Breaking News

ଶ୍ରମିକ କଂଗ୍ରେସ କାଳୁପଡା ଶାଖା ର ବୈଠକ


ଜଟଣି---- ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଖୋର୍ଦ୍ଧାରୋଡ ମଣ୍ଡଳ ଅଧୀନ କାଳୁପଡା ଶାଖାର ପ୍ରଥମ ଶାଖା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି l କେନ୍ଦ୍ରୀୟ ପଦାଧିକାରୀ ସୁବ୍ରତ ପଣ୍ଡାଙ୍କ ସଭାପତିତ୍ୱ ରେ ସଭାରେ ଖୋର୍ଦ୍ଧାରୋଡ ଶ୍ରମିକ କଂଗ୍ରେସର ଭାରପ୍ରାପ୍ତ ମଣ୍ଡଳ ସଂଯୋଜକ ଶ୍ରୀ ସୁନୀଲ କୁମାର ଭଞ୍ଜ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ l ଶ୍ରମିକ ମାନଙ୍କ ସର୍ବନିମ୍ନ ମୌଳିକ ସୁବିଧା ଯଥା ପିଇବା ପାଣି, ଟ୍ରାକମ୍ୟାନ ମାନଙ୍କ ପାଇଁ ପେଟ୍ରୋଲିଙ୍ଗ ବିଟ ବିଶ୍ରାମ ଗୃହ ତତ୍କାଳ ନିର୍ମାଣ ପାଇଁ ଦାବି ଉଠିଥିଲା । ପେଟ୍ରୋଲିଙ୍ଗ ବିଟ ବିଶ୍ରାମ ଗୃହ ନିର୍ମାଣ ପାଇଁ ସହମତି ପ୍ରକାଶ ପାଇସାରିଛି । କିଛି ଜାଗାରେ କାର୍ଯ୍ୟ ଆରମ୍ବ ହୋଇଗଲାଣି ଏହାକୁ ଆହୁରି ଜୋରଦାର କରାଯିବ ବୋଲି ସଂଯୋଜକ ଶ୍ରୀ ଭଞ୍ଜ ପ୍ରକାଶ କରିଥିଲେ l କାଳୁପଡା ଶାଖାର ସୀମାକୁ ବାଲୁଗାଁ ରୁ ଖଲିକୋଟ ପର୍ଯ୍ୟନ୍ତ ସମ୍ପ୍ରସାରଣ କାରାଯାଇ ଶାଖାର ନବନିର୍ବାଚିତ ସହ ସମ୍ପାଦକ ଶ୍ରୀ ଅଜିତ କୁମାର ତରାଇ ଏବଂ ଫିରୋଜ କୁମାର ପରିଡା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ସହ ସଂଯୋଜକ ନିରଂଜନ ମିଶ୍ର, କେନ୍ଦ୍ରୀୟ ପଦାଧିକାରୀ ଏ ଶ୍ରୀନିବାସ, ଅକ୍ଷୟ ପ୍ରଧାନ, ତ୍ରିଲୋଚନ ମହାନ୍ତି, ସଞ୍ଜୟ ଦାସ, କାଳୁପଡା ଶାଖା ସମ୍ପାଦକ ମନୋରଞ୍ଜନ ମହାପାତ୍ର ସମେତ ଚାରିଶହରୁ ଉର୍ଦ୍ଧ କର୍ମକର୍ତା ଉପସ୍ଥିତ ଥିଲେ ବୋଲି ମିଡ଼ିଆ ପ୍ରଭାରୀ ଏଲ ଡ଼ି ମହାନ୍ତି ସୂଚନା ଦେଇଥିଲେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୬/୨୦୨୪----୯,୩୦ Sakhigopal News,10/6/2024

Popular Posts