Breaking News

ଶ୍ରୀରାମଚରିତ ମାନସ ନବାହ୍ନ ପାରାୟଣ ଉଦଯାପିତ



ସାକ୍ଷୀଗୋପାଳ--- ସାକ୍ଷୀଗୋପିନାଥଙ୍କ ମନ୍ଦିର ସନ୍ନିକଟ ରାମ ମନ୍ଦିର ନିକଟରେ ନଅ ଦିନ ଧରି ଶ୍ରୀ ରାମଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଉଦଯାପିତ ହୋଇଯାଇଛି । ମାନସ ଚିନ୍ତନ ଚକ୍ର ସତ୍ୟବାଦୀ ଅନୁଷ୍ଠାନ ପକ୍ଷରୁ ଆୟୋଜନ କରାଯାଇଥିଲା । ପ୍ରତିଦିନ ବ୍ୟାସ ନାରାୟଣ ଦାଶ ରାମଚରିତ ମାନସ ପାଠ କରିଥିବା ବେଳେ ଧାରକ କ୍ଷେତ୍ରମୋହନ ମିଶ୍ର ସହଯୋଗ କରିଥିଲେ । ପ୍ରତିଦିନ ରାତ୍ରିରେ ଅଭିମନ୍ୟୁ ବରାଳ ଓ ନିରଞ୍ଜନ ଦୀକ୍ଷିତି ପ୍ରବଚନ ଦେଇଥିଲେ । ଶେଷ ଦିନରେ ତଥା ଉଦଯାପନ ଦିବସରେ ନାମସଂକୀର୍ତ୍ତନ ସହିତ ଏକ ଯଜ୍ଞର ଆୟୋଜନ କରାଯାଇଥିଲା । ଏଥିରେ ରବୀନ୍ଦ୍ର ନାଥ ଷଡଙ୍ଗୀ  କର୍ତ୍ତା ଭାବେ କାର୍ଯ୍ୟତୁଳାଇଥିବା ବେଳେ ପୁରୋହିତ ଭାବେ ଲିଙ୍ଗରାଜ ପଣ୍ଡା ରହିଥିଲେ । ଶ୍ରୀ ରାମଚରିତ ମାନସ ନବାହ୍ନ ପାରାୟଣକୁ ମାନସ ଚିନ୍ତନ ଚକ୍ର ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ମାନେ ସହଯୋଗ କରିଥିଲେ । ଶ୍ରଦ୍ଧାଳୁ ମାନଙ୍କ ପାଇଁ ରାତିରେ ପ୍ରସାଦ ସେବନର ବନ୍ଦୋବସ୍ଥ କରାଯାଇଥିଲା ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୬/୨୦୨୪---୮.୧୫   Sakhigopal News, 5/6/2024

Popular Posts