ଐତିହ୍ୟ ସୁଆଣ୍ଡୋ ଗ୍ରାମ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ;ଗ୍ରାମବାସୀ ଓ ଜନସାଧାରଣଙ୍କ ପକ୍ଷରୁ ଭବ ସମ୍ମର୍ଦ୍ଧନା --- ଓଡିଆ ଅସ୍ମିତାର ସୁରକ୍ଷା ଦାୟତ୍ୱ ବିଜେପି ସରକାରଙ୍କର
ସାକ୍ଷୀଗୋପାଳ---- ସତ୍ୟବାଦୀର ଐତିହ୍ୟ ସୁଆଣ୍ଡୋ ଗ୍ରାମ ତଥା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠରେ ନବ ନିର୍ବାଚିତ ବିଜେପିର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୁରୁବାର ସକାଳେ ପହଞ୍ଚି ପୁଣ୍ୟାତ୍ମ ଗୋପବନ୍ଧୁଙ୍କ ପ୍ରତିମୂତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତାଙ୍କ ସହିତ ନୂତନ ଭାବେ ଉପମୁଖ୍ୟମନ୍ତ୍ରୀ କନକ ବନକର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡାଙ୍କ ସହିତ ପୁରୀ ଲୋକସଭା ସାଂସଦ ଡ ସମ୍ବିତ ପାତ୍ର, ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ, ସତ୍ୟବାଦୀର ନବ ନିର୍ବାଚିତ ବିଧାୟକ ଓମ ପ୍ରକାଶ ମିଶ୍ର, ବିଜେପି ଜିଲ୍ଲା ସଭାପତି ତଥା ପିପିଲି ନିର୍ବାଚନ ମଣ୍ଡଳୀର ନବ ବିଧାୟକ ଆଶିତ ପଟ୍ଟନାୟକଙ୍କ ସହିତ ଅନ୍ୟ ନେତୃବର୍ଗ ମହାପୁରଷଙ୍କ ପ୍ରତିମୂତ୍ତି;ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବିଜେପି ନିର୍ବାଚନ ଆଗରୁ ଦେଇଥିବା କଥାକୁ ରକ୍ଷା କରି ପ୍ରଥମେ ଶ୍ରୀ ମନ୍ଦିରର ଚାରିଦ୍ୱାର ଖୋଲାଯିବା କାର୍ଯ୍ୟକ୍ରମ ଶେଷ ହେବା ପରେ ସେଠାରୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସାଙ୍ଗରେ ଥିବା ଅନ୍ୟ ବିଜେପି ନେତା ଓ ଉପମୁଖ୍ୟମନ୍ତ୍ରୀ , ବିଧାୟକ ମାନେ ସତ୍ୟବାଦୀର ଐତିହ୍ୟ ସୁଆଣ୍ଡୋ ଗ୍ରାମରେ ପହଞ୍ଚିଥିଲେ । ସୁଆଣ୍ଡୋ ଗ୍ରାମ ମୁଣ୍ଡରେ ବିଭିନ୍ନ ସଂଗଠନ , ମାନ୍ୟଗଣ୍ୟ ଓ ଗ୍ରାମବାସୀ ବ୍ୟକ୍ତି ବିଶେଷ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ସେଠାରେ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଓ ବିଜେପି କର୍ମୀ ମାନେ ଭାରତ ମାତାକି ଜୟ, ଗୋପବନ୍ଧୁ ଅମର ରହେ ଆଦି ସ୍କୋଗାନରେ ଗ୍ରାମ ଦାଣ୍ଡ ପକମ୍ପିତ ହୋଇଉଠିଥିଲା । ମୁଖ୍ୟମନ୍ତ୍ରୀ ପ୍ରଥମେ ପୁଣ୍ୟାତ୍ମ ଗୋପବନ୍ଧୁଙ୍କ ଷଠୀଘର ଦେଖିବା ପରେ ଭାବବିହ୍ୱଳ ହୋଇ ପଡିବା ସହିତ ଉକ୍ତ ପୁଣ୍ୟମାଟିକୁ ପ୍ରଣାମ କରିଥିଲେ । ଗ୍ରାମ ଦାଣ୍ଡରେ ଥିବା ଗ୍ରାମବାସୀଙ୍କ ସହିତ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହିତ ଭଲମନ୍ଦ ସମ୍ପର୍କେ ପଚାରିବୁଝିଥିଲେ । ପରେ ପରେ ପାର୍କ ଓ ସଂଗ୍ରହାଳୟ ପରିଦର୍ଶନ କରିବା ସମୟରେ ଗୋପବନ୍ଧୁଙ୍କ ଜୀବନଦର୍ଶ ସମ୍ବଳିତ ତୈଳଚିତ୍ର ତଥା ଆଲେଖ୍ୟ ଗୁଡିକ ବୁଲି ଦେଖି ବେଶ ଖୁସି ହୋଇଥିଲେ । ପରେ ସେଠାରେ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ ବିଜେପି ସରକାର ଓଡିଆ ଅସ୍ମିତାର ସୁରକ୍ଷା ଦେବା ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ । ଉତ୍କଳପ୍ରଦେଶ ଗଠନରେ ଯେଉଁ ମହାପୁରୁଷ ମାନଙ୍କ ଭୂମିକା ରହିଛି ସେମାନଙ୍କ ପ୍ରତି କେବେହେଳେ ଅବହେଳା କରାଯିବ ନାହିଁ ବୋଲି ମୁଖୃମନ୍ତ୍ରୀ କହିଥିଲେ । ସେହିପରି ଜନନେତା ତଥା ଗରିବର ସାରଥୀ ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠ ଓ ସ୍ମୃତିକୁ ଉଜ୍ଜିବୀତ କରିବା ପାଇଁ ସୁଆଣ୍ଡୋର ବିକାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଗୋପବନ୍ଧୁ ସ୍ମୃତି ପରିଷଦର ସଭାପତି ତଥା ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଉପଢ଼ୌକନ ଦେଇ ସମ୍ମର୍ଦ୍ଧିତ କରିଥିଲେ । ଶାନ୍ତଶୃଙ୍ଗଳା ରକ୍ଷା କରିବା ପାଇଁ ସେଠାରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଆରକ୍ଷୀ ଅଧୀକ୍ଷକ ପିନାକି ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା, ସତ୍ୟବାଦୀ ତହସିଲଦାର ଆଲୋକ କୁମାର ଦେହୁରୀ, ବିଡିଓ ଲିପିସା ରାୟ, ଅତିରିକ୍ତ ତହସିଲଦାର ପିୟଦର୍ଶୀ ରାଜେଶଙ୍କ ସହିତ ଜିଲ୍ଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ବିଷ୍ଠୁପିୟା ବରାଳ, ଜୟପୁର ସମିତିସଭ୍ୟ ଦୀପକ ଶତପଥୀ, କମଳା କାନ୍ତ ମିଶ୍ର, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଧୃବ ଚରଣ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ ।
ସାଧୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୬/୨୦୨୪---୬,୧୦ Sakhigopal News, 13/6/2024