ଭଞ୍ଜନଗର ସହର ଶେଷ ମୁଣ୍ଡରେ ବୁଲୁଛି ବାଘ
ଭଞ୍ଜନଗର--- - ପୁଣି ବାଘ ବୁଲୁଥିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଭଞ୍ଜନଗର ସହରର ଶେଷ ଭାଗରେ କେଏସୟୁବି କଲେଜ୍ ନିକଟ ରାମକୃଷ୍ଣ ନଗର (ଉପର) ନିକଟରେ ଏକ ବାଘ ବୁଲୁଥିବା, ସନ୍ଦେହ ହୋଇଛି । ନିକଟରେ ସଂପୃକ୍ତ ବନ୍ୟ ଜନ୍ତୁ ର ପାଦ ଚିହ୍ନ ଏବଂ ସିସିଟିଭି ଫୁଟେଜ ଆଧାରରେ ବାଘ ଭଳି ଦୃଶ୍ୟମାନ ହେଉଛି । ସୋମବାର ଭୋର ପ୍ରାୟ ୩ ଟା ସମୟରେ ବନ୍ୟଜନ୍ତୁ ଟି ଯାଇଥିବା ସୂଚନା ମିଳିଛି । ଅପରାହ୍ନ ସମୟରେ, ଖବର ପାଇ ବନବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏବଂ ମଙ୍ଗଳବାର ସକାଳେ, ପାଦ ଚିହ୍ନ ସଂଗ୍ରହ ସହ , ସଂପୃକ୍ତ ଅଞ୍ଚଳରେ ବନବିଭାଗ ଟ୍ରାପ କ୍ୟାମେରା ଲଗାଇବ ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି । ତେବେ ଏନେଇ ବନବିଭାଗ ପକ୍ଷରୁ କୈାଣସି ସୂଚନା ଦିଆଯାଇନଥିବା ବେଳେ, ଏହା କଲରାପତରିଆ ବାଘ ହୋଇଥାଇପାରେ ବୋଲି, ସନ୍ଦେହ କରାଯାଉଛି । ତେବେ ଟ୍ରାପ୍ କ୍ୟାମେରା ଏବଂ ପାଦଚିହ୍ନ ସ୍ପଷ୍ଟ ହେଲାପରେ, ତାହା କେଉଁ ପ୍ରଜାତିର ବନ୍ୟଜନ୍ତୁ ସ୍ପଷ୍ଟ ହେବ । ଅନ୍ୟପକ୍ଷରେ, ଗତ କିଛିଦିନ ହେଲା ଭଂଜନଗର ବନଖଣ୍ଡରେ ବାଘ ବୁଲୁଥିବା ସ୍ପଷ୍ଟ ହୋଇଛି । ସେହି ଦୃଷ୍ଟିରୁ ସଂପୃକ୍ତ ଅଞ୍ଚଳରେ ସୋମବାର ଭୋର ସମୟରେ ଯାଇଥିବା ବନ୍ୟଜନ୍ତୁଟି, ବାଘ ହୋଇଥାଇ ପାରେ ବୋଲି ସନ୍ଦେହ ସୃଷ୍ଟି ହୋଇଛି । ଯଦି ଏହା ସତ୍ୟ, ତାହେଲେ ଆଗକୁ ବାଘ ଆତଙ୍କ କୁ ଏଡାଇ ଦିଆଯାଇ ପାରିବନାହିଁ । ଏଣୁ ବନବିଭାଗ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇଛି ବୋଲି ଲୋକମାନେ କହନ୍ତି।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୬/୨୦୨୪-----୯,୫୫ Sakhigopal News,18/6/2024
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୬/୨୦୨୪-----୯,୫୫ Sakhigopal News,18/6/2024