ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଓ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ
ବରଗଡ଼ ---- ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ବରଗଡ଼ ଓ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ବରଗଡ଼ ତରଫରୁ ଗତ ମଇ ମାସରେ ଅବସର ନେଇ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପରିସର ରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି | ବିଦାୟୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ହେଲେ ପଦ୍ମିନୀ ମିଶ୍ର, ସଂଯୁକ୍ତା ଷଡ଼ଙ୍ଗୀ,ଅବଧୂତ ପଧାନ, ଅଶୋଳ କୁଅଁର, ସୁରେନ୍ଦ୍ର ଭୋଇ , ମନୋରଞ୍ଜନ ସାହୁ,ଗୀତା ମହାପାତ୍ର, ପ୍ରଶାନ୍ତ ମହାପାତ୍ର, ଚତୁର୍ଭୁଜ ସାହୁ । ବରଗଡ଼ ବି ଇ ଓ ଡ୍.ସୁରେନ୍ଦ୍ର କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ବି ଇ ଓ ଦିଲ୍ଲୀପ ମେହେର, ରଞ୍ଜନ ଦଣ୍ଡସେନା, ବରିଷ୍ଠ କିରାଣୀ ଭରତ ମେହେର, ଏ. ୟୁ. ପି. ଟି. ଏଫ. ସଭାପତି ନବୀନ କୁମାର ସାବତ,ସମ୍ପାଦକ କୃପାସିନ୍ଧୁ ଗଡତିଆ ଓ ଅନ୍ୟାନ୍ୟ ଶିକ୍ଷକ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ବ୍ଲକ ସମ୍ପାଦକ ମୋହିତ ପତି ଧନ୍ୟବାଦ ଅର୍ପଣ କରିଥିବାବେଳେ ସମସ୍ତେ ବିଦାୟୀ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧/୬/୨୦୨୪----୮,୫୫ Sakhigopal News,1/6/2023