Breaking News

ଜମି ହଡପ କରିବା ପାଇଁ ଚକ୍ରାନ୍ତ ; ମରିବାର ୯ ମାସ ପରେ ଜମି ବିକ୍ରୟ କବଲା କଲେ ମୃତକ


 

ସାକ୍ଷୀଗୋପାଳ,----- ସାକ୍ଷୀଗୋପାଳ ସବରେଜିଷ୍ଟର ଅଫିସିରେ ପୁଣି ମୃତ୍ୟୁ କରିବା ପରେ ଜମି କବଲା କରିଥିବା ନେଇ ଏବେ ଆସିଛି ମାମଲା । ଏହା ଆଗରୁ ଏହି ପରି ଅନେକ ସବରେଜିଷ୍ଟର କାର୍ଯ୍ୟାଳୟରେ ଜମି କିଣା ବିକା ହୋଇଥିବା ନଜରି ରହିଛି । ଏଠାରେ ପଇସା ଦେଲେ ମରିବା ଲୋକ ପୁଣି ବଞ୍ଜିଉଠେ । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ଥାନା ଅନ୍ତର୍ଗତ ଶୁକଳ ଗ୍ରାମ ପଞ୍ଚାୟତର ବାମବରଡା ଗ୍ରାମର ରାମ ମଲିକଙ୍କର ଗୋଟିଏ ପୁଅ ତ୍ରିପାଥ ମଲିକ ଓ ରଙ୍ଗ, ସୁନ୍ଦରୀ ମଲିକ ନାମରେ ଦୁଇଟି ଝିଅ ଅଛନ୍ତି । ସେମାନଙ୍କ ବାପା ରାମ ମଲିକ ୧୨ା୮ା ୨୦୦୦ ମସିହାରେ ମୃତ୍ୟୁ ବରଣ କରିଥିଲେ । ଯାହାକି ସାକ୍ଷୀଗୋପାଳ ସ୍ଥିତ ଅଳଗୁମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମୃତ୍ୟୁ ପଞ୍ଜିକରଣରୁ ଜଣାପଡେ ।  ମାତ୍ର ୧୮ା୫ା୨୦୦୧ ମସିହାରେ ବାମବରଡା ମୌଜରେ ଥିବା ଖାତାନଂ-୪୪୦, ପ୍ଳଟନଂ-୧୨୨୯ ଓ ଚକଭୁକ୍ତ ହୋଇଥିବା ନଂ- ୪୬୧ ରେ ଥିବା ଜମି ୦,୮୪ ଡିସିମିଲି ଜମିକୁ ୧୮/୫/୨୦୦୧ ମସିହାରେ ଗିରିଧାରୀ ମଲିକ ଓ ରମେଶ ମଲିକଙ୍କୁ କବଲା କରିଥିବା କବଲାରୁ ଜଣାପଡିଛି । ସେହିପରି ଖାତାନଂ- ୪୪୦, ପ୍ଳଟନଂ-୪୧୪ ଓ ଚକନଂ୧୪୩ ଏରିଆ ୦. ୮୦ ଡିସିମିଲିକୁ ବିରଞ୍ଜି ପ୍ରଧାନ ଓ ଗୋପିନାଥ ନାଏକ ବେ ଆଇନ ଭାବେ ଦଖଲ କରିଥିବା ଜଣାପଡିଛି ବୋଲି ତ୍ରିନାଥ ମଲିକ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ଉକ୍ତ କବଲା ଗୁଡିକ ରଦ୍ଧ କରିବା ସହ ତାଙ୍କୁ ନ୍ୟାୟ ଦେବା ପାଇଁ ସେ ଦାବି କରିଛନ୍ତି । ସୁଚନାଯୋଗ୍ୟ ଯେ ତ୍ରିନାଥ ମଲିକ ବଞ୍ଚିଥିବା ସମୟରେ ତାଙ୍କୁ ମଧ୍ୟ ମୃତ୍ୟୁ ଦର୍ଶାଇ ଦିଆଯାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ପକୃତ ପକ୍ଷେ ରାମ ମଲିକ ମରିବାର ୯ ମାସ ପରେ କିପରି ଜମି କବଲାରେ ଟିପ ଚିହ୍ନ କଲେ ଏବଂ ସେ ଦସ୍ତଖତ କରିବା ଜାଣିଥିଲେ ମଧ୍ୟ ସେ କାହିଁକି ଟିପ ଚିହ୍ନ କଲେ ତାହା ଏବେ ପ୍ରଶ୍ନବାଚୀ ହୋଇପଡିଛି । ତୁରନ୍ତ ଏହି କବଲାକୁ ଭିତ୍ତିକରି ଅଧିକ ତଦନ୍ତ କରାଗଲେ ସାକ୍ଷୀଗୋପାଳ ସବରେଜିଷ୍ଟର ଅଫିସରେ ହୋଇଥିବା ଘୋଟଲା ଏବଂ ଏଥିରେ ସମ୍ପୁକ୍ତ ଥିବା ମୋହିରର ଓ କର୍ମଚାରୀଙ୍କ ମୁଖା ଖୋଲିବ ବୋଲି ସାଧାରଣରେ ଦାବି ହେଉଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୬/୨୦୨୪----୭,୧୦ Sakhigopal News, 8/6/2024

Blog Archive

Popular Posts