Breaking News

ବିଶ୍ଵ ପରିବେଶ ଦିବସ ପାଳନ ଓ ସଚେତନତା କାର୍ଯ୍ୟକ୍ରମ

ବରଗଡ଼ --- ବରଗଡ଼ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଅତାବିରା ବ୍ଲକ ଅନ୍ତର୍ଗତ ଅତାବିରା ଝାଇଯୋର ଠାରେ  ବୃକ୍ଷରୋପଣ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୁଷ୍ଠ ରୋଗରୁ ମୁକ୍ତ ପାଇଥିବା ଅସହାୟ କୁଷ୍ଠ କଲୋନୀ ରେ ଆମ୍ବ,ପଣସ,ଆତ ଇତ୍ୟାଦି ଗଛ ରୋପଣ କରାଯାଇଥିଲା । ଏହା ସହିତ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ବର୍ଷା ଆରମ୍ଭ ରୁ ଏହି କଲୋନୀ ରେ ଅନେକ ବୃଷ ରୋପଣ କରିବା ସହିତ ତାଙ୍କ ଜୀବୀକା ପାଇଁ ଏକ ଫୁଲ ବଗିଚା କରାଯିବ ବୋଲି ମଧ୍ୟ ଆଲୋଚନା ହୋଇଥିଲା । ପ୍ରବଳ ଗ୍ରୀଷ୍ମପ୍ରବାହରୁ ବଞ୍ଚିବା ପାଇଁ ଏହି ପରି ବିଶ୍ଵ ପରିବେଶ ଦିବସ ରେ କାର୍ଯ୍ୟକ୍ରମ କରାଯାଇଛି ବୋଲି ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀ ମୁକୁନ୍ଦ ଦାଶ କହିଥିଲେ  । ସୁସ୍ଥ ରହିବାକୁ ହେଲେ ବୃକ୍ଷ ରୋପଣ କରିବା ନିମନ୍ତେ ଅନୁଷ୍ଠାନ ର ମୁଖ୍ୟ ଉପଦେଷ୍ଟା ଶ୍ରୀ ପରେଶ କୁମାର ମେହେର ସମସ୍ତଙ୍କୁ ନିବେଦନ କରିଥିଲେ।  ରାସ୍ତା ରେ ଯାତାୟାତ କରୁଥିବା ଲୋକଙ୍କୁ ପରିବେଶ ସଚେତନତା କରାଯାଇଥିଲା । କାର୍ଯ୍ୟକ୍ରମ ରେ ଅତାବିରା ବ୍ଲକ ସଭାପତି (ଜନ କଲ୍ୟାଣ ସେବା ଟ୍ରଷ୍ଟ)ଶ୍ରୀ ଶ୍ୟାମସୁନ୍ଦର ମେହେର, ଶିବାନନ୍ଦ ମଟାରୀ,ମନିଷ ଶର୍ମା, ଶେଷଦେବ ଦାଶ ସହଯୋଗ କରିଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢ଼ୀ,୬/୬/୨୦୨୪---୯,୩୫ Sakhigopal News,6/6/2024

Blog Archive

Popular Posts