Breaking News

ଜଟଣୀ ବଜାରରେ ବହୁଳ ଭାବରେ ବିକ୍ରି ଚାଲିଛି ନକଲି ବ୍ରାଣ୍ଡର ପାଣି ବୋତଲ ; ପ୍ରଶାସନ ନିରବଦ୍ରଷ୍ଟା

 
ଜଟଣି - ସହରର ବିଭିନ୍ନ ବଜାର ତଥା ଗାଁ ଗଣ୍ଡାରେ ମିଳୁଥିବା ପ୍ୟାକିଙ୍ଗ ପାଣିବୋତଲର ଶୁଦ୍ଧତା ନେଇ ସନ୍ଦେହ ସୃଷ୍ଟି ହେଉଛି l ଖରାଦିନେ ସାଧାରଣତଃ ଥଣ୍ଡା ପାଣିର ଚାହିଦା ଅଧିକ ଥିବାରୁ କମ୍ପାନୀ ମାନେ ସ୍ଵଚ୍ଛପାଣି ନା ରେ ନକଲି ପାଣି ବୋତଲ ବଜାରକୁ ଛାଡି ମୁନଫା କମାଉଛନ୍ତି l ବିବାହ, ବ୍ରତଘର, ଜନ୍ମଦିନ, ବିଭିନ୍ନ ସଭାସମିତି, ଓ ଶୁଦ୍ଧ କ୍ରିୟାରେ ପାଣି ବୋତଲର ଚାହିଦା ଅଧିକ ଥିବା ବେଳେ ଏହା ପ୍ରକୃତରେ ବିଶୁଦ୍ଧ ପାଣି ନା ନାହିଁ ତାହା ଜାଣିବା କଷ୍ଟକର ହୋଇପଡୁଛି l କେତକ ପାଣି କମ୍ପନୀ ମଧ୍ୟ ଆକର୍ଷଣୀୟ ପ୍ୟାକିଙ୍ଗ କରି ବଜାରକୁ ବିକ୍ରିପାଇଁ ଛାଡୁଛନ୍ତି l ପ୍ରକୃତରେ ଆଇଏସଆଇ ଦ୍ୱାରା ପରୀକ୍ଷା କରାନଯାଇ କେବଳ ଆଇଏସଆଇ ଲୋଗ ମାରି ଗ୍ରାହକଙ୍କୁ ଠକୁଥିବା ଅଭିଯୋଗ ହୋଉଛି l  ପାଣି କମ୍ପାନୀମାନେ ପାଣିକୁ ଜୀବାଣୁ ମୁକ୍ତ କରିବା ପାଇଁ ଅଲଟ୍ରା ଭାଉଲେଟ ଓ ରିଭର୍ଷ ଅସମୋଶିଷ ପ୍ରକ୍ରିୟା ଅବଲମ୍ବନ କରି ପାଣି ପ୍ୟାକିଙ୍ଗ କରିବା ଉଚିତ୍ l କିନ୍ତୁ ଏଭଳି ପ୍ରକ୍ରିୟା ଅନୁସରଣ ନ କରି ଲୋକଙ୍କ ଜୀବନ ସହ ଖେଳ ଖେଳି ପାଣି ବିକ୍ରି କରୁଛନ୍ତି l ଏହାର ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ନିରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି l ଏପରିକି ବିକ୍ରି ହେଉଥିବା ଅନେକ ପାଣି ବୋତଲରେ ତିଆରି ତାରିଖ ଏବଂ ବ୍ୟବହାରର ଶେଷ ତାରିଖ ଉଲ୍ଲେଖ କରାନଯାଇ ବିକ୍ରି କରାଯାଉଛି l ଫଳରେ ବହୁଦିନ ଧରି ପଡି ରହିଥିବା ପାଣି ବୋତଲ ବିକ୍ରି ହେଉଛି l ଗ୍ରାହକ ମାନେ ଅନେକ ସମୟରେ ଏହି ତାରିଖକୁ ନିଘା ନ କରି ପାଣି ପିଇ ପେଟ ରୋଗରେ ପଡୁଛନ୍ତି l ଏହି ଅବାଧ କାରବାର ସହରର ମୁଖ୍ୟ ରାସ୍ତାକଡ଼ ସମେତ ବିଭିନ୍ନ ଗଳି କନ୍ଦିରେ ଥିବା ଚା, ପାନ, ଜଳଖିଆ ଦୋକାନ, ହୋଟେଲ, ରେସ୍ତୋରାଁ, ଫାଷ୍ଟଫୁଡ ଦୋକାନ ଓ ମୃଦୁପାନୀୟ ଦୋକାନ ଗୁଡିକରେ ବହୁଳ ଭାବେ ଖୁଲମ ଖୁଲା ଉପଲବ୍ଧ ହେଉଛି l ବିଭିନ୍ନ ଗାଁ ଗଣ୍ଡା ରେ ମଧ୍ୟ ଏଭଳି ନକଲି ବ୍ରାଣ୍ଡର ପାଣିବୋତଲ ସୁବିଧା ଓ ସହଜରେ ହାତ ପାହାନ୍ତରେ ଉପଲବ୍ଧ ହେଉଛି l କିନ୍ତୁ ଏ ସବୁ ପାଣି ବୋତଲର ଗୁଣାତ୍ମକ ମାନ ଜାଣିବା ଦୂରେ ଥାଉ ଦୋକାନରୁ ୧0 ଟଙ୍କା କିମ୍ବା ୨0 ଟଙ୍କା ଦେଲେ ବିଭିନ୍ନ ବ୍ରାଣ୍ଡର ପାଣି ବୋତଲ ମିଳିଯାଉଛି l ଏହି ନକଲି ପାଣି ବୋତଲ ପ୍ରସ୍ତୁତ କାରୀ ବ୍ୟବସାୟ ଛତୁ ଫୁଟିଲାଭଳି ମୁଣ୍ଡ ଟେକିଥିବା ଜଣାପଡିଛି l ହେଲେ ସ୍ୱାସ୍ଥ୍ୟ ବିଭାଗ କିମ୍ବା ପ୍ରଶାସନ ଦ୍ୱାରା ଏହାର କୌଣସି ଯାଞ୍ଚ କରାଯାଉନାହିଁ l କମ୍ପାନୀ ଗୁଡିକ ଖର୍ଚ୍ଚ କାଟ ପାଇଁ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି l ଏଭଳି ବେଆଇନ ଭାବେ ଦୈନିକ ହଜାର ହଜାର ଲିଟର ନକଲି ବ୍ରାଣ୍ଡର ପାଣି ବୋତଲ ବିକ୍ରି ହେଉଛି l ପ୍ରଶାସନିକ ନିଷ୍କ୍ରିୟତାର ଫାଇଦା ଉଠାଇ ନକଲି ପାଣି ପ୍ରସ୍ତୁତ କାରୀ ବ୍ୟବସାୟୀ ଆଇନକାନୁନ କୁ ଦଳି ମକଚି ସିଧାସଳଖ ଗ୍ରହକଙ୍କ ଉପରେ ଶୋଷଣ ନୀତି ଆପଣାଇଥିବା ଜଣାପଡିଛି l ଜନସାଧାରଣ ସୁରକ୍ଷା ଓ ହିତ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଭଳି ବେଆଇନ କାରବାର ପ୍ରତି ଧ୍ୟାନ ଦେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୬/୨୦୨୪----୮,୩୫ Sakhigopal News,12/6/2024

Blog Archive

Popular Posts