ଭାଲୁ ଆକ୍ରମଣ ରେ ଯୁବକ ଆହତ
କନ୍ଧମାଳ ---ଭାଲୁ ଆକ୍ରମଣ ରେ ଯୁବକ ଗୁରୁତର l ଘଟଣା ଘଟିଛି କ.ନୂଆଗାଁ ଥାନା କୁଡୁତେଲି ପଞ୍ଚାୟତ ଅନ୍ତର୍ଗତ ଡକର ଗାଁ ରେ l ଗୁରୁତର ଯୁବକ ହେଲେ ଡକର ଗାଁ ର ଅଖିଳ ପ୍ରଧାନୀ l ସୂଚନା ଅନୁଯାୟୀ ଅଖିଳ ଗାଁ ଜଙ୍ଗଲ କୁ ନିଜ ମଇଁଷି ଖୋଜିବାକୁ ଯାଇଥିବା ସମୟରେ ଭାଲୁ ଆକ୍ରମଣ କରିଥିଲା l ତେବେ ଭାଲୁ ଠାରୁ ଅଖିଳ ବର୍ତ୍ତିବା ସହ ଜୀବନ ବିକଳ ରେ ଗାଁ କୁ ଦୌଡ଼ି ଆସିଥିଲେ l କ୍ଷତାକ୍ତ ଅବସ୍ଥାରେ ଅଖିଳ ଙ୍କୁ କ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ଥାନୀୟ ଲୋକ ଭର୍ତି କରିଥିଲେ l ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଅଖିଳ ଙ୍କୁ ସ୍ଥାନାନ୍ତର କରାଯାଇଛି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୨୮/୬/୨୦୨୪----୪,୩୫ Sakhigopal News,28/6/2024