Breaking News

ଶ୍ରୀ ଜଗନ୍ନାଥଙ୍କ ସେବାରେ ଓୟୁଏଟି ; ପଦ୍ମ ଓ ତୁଳସୀ ପଠାଇଲା ସାକ୍ଷୀଗୋପାଳ ସ୍ଥିତ ପୁରୀ କୃଷି ବିଜ୍ଞାନ କେନ୍ଦ୍ର

ସାକ୍ଷୀଗୋପାଳ ----- ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ପାଇଁ ତୁଳସୀ ଓ ପଦ୍ମଫୁଲ  ପୁରୀ ପଠାଇ କୃଷି ବିଜ୍ଞାନ କେନ୍ଦ୍ର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି । ଏହା ଆଗରୁ କୃଷକ ମାନଙ୍କପାଇଁ ଅଧିକ ଅମଳକ୍ଷମ  ଧାନ, ପନିପରିବା ସହିତ ମାଛ, କୁକୁଡ଼ା,ଛତୁ ବିହନ ଯୋଗାଇ ଦେବା ସହିତ ବିଭିନ୍ନ ପ୍ରକାର ର କୃଷି ଯନ୍ତ୍ରପାତି ଯୋଗାଇ ଚାଷୀ ମାନଙ୍କର ଅତି ପରିଚିତ ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ର। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନୀତି ଲାଗି ଓୟୁଏଟିର ସାକ୍ଷୀଗୋପାଳସ୍ଥିତ ପୁରୀ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରଥମ କରି  ୫୦ କେଜି ତୁଳସୀ ଓ ୧୦୦ ଗୋଟି ପଦ୍ମ ଫୁଲକୁ ଶ୍ରୀ ମନ୍ଦିରକୁ ପଠାଯାଇଛି I କୃଷି ବିଜ୍ଞାନ କେନ୍ଦ୍ରର ୨୦.୦୦ ଡେସିମିଲ ପରିମିତ ସ୍ଥାନରେ ତୁଳସୀ ବଗିଚା ଏବଂ ୫୦ ଡେସିମିଲ ଜଳାୟତନ ବିଶିଷ୍ଟ ପୋଖରୀରେ  ପଦ୍ମବନ ସୃଷ୍ଟି କରାଯାଇଛି I ଉକ୍ତ ତୁଳସୀ ବଗିଚାର ୭ଟି ପଟାଳିରେ କଳାତୁଳସୀ ଏବଂ ୭ଟି ପଟାଳିରେ ଧଳା ତୁଳସୀ ଲଗାଯାଇଛି I ଏହି ବଗିଚାରେ ସିମ ଅଙ୍ଗନା, ସିମ-ଆୟୁ ଆଦି ଉନ୍ନତ କିସମର ତୁଳସୀ ମଧ୍ୟ ଚାଷ କରାଯାଇଛି I ସେହିଭଳି ଶ୍ରୀ ମନ୍ଦିରରେ ମହାଲକ୍ଷ୍ମୀଙ୍କ ପୂଜା ପାଇଁ ପଦ୍ମ ପୋଖରୀରେ ଗୋଲାପୀ ଓ ଧଳା ରଙ୍ଗର ପଦ୍ମଫୁଲ ପ୍ରଜାତି  ଚାଷ କରାଯାଇଛି ବୋଲି ସାକ୍ଷୀଗୋପାଳ  ସ୍ଥିତ  ପୁରୀ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ ସୂର୍ଯ୍ୟ ନାରାୟଣ ରଥଙ୍କ ଠାରୁ ସୁଚନା ମିଳିଛି I ପ୍ରତ୍ୟୋକ ଗୁରୁବାର ଦିନ ସାକ୍ଷୀଗୋପାଳସ୍ଥିତ ପୁରୀ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶ୍ରୀ ମନ୍ଦିରକୁ ୨୫ ରୁ  ୩୦ କେଜି ତୁଳସୀ ଶାଖା ଓ ୫୦ ଗୋଟି ପଦ୍ମଫୁଲ ପଠାଯିବI ପାଇଁ ଶ୍ରୀ ମନ୍ଦିର ପ୍ରଶାସନକୁ ଅବଗତ କରାଯାଇଛି I ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ମାର୍ଗଦର୍ଶନ କ୍ରମେ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି I ଆଜି ପ୍ରଥମ ପର୍ଯ୍ୟାୟ ତୁଳସୀ ଓ ପଦ୍ମଫୁଲ ପଠାଯିବା ସମୟରେ କୃଷି ବିଜ୍ଞାନ କେନ୍ଦ୍ର ର ସମସ୍ତ ବୈଜ୍ଞାନିକ ଓ କର୍ମଚାରୀ ମାନେ ଖୁସି ହେବାସହ ଉପସ୍ଥିତ ରହିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୭/୬/୨୦୨୪-----୮,୨୦ Sakhigopal News,7/6/2024

Popular Posts