ଶ୍ରୀ ଜଗନ୍ନାଥଙ୍କ ଶ୍ରୀଅଙ୍ଗ ସେବାପାଇଁ ସାକ୍ଷୀଗୋପାଳରୁ ବଉଳକାଠ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ର ଗମନ
ସାକ୍ଷୀଗୋପାଳ-----ପରମ୍ପରା ଅନୁଯାୟୀ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଦିନରେ ବିଭିନ୍ନ ପରମ୍ପରା ବା ଯାନିଯାତ୍ରା ରହିଛି । ଠାକୁରଙ୍କ ସେବା ପାଇଁ ମଠ, ବାଡି ରାଜା ଖଞ୍ଜିଥିଲେ । ସେହିପ୍ରଥା ଅନୁଯାୟୀ ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବା ଦେବସ୍ନାନ ପୂର୍ଣ୍ଣମୀ ଅବସରରେ ଠାକୁରଙ୍କ ଶ୍ରୀଅଙ୍ଗ ସୁରକ୍ଷା ବା ସେନାପଟା ସେବା ପାଇଁ ସାକ୍ଷୀଗୋପାଳରୁ ବଉଳ ଗଛର କାଠ ଯିବାର ପରମ୍ପରା ରହିଛି । ଏହି ଅବସରରେ ନିର୍ଜଳା ଏକାଦଶୀ ତିଥିରେ ଶ୍ରୀଜଗନ୍ନାଥଙ୍କ ଅଜା ଭାବେ ପରିଚିତ ସାକ୍ଷୀଗୋପାଳ ବକୁଳବନରେ ପୂଜିତ ସିଦ୍ଧବଳରାମଙ୍କ ମନ୍ଦିର ନିକଟରୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସେବା ପାଇଁ ବଉଳ କାଠ ଶଗଡିକୁ କୁୂ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ସତବାଦୀ ବ୍ଳକ ଛକ ପର୍ଯ୍ୟନ୍ତ ମେଲାଣି ଦିଆଯାଇଛି । ପରମ୍ପରା ଅନୁଯାୟୀ ଶ୍ରୀ ଜଗନ୍ନାଥ ସଂସ୍କୃତି ତଥ୍ୟ ଅନୁଯାୟୀ ବକୁଳବନରୁ ଶ୍ରୀ ଜିଉଙ୍କ ରଥଯାତ୍ର ନିମନ୍ତେ ଆବଶ୍ୟକ ବଉଳକାଠ ସଂଗ୍ରହ କରାଯାଇଥାଏ । ରଥଯାତ୍ରା ସମୟରେ ବକୁବବନ ପରିସରରୁ ବଉଳଗଛର ମୋଟା ମୋଟା ତିନିଖଣ୍ଡ ଡାଳ ଯାଉଥିଲା । ଏଠାରୁ ଯିବାର ତାପର୍ଯ୍ୟ ହେଉଛି ଯେ ଜଗନ୍ନାଥଙ୍କ ଅଜା ଭାବେ ସିଦ୍ଧବଳରାମ ଏଠାରେ ପୂଜା ପାଇ ଆସୁଛନ୍ତି । ତାଙ୍କର ଏକ କଥା ଅନୁଯାୟୀ ଏଠାରୁ ତିନିଖଣ୍ଡ କାଠ ଗଲାପରେ ଠାକୁର ସ୍ନାନମଣ୍ଡପକୁ ବିଜେ କରିବା ସମୟରେ ଶ୍ରୀ ଜିଉଙ୍କର ଶ୍ରୀଅଙ୍ଗର ସୁରକ୍ଷା ପାଇଁ ଏହି କାଠ ବ୍ୟବହାର କରାଯାଇଥାଏ । କାଳଦିକ୍ରମେ ବକୁଳବନରୁ ବଉଳ ଗଛ ଲୋପ ପାଇଗଲା । ବର୍ଷା , ବାତ୍ୟା ଯୋଗୁ ବକୁଳବନରୁ ବଉଳ ଗଛ ଲୋପ ପାଇଯିବାରୁ ଏବେ ଆଖପାଖ ଅଞ୍ଚଳରୁ ଗଛ ଚିହ୍ନଟ କରାଯାଇ ଠାକୁରଙ୍କ ସେବାରେ ଲାଗୁଛି । ଏପରିକି ଯେଉଁ ମାନଙ୍କ ବଗାୟତରୁ ଜଗନ୍ନାଥଙ୍କ ସେବା ପାଇଁ ଗଛ ଯାଉଛି ସେମାନେ ବହୁତ ଖୁସି ହେବା ସହ ନିଜକୁ ଭାଗ୍ୟବାନ ବୋଲି ଭାବୁଛନ୍ତି । ଶ୍ରୀମନ୍ଦିର ଦେବନୀତି ପରେ ମହାପ୍ରଭୁଙ୍କ ଠାରୁ ଆସିଥିବା ଆଜ୍ଞାମାଳ ସାକ୍ଷୀଗୋପାଳସ୍ଥିତ ଶ୍ରୀରାମଚନ୍ଦ୍ରପୁର ବଡବନ୍ଧ ନିକଟ ସୁରେଶ ଚନ୍ଦ୍ର ତ୍ରିପାଠୀଙ୍କ ବଗାୟତରୁ ଚିହ୍ନଟ କରାଯାଇଥିବା ବଉଳ ବୃକ୍ଷରେ ବନ୍ଧାଯାଇ ସେଠାରେ ପୁଜାର୍ଚ୍ଚନା କରାଯାଇଥିଲା । ରଥ ନିର୍ମାଣ ତତ୍ୱାବଧାରକ ସୁଦର୍ଶନ ମେକାପ , ସର୍ଦ୍ଦାର ଭୋଇ ସେବକ ରବି ଭୋଇ ଓ କାଳିଆ ଭୋଇ ମାନଙ୍କ ସହିତ କିଛି ଭୋଇ ସେବକ ମାନେ ଆସିଥିଲେ । ପୂଜା ପାଠ ସରିବା ପରେ ନିୟମ ଅନୁଯାୟୀ ପ୍ରଥମେ ଦିବାକର ଭୋଇ ସେବକ ବୃକ୍ଷ ଛେଦନ କରିଥିଲେ । ପରେ ପରେ ଅନ୍ୟ ଭୋଇ ସେବକ ମାନେ ଗଛ ହାଣି ତଳେ ପକାଇଥିଲେ । ପରେ ପରେ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଆସିଥିବା କାଠକୁ ବଳଦ ଶଗଡରେ ଲଦା ଯାଇଥିଲା । ସ୍ଥାନୀୟ ସଂକୀର୍ତ୍ତନ, ହରିବୋଲ, ହୁଳହୁଳି ସହିତ ଜୟ ଜଗନ୍ନାଥ, ଜୟ ସାକ୍ଷୀଗୋପିନାଥରେ ଅଞ୍ଚଳ କମ୍ପିତ ହୋଇଥିଲା । କରାଯାଇ ସିଦ୍ଧବକୁଳଙ୍କ ମନ୍ଦିର ପର୍ଯ୍ୟନ୍ତ ଅଣାଯାଇଥିଲା । ସେଠାରେ ଭକ୍ତ ମାନଙ୍କ ଦର୍ଶନ ପାଇଁ କିଛି ସମୟ ରଖାଯାଇଥିଲା । ସେଠାରେ ସତ୍ୟବାଦୀ ସଂସ୍ଳୃତି ସୁରକ୍ଷା ମଞ୍ଚ ପକ୍ଷରୁୂ ସାହିତ୍ୟ ଆସର ସହିତ ଏକ ଫଟୋ ପ୍ରଦର୍ଶନୀ କରାଯାଇଥିଲା । ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରାୟ ୭୦ଜଣ କବି କବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ଆଇନଜୀବୀ ଅଞ୍ଜନ କୁମାର ହୋତା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିବା ସହ ବଊଳଗଛର ଆବଶ୍ୟକତା ସମ୍ପର୍କେ କହିଥିଲେ । ଏହି ଅବସରରେ ଶଗଡିଆ ବାନାମ୍ବର ପ୍ରଧାନଙ୍କ ସହିତ ବିଭିନ୍ନ ବ୍ୟକ୍ତି ବିଶେଷ ଓ କାଠର ମାଲିକଙ୍କୁ ସହିତ ଅନ୍ୟ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ପୁରୀ ସାଂସଦ ଡା ସମ୍ବିତ ପାତ୍ର, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ସତ୍ୟବାଦୀ ତହସିଲଦାର ଆଲୋକ କୁମାର ଦେହୁରୀ, ବିଡିଓ ଲିପିସା ରାୟ ପତକା ଦେଖାଇ ଶଗଡିକୁ ମେଲାଣି ଦେଇଥିଲେ । ରଥ ତତ୍ୱବଧାରକ ସୁଦର୍ଶନ ମେକାପଙ୍କ ସହିତ ଜୟପୁର ସମିତିସଭ୍ୟ ଦୀପକ ଶତପଥୀ ଓ ଅନ୍ୟ ମାନେ ଉପସ୍ଥିତ ରହିଥିଲେ । ବକୁଳବନ ଠାରୁ ସତ୍ୟବାଦୀ ସଂସ୍ଳୃତି ସୁରକ୍ଷା ମଞ୍ଚ ଆନୁକୂଲ୍ୟରେ ସୁଧର୍ମା ମହାସଂଘ ଶ୍ରୀରାଧା ମଣ୍ଡଳ ପକ୍ଷରୁ ନାମ ସଂକୀର୍ତ୍ତନ କରିବା ସହ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁମାନେ ଏକ ଆଧ୍ôାମିକ ପଟୁଆରରେ ସିଦ୍ଧବକୁଳ ମନ୍ଦିର ଠାରୁ ବଜାର ଦେଇ ବ୍ଳକ ଛକ ଠାରେ ଶଗଡିକୁ ଶ୍ରୀକ୍ଷେତ୍ର ଅଭିମୁଖେ ମେଲାଣି ଦେଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସତ୍ୟବାଦୀ ଥାନା ଆଇଆଇସି ଉମେଶ ଚନ୍ଦ୍ର ସାହୁ ସଦଳବଳେ ସେଠାରେ ଉପସ୍ଥିତ ରହିଥିଷଲ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୬/୨୦୨୪---୮.୪୫ Sakhigopal News , 18/6/2024