Breaking News

ୟୁ ବି ହାଇସ୍କୁଲ ରେ ବିଶ୍ୱ ପରିବେଶ ଦିବସ ପାଳିତ



ଭଞ୍ଜନଗର --- ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ  ସରକାରୀ ଉଚ୍ଚ ବିଦ୍ୟାଳୟ,ଭଞ୍ଜନଗରରେ ବିଶ୍ୱ ପରିବେଶ ଦିବସ ଅବସରରେ ଏକ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  କାର୍ଯ୍ୟକ୍ରମର ଆବାହକ ଥିଲେ ବିଦ୍ୟାଳୟର ୨ ଓଡ଼ିଶା ବାଟାଲିୟନ ଏନ୍ ସି ସି ଆର୍ମୀ ଅଫିସର ତଥା ଇକୋକ୍ଲବର ଆବାହକ ଶିକ୍ଷକ ଶ୍ଶ୍ୟମା ପ୍ରସାଦ ମିଶ୍ର I  ଏଥିରେ ଯୋଗ ଦେଇଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକ ଓ ଏନ୍ ସି ସି କ୍ୟାଡେଟ ମାନେ l  କାର୍ଯ୍ୟକ୍ରମର ପ୍ରଥମଭାଗରେ ଏହି କାର୍ଯ୍ୟକ୍ରମର  ପ୍ରଥମ ଚରଣରେ " ପ୍ଲାଷ୍ଟିକ କୁ ନା " ଓ " ପରିବେଶ ଅନୁକୂଳ ଜୀବନ ଶୈଳୀ " ସମ୍ପର୍କିତ ଏକ ସଚେତନତା ଏବଂ ଦ୍ଵିତୀୟ ଚରଣରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ହତା ସଫେଇ  ଆୟୋଜିତ ହୋଇଥିଲା I ପ୍ରଧାନ ଶିକ୍ଷକ ଶ୍ରୀ ନାହାକ " ପରିବେଶ ବଞ୍ଚିଲେ ଆମେ ବଞ୍ଚିବା ଓ ଶ୍ରୀ ମିଶ୍ର "ପ୍ଲାଷ୍ଟିକ ଡ୍ରାଷ୍ଟିକ (ବିପଦପୂର୍ଣ୍ଣ ) ଅଟେ " ବୋଲି ମତ ଦେଇଥିଲେ ।  ଆଗାମୀ ଦିନ ରେ ଏହି ବିଦ୍ୟାଳୟ କୁ ଏକ ପ୍ଲାଷ୍ଟିକ ମୁକ୍ତ ବିଦ୍ୟାଳୟ ରେ ପରିଣତ କରାଯିବl ନିମନ୍ତେ ସଂକଳ୍ପ ଗ୍ରହଣ କରାଯାଇଥିଲା ।  ଇକୋକ୍ଲବ ମେମ୍ବର ଶିକ୍ଷକ ସସ୍ମିତା ନାୟକ , ବିଳାସିନୀ ଜେନା , ସ୍ୱପ୍ନେଶ୍ୱରୀ ଦିଗାଲ୍ , ଇକୋକ୍ଲବ ଉପଦେଷ୍ଟା ଶଙ୍କର ପ୍ରସାଦ ପଟନାୟକ , ସନ୍ତୋଷ ବେହେରା , ଅମିତ କୁମାର ବେହେରା , ଇପ୍ରିୟମ୍ ବଡରଇତ , ବିଷ୍ଣୁ ପ୍ରିୟା ସ୍ୱାଇଁ, ଜ୍ୟୋତ୍ସ୍ନା ରାଣୀ ନାୟକ , ନମିତା କୁମାରୀ ବିଷୋୟୀ  ପ୍ରମୁଖ ଏହି କାର୍ଯ୍ୟ କ୍ରମ ରେ ସକ୍ରିୟ ସହଯୋଗ କରିବା ସହିତ  ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।  ୨ ଓଡ଼ିଶା ବାଟାଲିୟନ ଏନ୍ ସି ସି ଆର୍ମୀ ଅଫିସର ତଥା ଇକୋକ୍ଲବର ଆବାହକ ଶ୍ରୀ ମିଶ୍ର ବିଦ୍ୟାଳୟରେ  ବୃକ୍ଷ ରୋପଣ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୬/୨୦୨୪---୮,୨୫ Sakhigopal News,5/6/2024

Popular Posts