Breaking News

ବିଜୟର ବାନା ଉଡାଇଲେ ଉମା ମଲ୍ଲିକ, କଡା ମୁକାବିଲା କରି ହାରିଗଲେ ଜୟଶ୍ରୀ କହଁର



 






ଫୁଲବାଣୀ : ଗଣତନ୍ତ୍ରର ମହାପର୍ବ । ସାଧାରଣ ନିର୍ବାଚନ ୨୦୨୪ର ଚାଲିଥିଲା ଭୋଟ୍ ଗଣତି । ବନ୍ଦ ଇଭିଏମ୍‌ରୁ ବାହାରକୁ ଆସିଲା ଫଳାଫଳ । ନିର୍ଦ୍ଧାରିତ ହେଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ଭାଗ୍ୟ । ଏହି ସଂଖ୍ୟା ଖେଳ ଭିତରେ କେତେବେଳେ କିଏ ଆଗକୁ ଯାଉଥିଲା ତ କେତେବେଳେ ଆଉ କିଏ ଏହି ପଛକୁ ଯାଉଥିଲା l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଲୋକସଭା ଅନ୍ତର୍ଗତ ଫୁଲବାଣୀ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଉମା ଚରଣ ମଲ୍ଲିକ ଇଭିଏମରୁ ୫୩ ହଜାର ୧୮୭ ଟି ଏବଂ ପୋଷ୍ଟାଲ ବାଲେଟ ମାଧ୍ୟମରେ ୭୧୩  ସମେତ ମୋଟ ୫୩ ହଜାର ୯୦୦ ଭୋଟ ପାଇ ପାଇଥିବା ବେଳେ । ବିଜୁ ଜନତା ଦଳର ଫୁଲବାଣୀ ବିଧାନସଭା ପାର୍ଥି ଜୟଶ୍ରୀ କହଁର ଇଭିଏମରୁ ୫୦ହଜାର ୭୬୭ ଏବଂ ପୋଷ୍ଟାଲ ବାଲେଟ ୨୭୫ ସମେତ ମୋଟ ୫୧୦୪୨ ଟି ଭୋଟ ପାଇଥିଲେ l ଅର୍ଥାତ ଉମା ଚରଣ ମଲ୍ଲିକ 
ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବିଜୁ ଜନତା ଦଳର ପ୍ରାର୍ଥୀ ଜୟଶ୍ରୀ କହଁରଙ୍କୁ ପଛରେ ପକାଇ ୨୮୫୮ ଭୋଟରେ ବିଜୟୀ ହୋଇଛନ୍ତି । ଜନତା ଦଳର ଫୁଲବାଣୀ ବିଧାନସଭା ପାର୍ଥି ପରିପ୍ରେକ୍ଷୀରେଜୟଶ୍ରୀ କହଁର ବିଜୟର ବାନା ଉଡାଇଲେ ଉମା ମଲ୍ଲିକ, କଡା ମୁକାବିଲା କରି ହାରିଗଲେ ଜୟଶ୍ରୀ କହଁର । କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ, ୫/୬/୨୦୨୪------୧୦,୨୫ Sakhigopal News,5/6/2024


Popular Posts