Breaking News

ଲରମ୍ଭା ମହାବିଦ୍ୟାଳୟରେ ବିଶ୍ବ ରକ୍ତଶିକୁଳି ଦିବସ ପାଳିତ

 
ବରଗଡ଼ --- ଲରମ୍ଭା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ବିଶ୍ବ ରକ୍ତଶିକୁଳି ଦିବସରେ ରକ୍ତହୀନତା ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଶ୍ରୀ ବିନୟ କୁମାର ନାୟକ, ଶ୍ରୀ ପ୍ରଦୀପ କୁମାର ପଣ୍ଡା, ଶ୍ରୀ ଶିଶିର କୁମାର ସାହୁ , ଅଧ୍ୟାପିକା କାଦମ୍ବିନୀ ଗୁରୁ ଯୋଗ ଦେଇ ରକ୍ତଶିକୁଳି ରୋଗର କାରଣ , ନିରାକରଣ ଓ ଏହାର ସଚେତନତା ଉପରେ ଆଲୋକପାତ କରିଥିଲେ । ଶେଷରେ ଏନ.ଏସ.ଏସ ଅଧିକାରୀ ଗଣେଶ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ , ଛାତ୍ରଛାତ୍ରୀ ଉପସ୍ଥିତ ଥିବାବେଳେ ଏନ.ସି.ସି. ଏନ.ଏସ.ଏସ. ଓ୍ବା ଆର.ସିର ଅଧିକାରୀ ବୃନ୍ଦ ସହଯୋଗ କରିଥିଲେ । ଏହି ଅଭିଯାନ ଜୁଲାଇ ତିନି ତାରିଖ ପର୍ଯ୍ୟନ୍ତ ଚାଲୁରହିବ ବୋଲି ଜଣାପଡିଛି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୧/୬/୨୦୨୪--- ୭,୪୫ Sakhigopal News,21/6/2024

Blog Archive

Popular Posts