>>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • >>
  • ସିଏସବି ଜିଲ୍ଲା ସ୍କୁଲରେ ସମ୍ବର୍ଦ୍ଧନା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ
  • >>
  • ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
  • >>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • >>
  • ସୁନୀତା ଛାଡିଲେ ବିଜେଡି, କଂଗ୍ରେସର ହାତ ଧରିଲେ , ଘରକୁ ଫେରିବା ପରେ କର୍ମୀମାନେ ଖୁସି
  • >>
  • ସତ୍ୟବାଦୀ ରେ ବ୍ୟାସ ପୂର୍ଣିମାରେ ଗୁରୁପୂଜନ
  • >>
  • ସତ୍ୟବାଦୀରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ସହିତ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ
  • >>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାରେ ଚାଲିଛି ଡ୍ରେନ କାମ , କାମ ଶେଷ ହେବାର ନାଁ ଗନ୍ଧ ଧରୁନାହିଁ






    ଜଟଣୀ --ପୌରାଞ୍ଚଳ ଅଧୀନ ୮ ନଂ ୱାର୍ଡ ଅନ୍ତର୍ଗତ ତଥା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଡ଼ିଓ କଲୋନୀ, ମହାବୀର କଲୋନୀ, ମଧୁସୂଦନ ନଗର ଏବଂ ରେତଙ୍ଗ କଲୋନୀକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶ୍ୱ ଡ୍ରେନ ର କାମ ଦୀର୍ଘ ୭ ମାସ ହେବ କାମ ଚାଲିଛି । ସରିବାର ନାଁ ଗନ୍ଧ ଧରୁନାହିଁ। ଯାହା ଫଳରେ ସ୍ଥାନୀୟ ବାସିନ୍ଦା ଏବଂ ପଥଚାରୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଲାଣି l ଦୀର୍ଘ ଦିନଧରି ଡ୍ରେନ କାମ ସରୁନଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ବ୍ୟବହାରିକ ନର୍ଦ୍ଦମା ପଚା ପାଣି ଯାମ ହୋଇ ରାସ୍ତାରେ ଅନବରତ ପ୍ରବାହିତ ହୋଇ  ରାସ୍ତାଟି ଖାଲଢିପ ରେ ପରିଣତ ହୋଇ ରାସ୍ତାଟି ନଷ୍ଟ ହେଲାଣି l ସେଠାରେ ଦୁର୍ଗନ୍ଧ ମୟ ବାତାବରଣ ସୃଷ୍ଟି ହେଲାଣି l ସେହି ରାସ୍ତାଦେଇ ପ୍ରତ୍ୟକ ଦିନ ଶହ ଶହ ଲୋକଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଏବଂ ଶିଶୁ ମାନେ ଯିବା ଆସିବା ସମୟରେ ଛୋଟବଡ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି l ଏହି ଘଟଣାକୁ ସ୍ଥାନୀୟ କାଉନସିଲର ଙ୍କୁ ଅବଗତ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ  l ସ୍ଥାନୀୟi କାଉନସିଲର, ପୌରପରିଷଦର କନିଷ୍ଠ ଯନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀ ମାନେ ପୂର୍ବତନ ଆଞ୍ଚଳିକ ଦଳର ଛତ୍ରଛାୟା ତଳେ ରହି ଜନସାଧାରଣଙ୍କ କୌଣସି ଅଭିଯୋଗକୁ ବୃକ୍ଷେପ କରନ୍ତି ନାହିଁ ବୋଲି ସ୍ଥାନୀୟ ବାସିନ୍ଦା କହନ୍ତି l ରାସ୍ତାର ଦୁଇ ପାର୍ଶ୍ୱରେ କିଛି ଖଳ ପ୍ରକୃତିର ଲୋକ ରାସ୍ତାକୁ ମାଡି ବସି ରାସ୍ତା ପାର୍ଶ୍ୱରେ ଦୋକାନ ଗୃହକରି ଡ୍ରେନକୁ ଅବରୋଧ କରି ରଖିଥିବା ବେଳେ ପୌରପ୍ରଶାସନ ସେଗୁଡିକୁ ଉଛେଦ କରି  ସଠିକ ଭାବେ ଡ୍ରେନ  ନିର୍ମାଣ କରିବାକୁ ସାହସ ପାଉନାହିଁ l ଯାହା ଫଳରେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l  ସ୍ଥାନୀୟ ପ୍ରଶାସନିକ ଅଧିକାରୀ ସଠିକ  ତଦନ୍ତ କରି ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଶୀଘ୍ର ଡ୍ରେନ କାମ ସମ୍ପୂର୍ଣ କରିବାକୁ ଦାବି କରିଛନ୍ତି l
    ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୬/୨୦୨୪--୯,୪୦ Sakhigopal News,10/6/2024

    Blog Archive

    Popular Posts