Breaking News

ଯୋଦ୍ଧା ପରିବାର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି

 
ବରଗଡ଼ --- ବିଶ୍ୱ ପରିବେଶ ଦିବସ ଅବସରରେ ଯୋଦ୍ଧା ପରିବାରର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ପାଣ୍ଡବ କର୍ଣ୍ଣ ଯୋଗ ଦେଇ ସମସ୍ତ ସଦସ୍ୟ ,ସଦସ୍ୟା ମାନକୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଯୋଦ୍ଧା ପରିବାର ତରଫରୁ ଜିଲ୍ଲା ସମାଜସେବୀ ସଂଘ ବରଗଡ ର ଉପଦେଷ୍ଟା  ଦୁର୍ଗା ସମେତ ଅନ୍ୟାନ୍ୟ ସଦସ୍ୟ ,ସଦସ୍ୟା ମାନଙ୍କୁ  ସମ୍ମାନିତ କରାଯାଇଥିଲା । ଜିଲ୍ଲା ସମାଜସେବୀ ସଂଘକୁ ସେବା କାର୍ଯ୍ୟରେ ଆଗକୁ ବଢିବା ପାଇଁ ପ୍ରେରଣା ସାଜିବ ବୋଲି ଜିଲ୍ଲା ସମାଜସେବୀ ସଂଘ ଉପଦେଷ୍ଟା ବଳିଷ୍ଠ ଦୁର୍ଗା ପ୍ରକାଶ କରିବା ସହ ଉଭୟ ସଂସ୍ଥା ବନ୍ଧୁତା ସମ୍ପର୍କ ଯୋଡି ଥିବାରୁ ଯୋଦ୍ଧା ପରିବାରକୁ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୮/୬/୨୦୨୪----୯,୩୫ Sakhigopal News,8/6/2024

Popular Posts