Breaking News

ଲାଞ୍ଚ ନେବା ବେଳେ, ଭିଜିଲାନ୍ସ ହାତରେ ଧରାପଡି ଗିରଫ ହେଲେ ଗାଙ୍ଗପୁର ଆରଆଇ


ଭଞ୍ଜନଗର  ----  ସାତ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ, ଭିଜିଲାନ୍ସ ହାତରେ ଧରାପଡିଲେ 
ଗାଙ୍ଗପୁର ର  ରାଜସ୍ବ ନିରୀକ୍ଷକ ।   ଗଂଜାମ ଜିଲ୍ଲା ବେଲଗୁଣ୍ଠା ତହସିଲ ଅନ୍ତର୍ଗତ ଗାଙ୍ଗପୁର ର ଆରଆଇ ପ୍ରଦୀପ କୁମାର ଗୈାଡ । ଜମିଜମା ସଂକ୍ରାନ୍ତୀୟ ରିପୋର୍ଟ ତହସିଲ୍  ଅଫିସ କୁ ପଠାଇବା ପାଇଁ, ଅଭିଯୋଗକାରୀ ଙ୍କ ଠାରୁ ଲାଞ୍ଚ ନେଉଥିଲେ ।  ଏନେଇ ସଂପୃକ୍ତ ଅଭିଯୋଗକାରୀ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ୨୪ ତାରିଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ  ୭୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ  ମାଡିବସିଥିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ।  ଆର୍ ଆଇ ପ୍ରଦୀପ କୁମାର ଗୈାଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଭଞ୍ଜନଗର ନିକଟ ଜିଲୁଣ୍ଡି ସ୍ଥିତ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ କରିଛି ବ୍ରହ୍ମପୁର ଭିଜିଲାନ୍ସ ଟିମ୍ । ଏନେଇ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ ସହ ତଦନ୍ତ ଜାରି ରହିଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୬/୨୦୨୪---୬,୪୦ Sakhigopal News,26/6/2024

Blog Archive

Popular Posts