Breaking News

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୧୧ ଅସୁସ୍ଥ



ଭଞ୍ଜନଗର - ଘର ପଖ ପଡ଼ିଆରୁ ଛତୁ ଆଣି ଖାଇଲେ । ଶେଷରେ ଗୋଟିଏ ପରିବାରର ୧୧ ଅସୁସ୍ଥ ହୋଇ ପଡିଲେ । ତୁରନ୍ତ ସେମାନଙ୍କୁ ମେଡିକାଲ ଭର୍ତ୍ତି କରି ଯିବା ପରେ  ସଂପୃକ୍ତ ଅସୁସ୍ଥ ମାନେ ବିପଦ ମୁକ୍ତ ଥିବା ଜଣାପଡିଛି । ସମସ୍ତ ଅସୁସ୍ଥ, ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ସମସ୍ତ ଅସୁସ୍ଥ ମାନେ,କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅଧିନ ପାର୍ତ୍ତିଗୁଡା ଗ୍ରାମର । ଅସୁସ୍ଥ ଙ୍କ ମଧ୍ୟରୁ ୪ ଜଣ ଗୁରୁତର ରହିଛନ୍ତି।ସୁଚନାନୁସାରେ,ରବିବାର ସକାଳୁ ଗ୍ରାମର କିଛି ଲୋକ ନିକଟସ୍ଥ ଜଙ୍ଗଲକୁ ଛତୁ ଆଣି ଘରେ ରୋଷେଇ କରିଥିଲେ। ମଧ୍ୟାହ୍ନରେ ଭୋଜନ ପରେ ଗାଁର ଭଜମନ ନାୟକ,କୋରା ନାଇକ ଓ ତ୍ରୟୋନାଥ ନାୟକଙ୍କ ପରିବାର ପବିତ୍ର ନାୟକ୭,ହରପ୍ରିୟା ନାଇକ୧୨,ଆଦର୍ଶ ନାୟକ୮,ରାନି ନାୟକ୨,କାମିନି ନାୟକ୨୨,ଇନ୍ଦ୍ରା ନାୟକ,କୁନ୍ଦନ ନାୟକ ୫୬,ସନ୍ଧ୍ୟା ନାଇକ,ସୁଦାମ ନାୟକ,ଜହନ ନାୟକ୮,କାଜଲ ନାୟକ୧୮ ଅସୁସ୍ଥ ହୋଇ ପଡିଥିଲେ।ପରିବାର ଲୋକେ ଆମ୍ବୁଲାନ୍ସ ଡାକି ସମସ୍ତ ଅସୁସ୍ଥଙ୍କୁ ନିକଟସ୍ଥ ଭଞ୍ଜନଗର ଉପଖଣ୍ଡ ମେଡିକାଲ ରେ ଭର୍ତ୍ତି କରିଥିଲେ। କାମିନି,ସନ୍ଧ୍ୟା,କାଜଲ ଓ କୁନ୍ଦନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେମାନେ ମେଡିକାଲରେ ଚିକିତ୍ସାଧିନ ରହିଛନ୍ତି।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୭/୨୦୨୪----୯,୦୫ Sakhigopal News,1/7/2024

Blog Archive

Popular Posts