କୁ ଦର୍ଶନ କରିବାକୁ ଆସୁଥିବା ଦର୍ଶନାଥୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ନୂତନ ବିଧାୟକ ଏ ଦିଗପ୍ରତି ନଜର ଦେବାକୁ ଜନସାଧାରଣରେ ଦାବି ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୬/୨୦୨୪---୫,୨୫ Sakhigopal News, 26/6/2024