ପୌରପରିଷଦ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଜଟଣୀ --ଜଟଣୀ ପୌର ପରିଷଦ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ସ୍ଥାନୀୟ ଟାଉନ ହଲ (ଶ୍ରଷ୍ଠା) ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜଟଣୀ ପୌର ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଆରତୀ ରାଉତ, ନିର୍ବାହୀ ଅଧିକାରୀ ଶ୍ରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ, କାଉନସିଲର ଶ୍ରୀ ବିଷ୍ଣୁ କୁମାର ସାହୁ, ଦିଲ୍ଲୀପ କୁମାର ମାର୍ଥା, ନୀଳିମା ସାହୁ, ପି ରାଜକୁମାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଯୋଗ ଗୁରୁ ଶ୍ରୀ ଚିନ୍ତାମଣି ବେହେରା ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ଯୋଗାଭ୍ୟାସ ପାଇଁ ଜଟଣୀ ପୌରାଞ୍ଚଳ ବିଭିନ୍ନ ସଂଗଠନର ପ୍ରାୟ ୨୦୦ କର୍ମ କର୍ତ୍ତା ଏବଂ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରୁ ଯୋଗାଭ୍ୟାସର ଉପକାରିତା ଉପରେ ଆଲୋଚନା କରାଯାଇଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅଂଶଗ୍ରହଣକାରୀକୁ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜଟଣୀ ପୌର ପରିଷଦ ପକ୍ଷରୁ ସାଗରିକା ପ୍ରଧାନ, ଅଟଲ ଧର୍ମରାଜ, ଜ୍ୟୋତିରଞ୍ଜନ ରାଉତରାୟ, ସତ୍ୟବ୍ରତ ତ୍ରିପାଠୀ ଆଦି ପରିଚାଳନା କରିଥିଲେ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ ,୨୨/୬/୨୦୨୪---୬,୪୫ Sakhigopal News,22/6/2024