କୂଅରେ ପଡ଼ି ଦାଦା ପୁତୁରା ମୃତ
ଜଟଣୀ : ଜଟଣୀ ଥାନା ଗୋରା ଧର୍ମ ସାଗର ଅଞ୍ଚଳରେ ଏକ ଅଭାବନିୟ ଘଟଣା ଘଟିଛି |
ପରିତ୍ୟକ୍ତ କୂଅରେ ପଡ଼ି ଦାଦା ପୁତୁରା ଉଭୟ ମୃତ୍ୟୁ ବରଣ କରିବା ଖବର ଜଟଣୀରେ ଶୋକ ର ଛାୟା ଖେଳିଯାଇଛି |ଘଟଣା ଅନୁଯାୟୀ ଗୋରା ଧର୍ମସାଗର ଅଞ୍ଚଳର ନିଖିଳ ନାୟକ (ବୟସ ୧୮ ) କୌଣସି କାରଣ ବଶତଃ କୂଅ ଭିତରେ ପଡିଯାଇଥିଲେ |
ପୁତୁରାକୁ ଉଦ୍ଧାର କରିବାକୁ ଯାଇ ଦାଦା ଦୁଲାରାମ ନାୟକ କୂଅ ଭିତରକୁ ଡେଇଁ ପଡ଼ିଥିଲେ | କିନ୍ତୁ ଉଭୟ ଦାଦା ଓ ପୁତୁରା କୂଅ ଭିତରୁ ବାହାରି ପାରି ନଥିଲେ |ଘଟଣା ପ୍ରଘଟ ହେବା ପରେ ଦମକଳ ବାହିନୀ କୁ ଖବର ଦିଆଯାଇଥିଲା |ଦମକଳ ବାହିନୀ ପହଞ୍ଚି ବହୁ ଚେଷ୍ଟା ପରେ ଉଭୟଙ୍କୁ ଉଦ୍ଧାର କରି ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଇଥିଲେ |କିନ୍ତୁ ଡାକ୍ତର ଉଭୟ ଦାଦା ପୁତୁରା ଙ୍କୁ ମୃତ ଘୋଷଣା କରିଛନ୍ତି |ଜଟଣୀ ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି |
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୭/୨୦୨୪----୯,୧୫ Sakhigopal News,1/7/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୭/୨୦୨୪----୯,୧୫ Sakhigopal News,1/7/2024