ଭାରତ ବିକାଶ ପରିଷଦ ର ପ୍ରାନ୍ତୀୟ କାର୍ଯ୍ୟଶାଳା ଆୟୋଜିତ
ଭୁବନେଶ୍ୱର : ---
ଭାରତ ବିକାଶ ପରିଷଦ, ଓଡିଶା ପୂର୍ବପ୍ରାନ୍ତ ତରଫରୁ ଏକଦିବସୀୟ କାର୍ଯ୍ୟଶାଳା ଭୁବନେଶ୍ୱର ସ୍ଥିତ ସ୍ଥାନୀୟ ଭାରତୀୟ ବିଦ୍ୟା ଭବନ ପରିସରରେ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟଶାଳାରେ ପ୍ରାୟ ଦୁଇଶହ ରୁ ଅଧିକ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ l
ପ୍ରାରମ୍ଭରେ ବରିଷ୍ଠ ପଦାଧିକାରୀ ଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ବଳନ ସହ ବନ୍ଦେ ମାତରମ ସଂଗୀତ ଗାନ କରାଯାଇ କାର୍ଯ୍ୟଶାଳା ର ଶୁଭାରମ୍ଭ ହୋଇଥିଲା l ଏହି ଅବସରରେ ଭାରତ ବିକାଶ ପରିଷଦ, ଓଡିଶା ପୂର୍ଵ ପ୍ରାନ୍ତ ର ସଭାପତି ଶ୍ରୀ ସତ୍ୟବାଦୀ ଦାଶ ସ୍ୱାଗତ ଭାଷଣ ଦେଇଥିବାବେଳେ ରାଜ୍ୟ ପୃଷପୋଷକ ଶ୍ରୀ ଅଜୟ ଦାଶ ସଂଗଠନ ର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଜପାତ କରିଥିଲେ । କ୍ଷେତ୍ରୀୟ ମହାସଚିବ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ମହୋଦୟ ଭାରତ ବିକାଶ ପରିଷଦ ର ଲକ୍ଷ୍ୟ, ଦୃଷ୍ଟିଭଙ୍ଗୀ, ସଂଗଠନ ସଂରଚନା, ମୂଳରେଖା ଓ ଆଚରଣ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଭାବେ ମାର୍ଗଦର୍ଶନ କରିଥିଲେ । କ୍ଷେତ୍ରୀୟ ସଂଯୁକ୍ତ ମହାସଚିବ ନୂତନ ପଦାଧିକାରୀଙ୍କ ଶପଥ ପାଠ କରାଇଥିଲେ l
ରାଜ୍ୟ ଅର୍ଥ ସଚିବ ଶ୍ରୀ ନରସିଂହ ମିଶ୍ର ଆଗାମୀ ଆର୍ଥିକ ବର୍ଷ ର ବଜେଟ ଉପସ୍ଥାପନ କରିଥିବାବେଳେ କ୍ଷେତ୍ରୀୟ ଅର୍ଥ ସଚିବ ଚାଟାର୍ଡ ଆକାଉଣ୍ଟ ଶ୍ ଆନନ୍ଦ ପ୍ରସାଦ ଶାଖା ର ଆର୍ଥିକ ପରିଚାଳନା ଓ ତାର ହିସାବ ନିକାସ ସମ୍ବନ୍ଧରେ ବିଷଦ ଭାବରେ ବୁଝାଇଥିଲେ l ରାଜ୍ୟ ଉପସଭାପତି ଶ୍ରୀଧର ସାହୁ ସୂସମ୍ପର୍କ ସ୍ଥାପନ କରି ସଂଗଠନ କୁ ମଜଭୁତ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ରାଜ୍ୟ ପୃଷ୍ଠପଷକ ଡକ୍ଟର ଡି. ଏନ. ଦାଶ ସେବାସଂସ୍କାର କାର୍ଯ୍ୟ ଅନ୍ତର୍ଗତ NGSC, BKJ, GVCA ଓ ସଂସ୍କୃତି ସପ୍ତାହ ପାଳନ, ରକ୍ତ ଦାନ, ଚକ୍ଷୁ ଦାନ, ଅଙ୍ଗ ଦାନ, ସ୍ୱାସ୍ଥ୍ୟ ଶିବିର, ଗ୍ରାମ୍ୟ ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ l
ରାଜ୍ୟ ଉପସଭାପତି ଶ୍ରୀ ସଚ୍ଚିଦାନନ୍ଦ ନାୟକ ପରିବେଶ ସୁରକ୍ଷା ସମ୍ବନ୍ଧରେ ଆଲୋଚନା କରିଥିଲେ । ମହିଳା ବାଳ ବିକାଶ କ୍ଷେତ୍ରୀୟ ସଚିବ ଶ୍ରୀମତୀ ସୁପ୍ରିତି ରଥ ମହିଳା ଓ ଯୁବକ ମାନଙ୍କର ବିକାଶ ପାଇଁ ଉଦିଷ୍ଟ କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣନା କରିଥିଲେ l ଏହି ଅବସରରେ ମାସିକ ପତ୍ରିକା ସଂପ୍ରୀତି ର ଜୁନ ମାସ ର ସଂସ୍କରଣ ଉନ୍ମୋଚିତ ହୋଇଥିଲା l
ଓଡିଶା ପୂର୍ଵ ପ୍ରାନ୍ତ ମହାସଚିବ ଶ୍ରୀ ସୌମେନ୍ଦ୍ର ଦାସ ଉକ୍ତ କାର୍ଯ୍ୟଶାଳା ର ସମସ୍ତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ପୂର୍ଵ ପ୍ରାନ୍ତ ସଂଗଠନ ସଚିବ ଶ୍ରୀ ରାମଚନ୍ଦ୍ର ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ l ଓଡିଶା ପୂର୍ବ ପ୍ରାନ୍ତ ମିଡ଼ିଆ ପ୍ରଭାରୀ ଶ୍ରୀ ନିହାର ରଞ୍ଜନ ସ୍ୱାଇଁ ଓ ନୃସିଂହନାଥ ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ର ପ୍ରଚାର ପ୍ରସାର ଓ ପରିଚାଳନା ରେ ସହଯୋଗ କରିଥିଲେ l ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୯/୬/୨୦୨୪-----୪,୩୫ Sakhigopal News,9/6/2024