ମୋଟରସାଇକେଲ ଆରୋହିଙ୍କୁ ଆକ୍ରମଣ କରି ଲୁଟ ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଜଟଣୀ : ଜଟଣୀ ଥାନା ପୁଲିସ ବିଚ୍ ରାସ୍ତାରେ ଯାଉଥିବା ଜଣେ ମୋଟରସାଇକେଲ ଆରୋହିଙ୍କୁ ଆକ୍ରମଣ କରି ଲୁଟପାଟ କରିବା ଅଭିଯୋଗରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ସୂଚନା ଯୋଗ୍ୟ ଯେ ତିରିମଲ୍ଲ କମାର ସାହି ବାସିନ୍ଦା ଦେବାଶିଷ ସାହୁ ନାମକ ଜଣେ ବ୍ୟକ୍ତି ଗତ ୧୫ ତାରିଖ ସନ୍ଧ୍ୟାରେ ତିରିମଲ୍ଲ ଠାରେ ଥିବା ଏକ ପେଟ୍ରୋଲ ପମ୍ପରେ ମୋଟରସାଇକଲରେ ପେଟ୍ରୋଲ ପକାଇ ବେଗୁନିଆପଡା ଅଭିମୁଖେ ବାହାରିଥିଲେ । ଉକ୍ତ ସମୟରେ ତିରିମଲ୍ଲ ପାଇକ ସାହିର ଦିଲ୍ଲୀପ କୁମାର ବଡଜେନା (୩୨),ବବୃ ବାହାନ ପ୍ରଧାନ ଓରଫ ବବୃ (୪୦) ଏବଂ ତାପସ ପାତ୍ର ଓରଫ ଗୁଡୁ (୨୯) ତିନି ଅଭିଯୁକ୍ତ ତିରିମଲ୍ଲ ପୋଲ ନିକଟରେ ତାଙ୍କୁ ଜୋର୍ ଜବରଦସ୍ତ ରାସ୍ତାରେ ଅଟକାଇ ଅଶବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ପାଖରେ ଥିବା ଟଙ୍କା ଛଡାଇ ନେବା ଲାଗି ପ୍ରୟାସ କରିଥିଲେ । ଦେବାଶିଷ ସେମାନଙ୍କର ବିରୋଧ କରିବାରୁ ଅଭିଯୁକ୍ତ ମାନେ ଉତ୍ତ୍ୟକ୍ତ ହୋଇ ପାଖରେ ରଖିଥିବା ବିଭିନ୍ନ ମାରଣାସ୍ତ୍ର ସାହାଯ୍ଯରେ ହଠାତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ମରଣାନ୍ତକ ଆକ୍ରମଣ ଫଳରେ ଅଭିଯୋଗକାରୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ସେଠାରେ ସେ ତଳେ ପଡିଯାଇଥିଲେ । ତାଙ୍କ ପାଟି ଶୁଣି ସ୍ଥାନୀୟ କିଛି ଲୋକ ଘଟଣା ସ୍ଥଳକୁ ଚାଲି ଆସିବାରୁ ଅଭିଯୁକ୍ତ ମାନେ ସେଠାରୁ ଖସି ପଳାଇ ଯାଇଥିଲେ । ଘଟଣାର ଅଭିଯୋଗ ପରେ ପୁଲିସ ମାମଲାର ତଦନ୍ତ କରିବା ସହିତ କେଶ୍ ନମ୍ବର ୨୩୫/୨୪ ଆଧାରରେ ଗିରଫ କରିଥିବା ବେଳେ ଘଟଣାରେ ବ୍ୟବହୃତ ମାରଣାସ୍ତ୍ର ସବୁକୁ ଜବତ କରିଥିଲେ I ଏହି ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ମଧ୍ୟ ଜଟଣୀ ଥାନାରେ ଗୋଟିଏ ଲେଖାଏଁ ଅପରାଧିକ ମାମଲା ରହିଥିବା ଥାନାଧିକାରୀ ସୌମ୍ୟକାନ୍ତ ବଳିଆରସିଂହ କହିଛନ୍ତି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୬/୨୦୨୪----୪,୨୦ Sakhigopal News,17/6/2024