ଜଟଣୀ ଥାନା ଚତୁଃପାର୍ଶ୍ଵ ବେଆଇନ୍ ଜବରଦଖଳ; ଚାଲିଛି ନିର୍ମାଣ କାର୍ଯ୍ଯ
ଜଟଣୀ :ପୌରାଞ୍ଚଳରେ ସରକାରୀ ଜମି ଜବରଦଖଲ ଏକ ମହାମାରୀରେ ପରିଣତ ହୋଇଛି । ପ୍ରଶାସନର ନିଷ୍କ୍ରିୟତାର ସୁଯୋଗରେ କିଛି ମୁଷ୍ଠିମେୟ ବ୍ୟକ୍ତି ପ୍ରତିଯୋଗୀତା ପୂର୍ଣ୍ଣ ଭାବେ ଏହି ସୁବିଧା ହାତେଇବାରେ ଲାଗି ପଡ଼ିଥିବା ଦେଖିବାକୁ ମିଳୁଛି l ଜଟଣୀ ଥାନା ଚତୁପାର୍ଶ୍ଵ ମାଫିଆଙ୍କ କବଳରୁ ବର୍ତ୍ତୀ ପାରୁନାହିଁ l ସହରର କେନ୍ଦ୍ର ସ୍ଥଳରେ ଥିବା ଜଟଣୀ ଥାନା ଏବେ ନୂଆ ରୂପରେ ସଜେଇ ହୋଇଥିବା ଦେଖିବାକୁ ମିଳୁଛି l ଥାନାଧିକାରୀ ସୌମ୍ୟକାନ୍ତ ବଳିଆରସିଂହଙ୍କ ତତ୍ତ୍ୱାବଧାନରେ ଚାଲିଛି ଥାନାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ l ଥାନା ମଧ୍ୟକୁ ପ୍ରବେଶ କରିବା ପଥରେ ବିଭିନ୍ନ ରକମର ଫୁଲ ବଗିଚା ସହ କୁଣ୍ଡ ମାନଙ୍କରେ ରଙ୍ଗ ବେରଙ୍ଗର ଫୁଲ ମନମୁଗ୍ଧକର ହେଇଛି l ଜାତୀୟ ପତାକା ଉତ୍ତୋଳନ ମଞ୍ଚ ସହିତ ରଙ୍ଗୀନ୍ ମାଛ ଥିବା କୁଣ୍ଡ ଅଞ୍ଚଳଟି ବେଶ୍ ଆକର୍ଷଣୀୟ ହୋଇଥିବା ବେଳେ ଏକ ଛୋଟ ଘାସ ଗାଲିଚା ମଧ୍ଯ ସ୍ରୁଷ୍ଟି କରାଯାଇଛି l ଏହି ପରିପ୍ରେକ୍ଷୀରେ କିଛି ବର୍ଷ ତଳେ ଥାନାର ପ୍ରବେଶ ପଥର ଡାହାଣ ପାର୍ଶ୍ଵରେ ଥିବା କ୍ୟାବିନ୍ ଗୁଡିକ ହଟାଯାଇ ସେହି ସ୍ଥାନରେ ବଗିଚା ତିଆରି ହେଉଥିବା ବେଳେ କିନ୍ତୁ ବାମ ପାଖରେ ଥିବା କୌଣସି କ୍ୟାବିନ୍ ହଟl ନଯାଇ ନାମକୁ ମାତ୍ର ଅଳ୍ପ କିଛି ଅଂଶରେ ବଗିଚା କରାଯାଇଛି। ଅପରପକ୍ଷେ ପ୍ରିୟା ପ୍ରୀତିରେ କ୍ୟାବିନ୍ ହଟା ନ ଯାଇ ବରଂ ଚତୁଃପାର୍ଶ୍ଵର ଥାନା ପାଚେରୀକୁ ଆବଦ୍ଧ କରି ରାସ୍ତାକୁ ମଡ଼ାଇ ରଖାଯାଇଛି । କ୍ୟାବିନ୍ ଗୁଡିକୁ ଉଠାଯାଇ ଥାନାକୁ କ୍ୟାବିନ୍ ମୁକ୍ତ କରାଗଲେ ଥାନାର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହେବ ବୋଲି ଆଇନଜୀବୀ ମାନେ ମତପ୍ରକାଶ କରିଛନ୍ତି l ଏପରିକି ଅଳ୍ପ ଅଳ୍ପ ଭାବରେ ଥାନା ପଛ କାନ୍ଥ କଡରେ ଏକ ବିରାଟ ବଡ଼ ଦୋକାନ ନିର୍ମାଣ ହେବା ପରେ ତାକୁ ଭଡାରେ ଲଗାଯାଇ ଥିବା ସାଧାରଣରେ ଅଭିଯୋଗ ହେଉଛି l ଏହି ପରିପ୍ରେକ୍ଷୀରେ ପୌରପାଳିକା ପକ୍ଷରୁ ରାସ୍ତା କଡ଼ରେ ଭେଣ୍ଡିଂ ଜୋନ୍ ସ୍ଥାପନା କରାଯାଉଥିବା ବେଳେ ଏହି କାର୍ଯ୍ୟକୁ ଦେଖି ବହୁ ବ୍ୟକ୍ତି ତହସିଲ୍ କାର୍ଯ୍ୟାଳୟ ଠାରୁ ବ୍ଲକ୍ ଛକ ଏବଂ ଜଟଣୀ କଲେଜ୍ ଠାରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବିଦ୍ୟୁତ୍ କାର୍ଯ୍ୟାଳୟ ନିକଟ ଶ୍ରୀବତ୍ସ୍ଛ ପାଠାଗାର ଠାରୁ ସରକାରି ବାଳିକା ଉଚ୍ଚବିଦ୍ୟାଳୟ ପର୍ଯ୍ୟନ୍ତ ବାଉଁଶ ବାଡ଼ କରି ଜମି ଓଗାଳିବା ସହ କେତେକ କେବିନ ପକାଇବା ଆରମ୍ଭ କରିଦେଇଥିବା ବେଳେ କିଛି ସ୍ଥାନରେ ଛାତ ଘର ମାନ ନିର୍ମାଣ ହୋଇ ଚାଲିଥିବା ଦେଖିବାକୁ ମିଳିଛି l ଏଠାରେ ପ୍ରଶ୍ନ ଉଠେ ଏହିସବୁ ବେଆଇନ୍ ନିର୍ମାଣ ମାନଙ୍କୁ ବିଦ୍ୟୁତ ବିଭାଗ କିପରି କେଉଁ ଆଧାର ବଳରେ ବିଦ୍ୟୁତ୍ ସଂଯୋଗ ଦେଉଛି l ଅପରନ୍ତୁ ବେଳ ଥାଉ ଥାଉ ବନ୍ଧ ବାନ୍ଧିବା ନୀତିରେ ପୌର ନିର୍ବାହୀ ଅଧିକାରୀ, ତହସିଲଦାର ଓ ଥାନାଧିକାରୀ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୬/୨୦୨୪ --୭,୪୫ Sakhigopal News-21/6/2024