Breaking News

ଖୋର୍ଦ୍ଧା ସଂକୁଳ ସାମୁହିକ କାର୍ଯ୍ଯଶାଳା ଉଦଯାପିତ



ଜଟଣୀ - ଖୋର୍ଦ୍ଧା ସଂକୁଳର ସାମୂହିକଆଚାର୍ଯ୍ୟ କାର୍ଯ୍ଯଶାଳା ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର  ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ଯଶାଳା ରେ ଖୋର୍ଦ୍ଧା ସଂକୁଳ ଅନ୍ତର୍ଗତ ୮ଟି ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିରର ମୋଟ ୧୩୧ ଜଣ ଗୁରୁଜୀ , ଗୁରୁମା ପ୍ରଶିକ୍ଷଣ ନେଇଥିଲେ। ଶିକ୍ଷା ବିକାଶ ସମିତି,ଓଡିଶା ଯୋଜନା ଅନୁସାରେ ଶିଶୁ ବାଟିକା,୧ମ୨ୟଶ୍ରେଣୀ ମୌଳିକ ସ୍ତର,୩ୟ ରୁ ୫ମଶ୍ରେଣୀ ପ୍ରସ୍ତୁତି ସ୍ତର ୬ଷ୍ଠ ରୁ ୮ମଶ୍ରେଣୀ ମଧ୍ୟ ସ୍ତର ବିଭାଜନ କରାଯାଇ ଏହି ଶ୍ରେଣୀ ପଢାଉଥିବା ଗୁରୁଜୀ ଗୁରୁମା ମାନଙ୍କୁ ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରଶିକ୍ଷଣ କରାଯାଇଥିଲା। ୦୬ଟି ସାମୂହିକ କାଳାଂଶ ସହିତ ପ୍ରତି ବିଭାଗ ର ୧୦ଟି ଶୈକ୍ଷିକ କାଳାଂଶ ଏହିପରି ମୋଟ ୧୬ଟି କାଳାଂଶର ପ୍ରଶିକ୍ଷଣ ହୋଇଥିଲା। ଉଦଘାଟନ ସନ୍ଧ୍ୟାରେ  ପଦ୍ମନାଭ ସାହୁ ,ଖୋର୍ଦ୍ଧା ଜିଲ୍ଲା ପ୍ରମୁଖ ଓ  ନଳିନୀକାନ୍ତ ପଣ୍ଡା , ଖୋର୍ଦ୍ଧା ସଂକୁଳ ପ୍ରମୁଖ ଦୀପ ପ୍ରଜ୍ଜଳନ କରି ଉଦଘାଟିତ କରିବା ସହିତ ବିଭିନ୍ନ ଶୈକ୍ଷିକ ବିଷୟ ରଖିଥିଲେ । ଉଦଯାପନ ସଭାରେ ବିଦ୍ୟାଳୟର ପୂର୍ବତନ ସଭାପତି ଶ୍ରୀ ତ୍ରିଲୋଚନ ମହାପାତ୍ର ଓ ବିଦ୍ୟାଳୟ ଉପସଭାପତି ସରୋଜ କୁମାର ବଳିୟାରସିଂହ, ସଭାପତି ପ୍ରସନ୍ନ କୁମାର ରଥ,ଜଟଣୀ ନଗରର ସଂଘ ଚାଳକ ତଥା ବରିଷ୍ଟ ସାମ୍ବାଦିକ ନିଳାମ୍ବର ମିଶ୍ର ପ୍ରମୁଖ ବିଭିନ୍ନ ସମୟରେ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ମାର୍ଗ ଦର୍ଶନ କରିଥିଲେ। ପ୍ରଶିକ୍ଷକ ଜଟଣୀ, ଗୁରୁଜଙ୍ଗ, ନିରାକାର ପୁର,କଣ୍ଟାବାଡ,ପଲ୍ଲାହାଟ ଓ ଡାଳତୋଳା ର ପ୍ରଧାନ ଆଚାର୍ଯ୍ୟ ମାନଙ୍କ ସହିତ ସଂକୁଳ ଅନ୍ତର୍ଗତ ବିଦ୍ୟାଳୟ ର ଅଭିଜ୍ଞ ୧୮ ଗୁରୁଜୀ ଗୁରୁମା କାଳାଂଶ ନେଇଥିଲେ। ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର,ଜଟଣୀ ର ପ୍ରଧାନ ଆଚାର୍ଯ୍ୟ ତଥା ବ୍ୟବସ୍ଥା ସଂଯୋଜକ ମାନସ ରଞ୍ଜନ ଜେନା  ଓ ଗୁରୁଜଙ୍ଗ ପ୍ରଧାନ ଆଚାର୍ଯ୍ୟ  ଦୁଷ୍ମନ୍ତ କୁମାର ସୁବୁଦ୍ଧି ଶୈକ୍ଷିକ ସଂଯୋଜକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯଶାଳା ସମ୍ପନ୍ନ ହୋଇଯାଇଛି |
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୬/୨୦୨୪----୬,୪୫ Sakhigopal News,12/6/2024

Blog Archive

Popular Posts