କୁର୍ମୀ କ୍ଷତ୍ରିୟ ସଂସ୍ଥା,ଛାମୁଣ୍ଡା ଅଞ୍ଚଳ ପକ୍ଷରୁ ପୂର୍ଣ୍ଣାଙ୍ଗ ବୈଠକ
ଭଞ୍ଜନଗର ---- ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଛାମୁଣ୍ଡା ଠାରେ ନିଖିଳ ଉତ୍କଳ କୂର୍ମି କ୍ଷତ୍ରିୟ ସଂସ୍ଥା, ଛାମୁଣ୍ଡା ତରଫରୁ ପୂର୍ଣ୍ଣାଙ୍ଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଭାପତି ଶ୍ରୀ ଅକ୍ଷୟ କୁମାର ଦଳବେହେରା ସଭାପତିତ୍ବ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ କୁଳର ଜାତୀୟ ପତାକାକୁ ସଭାପତି ଉତ୍ତୋଳନ କରିଥିଲେ ଓ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କୁଳ ସଙ୍ଗୀତ ଗାନ ଓ ବିଭୁ ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମରେ କୁଳାଧିକାରି ଶ୍ରୀ ଅନ୍ତର୍ଯ୍ୟାମୀ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଦେଶ ସଭାପତି ସୂର୍ଯ୍ୟ ନାରାୟଣ ପ୍ରଧାନ ଓ ପ୍ରଦେଶ ସମ୍ପାଦକ ଶ୍ରୀ ବିଶ୍ଵନାଥ ରାଉତ ଯୋଗ ଦେଇ କୂର୍ମି କ୍ଷତ୍ରିୟ ସଂସ୍ଥା ସ୍ବାସ୍ଥ୍ୟ, ଶିକ୍ଷା, କୃଷି ଉନ୍ନତି ଓ ନାରୀ ଶିକ୍ଷା ଉପରେ କାର୍ଯ୍ୟ କରୁଥିବାରୁ ଅଞ୍ଚଳ ସଦସ୍ୟ ମାନଙ୍କୁ ପ୍ରସଂଶା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳ ସମ୍ପାଦକ ଶ୍ରୀ ବଂଶୀଧର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଭିନ୍ନ ସାଂଗଠନିକ ଆଲୋଚନା ହୋଇଥିଲା । ବିଶେଷକରି ଶିକ୍ଷାବୃତ୍ତି ପ୍ରଦାନ, ରକ୍ତଦାନ ଶିବିର ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଦେଶ ସଭ୍ୟ ବିପ୍ର ଚରଣ ନାୟକ, ସୂର୍ଯ୍ୟନାରାୟଣ ନାୟକ, ଗଙ୍ଗାଧର ନାୟକ, ବଂଶୀଧର ନାୟକ, ବାଇଧର ନାୟକ, ଆଇନ ପରାମର୍ଶ ଦାତା ବିନାୟକ ପ୍ରଧାନ, ସହ ସମ୍ପାଦକ ସୁଶାନ୍ତ କୁମାର ପ୍ରଧାନ, ସାଂଗଠନିକ ସମ୍ପାଦକ ଓମ୍ ପ୍ରକାଶ ପ୍ରଧାନ, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ, ୭୧ ଗ୍ରାମର କୂର୍ମୀ କ୍ଷତ୍ରିୟ ଗ୍ରାମ୍ୟ ସଭାପତି ଓ ସମ୍ପାଦକ ମାନେ ଯୋଗ ଦେଇଥିଲେ । ଶେଷରେ ଉପ-ସଭାପତି ଶ୍ରୀ ଉପେନ୍ଦ୍ର ଭଞ୍ଜ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଛାମୁଣ୍ଡା ଗାଁ ସଭାପତି ଧବଳେଶ୍ଵର ପ୍ରଧାନ ଓ ଉପ-ସଭାପତି ସୁଶାନ୍ତ ପ୍ରଧାନ ଓ ସହ-ସମ୍ପାଦକ ଆଦିତ୍ୟ ନାୟକ, ଭାବସର ସମ୍ପାଦକ ସରୋଜ କୁମାର ନାୟକ ଓ ଅଞ୍ଚଳ ପାଇକ ନାରାୟଣ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୭/୨୦୨୪----୮,୪୫ Sakhigopal News 1/7/2024