ଶିକାର କରିବା ଆଗରୁ ଧରାପଡିଲେ ଦୁଇ ଶିକାରୀ, ବନ୍ଧୁକ ଓ ଗୁଳି ଜବତ
କନ୍ଧମାଳ ---ଜଙ୍ଗଲ ରେ ନିଆଁ ଲଗାଇ ବନ୍ୟ ଜୀବଜନ୍ତୁ ଶୀକାର ପାଇଁ ସଜବାଜ ହେଉଥିବା ବେଳେ ବାଲିଗୁଡା ବନ ବିଭାଗ ର ଚଢ଼ାଉ l ବନପାଳ ପ୍ରଭାତ ଦୋରା ଙ୍କ ନେତୃତ୍ୱ ରେ ଏକ ଟିମ ବାଲିଗୁଡା ବନାଞ୍ଚଳ ର ସୀତାପଡି ଗାଁ ନିକଟସ୍ଥ ପୁସାଙ୍ଗିଆ ଜଙ୍ଗଲ ରେ ଚଢ଼ାଉ କରିଥିଲେ l ଚଢ଼ାଉ ସମୟରେ 2 ଜଣ ଶିକାରୀ କୁ ଗିରଫ କରାଯିବା ସହ ଗୋଟିଏ ଦେଶୀ ବନ୍ଧୁକ, 10 ଗୋଟି ଜୀବନ୍ତ ଗୁଳି ଓ 120 ଗ୍ରାମ ବାରୂଦ ଜବତ କରିଛି ବନ ବିଭାଗ l ଗିରଫ ଦୁଇ ଶିକାରୀ ହେଲେ ମିଡିଆକିଆ ଗ୍ରାମ ର ସୁଦାମ ମଳିକ ଓ ବଳରାମ ପୂଜାରୀ l ବନ ବିଭାଗ ର ଏହି ଚଢ଼ାଉ ରେ ଫରେଷ୍ଟର ପ୍ରଭାତ ଦୋରା, ଫରେଷ୍ଟ ଗାର୍ଡ ସତ୍ୟ ନାରାୟଣ ମହାନ୍ତି ଙ୍କ ସମେତ ବିଭତ୍ସ ବାଗ ଓ ଲୋକନାଥ ଦଳବେହେରା ସ୍କ୍ୱାଡ଼ ଟିମ ର ସାମିଲ ହୋଇଥିଲେ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୪/୬/୨୦୨୪----୮,୧୦ Sakhigopal News,4/6/2024