ସାକ୍ଷୀଗୋପାଳରେ ରଜ ପାନ ଖଣ୍ଡିକର ଦାମ ୫ରୁ ୩୦ ଟଙ୍କା
ସାକ୍ଷୀଗୋପାଳ---, ରଜ ପାନ ଖଣ୍ଡିକର ଦାମ ୫ଟଙ୍କାରୁ ଆରମ୍ଭ କରି ୩୦ ଟଙ୍କା ପର୍ଯ୍ୟନ୍ତ ରହିଛି । ରଜ ପାନ ପାଇଁ ସାକ୍ଷୀଗୋପାଳରେ ବିଭିନ୍ନ ଯାଗାରେ ସ୍ୱତନ୍ତ୍ର ଭାବେ ରଜପାନ ଦେକାନ ଖୋଲିଛି । ବିଭିନ୍ନ ରଙ୍ଗ ବେରଙ୍ଗୀର ମିଠା ମସଲା ସାଙ୍ଗକୁ ପାନର ସ୍ୱାଦ ବଡାଇବା ପାଇଁ ସେଣ୍ଟଦିଆଯାଉଛି । ସାକ୍ଷୀଗୋପାଳ ବଜାରର ଚନ୍ଦନପୋଖରୀ ଉପରେ ରଜ ପାନ ପାଇଁ ବିଶେଷ କରି ଯୁବକ ମାନଙ୍କର ଗହଳି ଲାଗିଥିବାର ଦେଖାଯାଇଛି । ଯୁବକ ମାନେ ପାନ ବରାଦ କରିବା ସହ ନିଜେ ମଧ୍ୟ ଗୋଟିଏ ଗୋଟିଏ ରଜ ପାନ ଖାଉଥିବାର ଦେଖାଯାଇଥିଲା । ବିଶେଷ କରି ଏପରିକି ବାସୁଦେବ ସାହୁ ଓ ଭଜମନ ସେନାପତି କହନ୍ତି ଏ ବର୍ଷ ପାନ ବେପାର ଅଳ୍ପ ÷ଳ୍ପ ଜମି ଆସୁଛି । ପାଗ ବହୁତ ଭଲ ରହିଛି । ପ୍ରଥମ ରଜ ସରିଗଲା ଆଉ ଦୁଇଦିନ ରଜ ରହିଛି ନିଶ୍ଚିତ ରଜ ବଜାର ଜମିବ ବୋଲି ଆଶା ରଖିଛନ୍ତି ପାନ ଦେକାନୀ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୬/୨୦୨୪---୭,୪୫ Sakhigopal News, 14/6/224