Breaking News

୧୯୯୦ ବ୍ଯାଚ ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ ଅନୁଷ୍ଠିତ

 
ବରଗଡ଼ ------ ବରଗଡ ଜିଲ୍ଲା ଭେଡେନ ବ୍ଲକର  ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ବିଦ୍ୟାଳୟ ପରିସରରେ ୧୯୯୦ ବ୍ଯାଚ ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାକୁ ସଂଯୋଜନା କରିଥିଲେ ପୂର୍ବତନ ଗୁରୁଜୀ ତଥା ବରିଷ୍ଠ ସାମ୍ବାଦିକ ସରୋଜ କୁମାର ରଥ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ବିଦ୍ୟାଳୟ ର ଅଧ୍ୟକ୍ଷା ସୁକାନ୍ତି ଅପା। ପ୍ରଥମେ ବିଦ୍ୟାଳୟର ଅଧ୍ୟକ୍ଷା ସୁକାନ୍ତି ଅପା ପ୍ରଦୀପ ପ୍ରଜ୍ବଳନ କରି ଦୁର୍ଗା ସ୍ତୋତ୍ର ପାଠ କରିଥିଲେ। ପୁରାତନ ଛାତ୍ର ସ୍ଵର୍ଗତ ପ୍ରଭାତ କରଙ୍କ ବିୟୋଗ ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ବିଦୟାଳୟ ପକ୍ଷରୁ କ୍ଷୀରେଶ୍ୱର ମେହେର ବକ୍ତବ୍ୟ ପ୍ରଦାନ କରିଥିଲେ, ସରୋଜ ରଥ ଓ ପନ୍ଚୁବନ କର୍ମୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଗ୍ରହଣ କରି ଭବିଷ୍ୟତରେ ଉତ୍ତମ ନାଗରିକ ଭାବେ ସମାଜ ର ଉନ୍ନତି ଆଣିବା କାର୍ଯ୍ୟରେ ନିଜ କୁ ନିୟୋଜିତ କରିବା ପାଇଁ ଉଦବୋଧନ ଦେଇଥିଲେ। ପୁରାତନ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଘଟିଥିବା ଘଟଣା ଉପରେ ସ୍ମୃତି ଚାରଣ କରି ନିଜ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମ କୁ ରଞ୍ଜନ ତ୍ରିପାଠୀ,ହେମସାଗର ମେହେର, ରମେଶ ସାହୁ, ଉମା ସଥୁଆ, ପପୁ ପାଣ୍ଡେ, ସବିତା ସରାଫ, ଭୂମିସୂତା ପଟେଲ, ଝରଣା ପଟେଲ ଓ ବେବି ମେହେର ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୪/୬/୨୦୨୪----୯,୨୦ Sakhigopal News,24/6/2024

Blog Archive

Popular Posts