Breaking News

ଝରାପାଲି ମାର୍କେଟ ର ଜଗନ୍ନାଥ ମନ୍ଦିର ରେ ସ୍ନାନଯାତ୍ରା ଅନୁଷ୍ଠିତ

 
ବରଗଡ଼ ----- ବରଗଡ ଜିଲ୍ଲା ସଂକ୍ରିଡା ପଞ୍ଚାୟତ ର ଝରାପାଲି ମାର୍କେଟରେ ଥିବା ଜଗନ୍ନାଥ ମନ୍ଦିର ରେ ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରୁ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍ଵର୍ଗତ କୈଳାସ ଅଗ୍ରୱାଲ କୂଅ ରୁ ମନ୍ତ୍ର ପାଠ କରି  ଜଳବାହାର କରାଯାଇଥିଲା। ପଣ୍ଡିତ ଭାବରେ ରୁଦ୍ର ଦାସ ଯୋଗଦେଇ ମନ୍ତ୍ର ପାଠ କରି ୧୦୮ କଳସରେ ଜଳ ଭର୍ତ୍ତି କରି ନାରୀକେଳ, ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମହିଳା ମାନେ ଉକ୍ତ ୧୦୮କଳସ ମୁଣ୍ଡ ବୋହି ଝରାପାଲି ମାର୍କେଟ ପରିକ୍ରମା କରି ଜଗନ୍ନାଥଙ୍କ ସ୍ନାନ ମଣ୍ଡପ ପହଞ୍ଚି ଥିଲେ। ସମସ୍ତ ରୀତିନୀତି ଅନୁସାରେ ମନ୍ତ୍ରପାଠ କରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ କରାଯାଇଥିଲା। ଏହା ପରେ ଚତୁର୍ଦ୍ଧାମୂର୍ତ୍ତୀ  ଗଜାନନ ବେଶ ଧାରଣ କରାଯାଇଥିଲା। ଏହି ବେଶ ଦେଖିବାପାଇଁ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ
 ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ । ବିଷ୍ନୁ ପ୍ରସାଦ ପଧାନ ଓ ଧର୍ମପତ୍ନୀ କନକ ପଧାନ କର୍ତା ଦାଇତ୍ବ ତୁଲାଇଥିଲେ। ଏହି ଅବସରରେ ଜଗନ୍ନାଥ କମିଟି ର ସଭାପତି ହରି ପଧାନ, ସଂପାଦକ ରଶ୍ମିରଞ୍ଜନ ପାଢ଼ୀ, କମଲେଶ ଅଗ୍ରୱାଲ, ସୁଜିତ୍ କୁମାର ପୁରୋହିତ ଓ ଜଗନ୍ନାଥ କମିଟି ର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୨/୬/୨୦୨୪----୯,୪୫ Sakhigopal News,22/6/2024

Blog Archive

Popular Posts