Breaking News

ସତ୍ୟବାଦୀ ରେ ଆର୍ଟ ଅଫ ଗିଭିଙ୍ଗ ଦିବସ ପାଳିତ


 ସାକ୍ଷୀଗୋପାଳ ,------ ଆନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଦିବସ ସାକ୍ଷୀଗୋପାଳ ସ୍ଥିତ ଆଚାର୍ଯ୍ୟ ହରିହର ଶିଶୁ ଭବନରେ ପରିସରରେ ପାଳିତ ହୋଇଅଛି। ପ୍ରଫେସର ଅଚ୍ୟୁତ ସାମନ୍ତ ଙ୍କ ଦ୍ଵାରା ପ୍ରତିଷ୍ଠିତ ଆର୍ଟ ଅଫ ଗିଭିଙ୍ଗ  କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ପ୍ରଫେସର ଅଭିମନ୍ୟୁ ବରାଳ , ସମ୍ମାନିତ ଅତିଥି ଭାବେ  ପେଣ୍ଠାପଡା ସରପଞ୍ଚ ଚିନ୍ମୟ କୁମାର ରାଉତ, ଆଚାର୍ଯ୍ୟ ହରିହର ଶିଶୁ ଭବନର ଉପସଭାପତି ବିରେନ୍ଦ୍ର ଭୂଷଣ ହୋତା, ଆଇନଜୀବୀ ଉପେନ୍ଦ୍ର ବିଶ୍ଵାଳ  ଯୋଗଦେଇ ଆଚାର୍ଯ୍ୟ ହରିହର ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ।
ଆଚାର୍ଯ୍ୟ ହରିହର ଶିଶୁ ଭବନର  ପିଲାମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା କରାଯାଇ ପୁରସ୍କାର ବଣ୍ଟନ କରାଯାଇଥିଲା  ।  ପ୍ରଫେସର ଅଚ୍ୟୁତ ସାମନ୍ତ ଙ୍କ ମହାନ୍ ଉଦ୍ଦେଶ୍ୟ ସମାଜ ର ପ୍ରତେକ ଗରିବ, ଅସହାୟ  ଲୋକ ମାନଙ୍କୁ ସମାଜରେ ଥିବା ଲୋକମାନଙ୍କ ଭିତରେ ଦେବାର ପରମ୍ପରା ଜାଗ୍ରତ ହେବା ଦରକାର ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ ।   ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୭/୬/୨୦୨୪-----୮,୫୦ Sakhigopal News,17/6/2024

Blog Archive

Popular Posts