Breaking News

ଶାନ୍ତିଶୃଙ୍ଖଳାର ସହିତ ରୂପଦେଇପୁର ଗ୍ରାମରେ ଓଡିଶା ପ୍ରସିଦ୍ଧ ନାଗାଯାତ୍ରା ଅନୁଷ୍ଠିତ

  

ପିପିଲି--- ପୁରୀ ଜିଲ୍ଲା ପିପିଲି ବ୍ଳକ ଅନ୍ତର୍ଗତ ରୂପଦେଇପୁର ଗ୍ରାମରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହେବା ସହ ଠାକୁର ଅଣସର ଘରକୁ ଯିବା ଅବସରରେ ରବିବାର ଓ ସୋମବାର ଦିନ ପ୍ରସିଦ୍ଧ ନାଗା ଯାତ୍ରା ଅନୁଷ୍ଠିତ  ହୋଇଯାଇଛି । ଏହି ପାରମ୍ପାରିକ ଯାତ୍ରାରେ ଡେମ୍ପଂ, ମହୁରୀ, ନାଗାରା ଆଦି ବୀରବାଦ୍ୟରେ ନାଗାଧାରୀ ମାନେ ନୃତ୍ୟୁ ପରିବେଷଣ କରିଥିଲେ । ନାଗା ଯାତ୍ରା ରବିବାର ରାତି ଓ ସୋମବାର ସକାଳ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ । ଗ୍ରାମରେ ଥିବା ବଲ୍ଳଭ ଯାଗା, ଦି ସାଇଲେଣ୍ଟ ବୟଜ, ବ୍ରହ୍ମଯାଗା, ଗୋପାଳି ଯାଗା, ବାଲି ଯାଗା, ମାତାକୃଣ୍ଢି ଯାଗା, ବାଜେଣୀ ଯାଗା, ଖାକି ଯାଗା ଓ ତରେଶୀ ଯାଗା  ପକ୍ଷରୁ ନାଗା ସହିତ ଅନେକ ସାହିଜାତ ଅନୁଷ୍ଠିତ ହୋଇଥିଲା । ଏହି ଯାତ୍ରା ଦେଖିବା ପାଇଁ ଗ୍ରାମରେ ଗହଳି ଚହଳି ଲାଗିଥିଲା । ସୋମବାର ଦିନ ଅନୁଷ୍ଠିତ ଯାତ୍ରାକୁ ହଳଦୀପାଣି ଯାତ୍ରା କହନ୍ତି । ଏ ବର୍ଷ ୨୩ ଗୋଟି  ରୂପା ମେଡରେ ନାଗାଧାରୀ ମାନେ ନାଗା ନୃତ୍ୟୁ କରିଥିଲେ । ସେହିପରି ଅନେକ ଛୋଟ ଛୋଟ ନାଗା ମେଡ ପରିବେଷଣ କରାଯାଇଥିଲା । ଦି ସାଇଲେ୍‌ଣ୍ଟ ବୟଜ ପକ୍ଷରୁ ନାଗା ଧାରୀ ଜଗନ୍ନାଥ ପ୍ରସାଦ ମିଶ୍ର ଏକ ଭିନ୍ନ ଧରଣର ନାଗା ନୃତ୍ୟୁ ପରିବେଷଣ କରିଥିଲେ ।  ଚଳିତ ବର୍ଷ ଏିଂ ପରିମ୍ପରା ନାଗା ଯାତ୍ରାରେ ଅନେକ ମହିଳା ଦର୍ଶକ ଯୋଗ ଦେଇଥିବା ଶିକ୍ଷିତା କନ୍ୟା କୁମାରୀ ଚିନ୍ମୟୀ ମିଶ୍ର କହନ୍ତି ।  ନାଗା ଯାତ୍ରା ଗ୍ରାମର ମୁରବୀ ଓ ଯୁବକ ମାନଙ୍କ ପ୍ରଚେଷ୍ଟା ଫଳରେ ଶାନ୍ତି ଶୃଙ୍ଖଳାର ସହିତ ଯାତ୍ରା ଶେଷ ହେବାକୁ ଯାଉଛି ବୋଲି  ରୁପଦେଇପୁର ଜଗନ୍ନାଥ ମନ୍ଦିରର ମୁଖପାତ୍ର ଆଇନଜୀବୀ ଶ୍ରୀ ସତ୍ୟପ୍ରକାଶ ମିଶ୍ରଙ୍କ ଠାରୁ ସୂଚନା ମିଳିଛି ।

ଧୀରେନ୍ଦ୍ର ସେନାପତି, ୨୩/୬/୨୦୨୪----୮.୫୫ Sakhigopal News, 23/6/2024

Blog Archive

Popular Posts