Breaking News

ବିିଧାୟକ ଓମ ପ୍ରକାଶ ମିଶ୍ରଙ୍କର ସତ୍ୟବାଦୀ ବ୍ଳକରେ ବନ୍ୟା ଓ ବାତ୍ୟାକୁ ନେଇ ବୈଠକ ; ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା ପାଇଁ ବିଧାୟକ ତାଗିଦ କଲେ ବିଭାଗୀୟଏସଡିଓଙ୍କୁ




ସାକ୍ଷୀଗୋପାଳ---- ନବ ନିର୍ବାଚିତ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଆଜି ଅପରାହ୍ନରେ ସତ୍ୟବାଦୀ ବ୍ଳକରେ ପହଞ୍ଚିବା କ୍ଷଣି ବିଜେପି କର୍ମୀ ଓ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ , ମିଶନଶକ୍ତିର ମା ମାନେ ଫୁଲତୋଡା ଦେଇ ବିଧାୟକଙ୍କୁ ସ୍ୱାଗତ କରିଥିଲେ । ପରେ ପରେ ବ୍ଳକ ପରିସରରେ ଥିବା ସଦଭାବନା ସଭାଗୃହ ପରିସରରେ ବନ୍ୟା ଓ ବାତ୍ୟାକୁ ନେଇ ଏକ ପ୍ରସ୍ତୁତି ବୈଠକରେ ଯୋଗ ଦେଇଥିଲେ । ବୈଠକରେ ବିଡିଓ ଲିପିସା ରାୟ ଓ ସତ୍ୟବାଦୀ ତହସିଲଦାର ଆଲୋକ କୁମାର ଦେହୁରୀ , ବିଜେପି ଜିଲ୍ଲାପରିଷଦ ସଭ୍ୟ ବିଷ୍ଠୁପିୟା ବରାଳ ସଭ୍ୟ ରତିକାନ୍ତ ମିଶ୍ର ଯୋଗ ଦେଇଥିଲେ । ବୈଠକ ଆରମ୍ଭରୁ ସତ୍ୟବାଦୀ ତହସିଲଦାର ଶ୍ରୀ ଦେହୁରୀ କହିଥିଲେ ଯେ ଗଣମାଧ୍ୟମର ପ୍ରତିନିଧି ଓ ଜନସାଧାରଣ ବାହାରିଯିବା ପାଇଁ କହିଥିଷଲ । ଯାହାକୁ ନେଇ ଗଣମାଧ୍ୟମ ପ୍ରତିନିଧି କ୍ଷୋଭପ୍ରକାଶ କରି ବାହାରିବା ବେଳେ ଜୟପୁର ପଞ୍ଚାୟତର ସମିତିସଭ୍ୟ ତଥା ବିଜେପିର ଆଗ ଧାଡିର ନେତା ଦୀପକ ଶତପଥି ଓ ମୁଳ ଅଳସା ପଞ୍ଚାୟତର ପୂର୍ବତନ ସରପଞ୍ଚ ଶଙ୍କର ପ୍ରଧାନ ଏହାକୁ ବିରୋଧ କରି ଗଣମାଧ୍ୟମ ପ୍ରତିନିଧି ଓ ଜନସାଧାରଣ ବୈଠକରେ ଉପସ୍ଥିତ ରହିବାକୁ ବିଧାୟକଙ୍କୁ କହିଥିଲେ । କୃଷି, ଉଦ୍ୟାନ ବିଭାଗ, ସ୍ୱାସ୍ଥ୍ୟ, ପ୍ରାଣୀଚିକିତ୍ସକ, ପୋଲିସ, ଖାଉଟି କଲ୍ୟାଣ ବିଭାଗ, ପାନୀୟ ଜଳ,  ବିଦ୍ୟୁତ ,ଜଳସେଚନ, ସିଡିପିଓ, ଆରଡି, ପୂର୍ତ୍ତବିଭାଗଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ମାନେ ସେମାନଙ୍କ ବିଭାଗ ପକ୍ଷରୁ ବନ୍ୟା, ଓ ବାତ୍ୟା ହେଲେ କ’ଣ କ’ଣ ପଦକ୍ଷେପ ବା ଜନସାଧାରଣଙ୍କୁ ସେବା ଯୋଗାଇ ଦିଆଯାଇ ପାରିବ ସେ ସମ୍ପର୍କରେ ମତ ରଖିଥଲେ ।  ବିଶେଷ କରି ବିଦ୍ୟୁତ ବିଭାଗର ଏସଡିଓ ମତ ରଖିବା ସମୟରେ ବିଧାୟକ କହିଥିଲେ ଯେ ଆପଣ କାହିଁକି ଅଘୋଷିତବିଦ୍ୟୁତ କାଟ କରୁଛନ୍ତି । ଯେଉଁ ଗ୍ରାମକୁ ବାପଞ୍ଚାୟତକୁ ଯିବ ଉକ୍ତ ପଞ୍ଚାୟତର ଜନସାଧାରଣ ଏହି ଅଭିଯୋଗ କରୁଛନ୍ତି । ଏହାର ସନ୍ତୋଷ ଜନକ ଉତ୍ତର ବିଭାଗୀୟ ଏସଡିଓ ଦେଇ ପାରିନଥିଲେ । ବିଧାୟକ ଶ୍ରୀ ମିଶ୍ର କହିଥିଲେ ଯଦି ସତ୍ୟବାଦୀରେ ୩୦ ମିନିଟିରୁ ଅଧିକ ସମୟ ବିଦ୍ୟୁତ କାଟ ଯେ କୌଣସି ଅଞ୍ଚଳରୁ କରିବେ ତା ହେଲେ ମୋ ନଜରକୁ ଆଣିବା ପରେ ବିଦ୍ୟୁତ କାଟ କରିବେ ନଚେତ ମନଇଛା ବା ଅଘୋଷିତ ଭାବେ ବିଦ୍ୟୁତ କାଟ କରିପାରିବେ ନାହିଁ ବୋଲି ବିଭାଗୀୟ ଏସଡିଓଙ୍କୁ ତାଗିଦ କରିଛନ୍ତି । ଉକ୍ତ ବୈଠକରେ ସଠିକ ଭାବେ ବା ପଞ୍ଚାୟତ ସରୀୟ ଜନପ୍ରତିନିଧି ମାନଙ୍କୁ ଡକା ଯାଇନଥିବାରୁ ନାମକୁ ମାତ୍ର ବିଜେପି ସମର୍ଥିତ ୮ରୁ ୧୦ ଜଣ ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନେ ଏହି ବୈଠକରେ ଯୋଗ ଦେଇଥିଷଲ । ଯାହାକୁ ନେଇ ସତ୍ୟବାଦୀରେ ଜନପ୍ରତିନିଧି ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଯୋଗ ଦେଇଥିବା ଜିଲ୍ଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର ବିଧାୟକଙ୍କ ନଜରକୁ ଆଣିବା ସହ ଏହି ବୈଠକକୁ ଆମକୁ ମଧ୍ୟ ଡକାଯାଇ ନାହିଁ ବା ଆମକୁ ଚିଠି କରାଯାଇ ନାହିଁ ବୋଲି ସେ କହିଥିଲେ ।  ବ୍ଳକର ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଷଲ । ବିଡିଓ ଲିପିସା ରାୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ  । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଜିଲ୍ଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୬/୨୦୨୪----୮,୪୫    Sakhigopal News, 27/6/2024

Blog Archive

Popular Posts