ଭାରତ ବିକାଶ ପରିଷଦ ଶାଖା ଓ ତପୋଭୂମି ଟ୍ରଷ୍ଟର ମିଳିତ ସହଯୋଗରେ ସତ୍ୟବାଦୀରେ ନିଶା ନିବାରଣ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ସାକ୍ଷୀଗୋପାଳ--- ସତ୍ୟବାଦୀ ଭାରତ ବିକାଶ ପରିଷଦ ଶାଖା ଓ ତପୋଭୂମି ଟ୍ରଷ୍ଟର ମିଳିତ ସହଯୋଗରେ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମୂଳଅଳସା ଉଚ୍ଚ ବିଦ୍ୟାଳୟ ପରିସରରେ ନିଶା ନିବାରଣ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରୁ ଠାକୁରଙ୍କ ଫଟୋଚିତ୍ର ନିକଟରେ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ଇଂ ବଳରାମପଣ୍ଡା, ତପୋଭୂମିଟ୍ରଷ୍ଟର ସମ୍ପାଦିକା ଶ୍ରୀମତି ଚିତରୂପା ଷଡଙ୍ଗୀ, ଭାରତ ବିକାଶ ପରିଷଦର ରାଜ୍ୟ ସଭାପତି ସତ୍ୟବାଦୀ ଦାଶ, ରାୟଗଡାରୁ ଆସିଥି୧ବା ସମାଜସେବୀ ଟଙ୍କଧର ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ହରପିୟା କର, ନିଶା ନିବାରଣ କେନ୍ଦ୍ର ଆସ୍ଥାର ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ଭାରତୀ ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖାର ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋରଞ୍ଜନ ମିଶ୍ର ପ୍ରମୁଖ ଯୋଗ ଦେଇ ନିଶା ସେବନ ଯୋଗୁ ଘରେ ଘରେ ଅଶାନ୍ତି ସହିତ ଦେଶରେ ଅରଜାକତା ଦେଖାଯାଉଛି ବୋଲି ଅତିଥି ମାନେ ମତ ପ୍ରକାଶ କରିବା ସହ ସେମାନଙ୍କ ଅନୁଭୂତି ରଖିଥଲେ । ବିଶେଷ କରି ପିଲା ମାନେ ଯଦି ନିଜର ଇଛାଶକ୍ତି ବା ଯିଦ ଧରିବେ ତା ହେଲେ ସେମାନଙ୍କ ଯିଦ ଆଗରେ ପ୍ରଶାସନ ଠାରୁ ନିଶା ମୁକ୍ତ ସଦସ୍ୟ ମାନେ ନିଶା ଛାଡିବା ପାଇଁ ବାଧ୍ୟ ହେବେ । ଏହାର ଏକ ଜ୍ୱଳନ୍ତ ପ୍ରମାଣ ଦେଇଥିଲେ ରାୟଗଡାରୁ ଆସିଥିବା ସମାଜସେବୀ ଶ୍ରୀ ସାହୁ କହିଥିଷଲ ଯେ କାଁହୁଗଡା ଗ୍ରାମର ପିଲାମାନଙ୍କ ପ୍ରଚେଷ୍ଟା ଫଳରେ ଆଜି ଉକ୍ତ ଗ୍ରାମ ନିଶା ମୁକ୍ତ ଗ୍ରାମ ହୋଇ ପାରିଛି ବୋଲି ସେ କହିଥିଲେ । ସେହିପରି ଖାଲି ନିଶାମୁକ୍ତ କରିଦେଲେ ହବନାହିଁ ଆମକୁ ପରିବେଶ ପତି ସଜାଗ ହେବାକୁ ପଡିବ । ସେଥି ପ୍ରତି ରାଜ୍ୟ ସରକାର ମା ପାଇଁ ଗଛଟିଏ କାର୍ଯ୍ୟକ୍ରମକୁ ସଫଳ କରିବା ସହ ନିଜେ ନିଜେ ରାସ୍ତା କରରେ ଥିବା ଖାଲି ଯାଗାରେ ଗଛ ଲଗାଇବା ସହ ତାର ଯନ୍ତ୍ର ନେବାକୁ ଅତିଥି ମାନେ ପିଲା ମାନଙ୍କୁ ସଚେତନତା କରାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭାରତ ବିକାଣ ପରିଷଦର ପୂର୍ବପ୍ରାନ୍ତ ର ମିଡିଆ ପ୍ରଭାରୀ ନିହାର ରଞ୍ଜନ ସ୍ୱାଇଁ, ସମ୍ପାଦକ ନବଘନ ଶତପଥି, ଦେବରାଜ ନାଏକ, ଅମୀୟ କୁମାର ସ୍ୱାଇଁ, ଶିକ୍ଷୟତ୍ରୀ ବନ୍ଦନା ଦାଶ ପ୍ରମୁଖ ବିଦ୍ୟାଳୟ ପରିସରରେ ବିଭିନ୍ନ ଫଳ ବୃକ୍ଷ ରୋପଣ କରିଥିଲେ ।ଶିକ୍ଷକ ଯୋଗେଶ ଚନ୍ଦ୍ର ନାଏକ ଧନ୍ୟବାଦ ଦେଇଥିଲେ । ବିଦ୍ୟାଳୟ ପରିଚାଳନା କମିଟର ସଭାପତି ନାରାୟଣ ପ୍ରଧାନ, ଶିକ୍ଷକ ଅମରେଶ ପରିଡା, ଦୁର୍ଗା ପ୍ରସାଦ ପ୍ରଧାନ, ଶଶାଙ୍କ ଭୋଇ, କଲ୍ୟାଣୀ ନାଏକ, ତୃଷ୍ନା ପ୍ରଧାନ, କିଷ୍ଣା ସାମଲଙ୍କ ସହିତ ସଂଗ୍ରାମ ମହାପାତ୍ର ଓ ଅଭିମନ୍ୟୁ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୬/୨୨୪----୭,୨୫ Sakhigopal News, 30/6/2024