Breaking News

ସମ୍ପତ୍ତି ହାତେଇବା ପାଇଁ ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ ;ଜେସିପି ଚଢାଇ ଘର ଭାଙ୍ଗିବାକୁ ଉଦ୍ୟମ


 

ଜଟଣୀ : ଜଟଣୀ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ମୌଜାରେ ବନମାଳି କଲୋନୀରେ ଆଜକୁ ପ୍ରାୟ ୩୬ ବର୍ଷ ଧରି ବସବାସ କରୁଥିବା ସ୍ଵର୍ଗତ ବ୍ରଜବନ୍ଧୁ ପୃଷ୍ଟିଙ୍କ ସ୍ଥିତିବାନ ସମ୍ପତ୍ତିକୁ ହଡ଼ପ କରିବା ଉଦ୍ଧେଶ୍ୟରେ ଆଇନକାନୁନକୁ ଜଳାଞ୍ଜଳୀ ଦେଇ ତାଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି l ମିଳିଥିବା ସୂଚନା ଅନୁସାରେ ଦୁର୍ବୁତ୍ତଙ୍କ ଆକ୍ରମଣର ଶିକାର ହୋଇଥିବା ବ୍ରଜବନ୍ଧୁଙ୍କ ପୁଅ ଅକ୍ଷୟ ପୃଷ୍ଟି । ଥାନାରେ ହୋଇଥିବା ଲିଖିତ ଅଭିଯୋଗ କ୍ରମେ ଉକ୍ତ ସ୍ଥିତିବାନ ଜମି ଯାହାର ପ୍ଳଟ ନଂ ୫୫୪/୯୦୩, ଏରିଆ ୧୦୫ ଡିସିମିଲି । ଯେଉଁଥିରେ କି ତାଙ୍କର ଯୌଥ ପରିବାର ବାପା ଅମଳରୁ ପକ୍କା ଘର କରି ରହିଆସୁଛନ୍ତି । ବର୍ତ୍ତମାନ ଉକ୍ତ ଜମିକୁ ଜୋରଜବରଦସ୍ତ ଅସାମାଜିକ ଉପାୟରେ ସ୍ଥାନୀୟ ଅଞ୍ଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଗୁଣ୍ଡାଙ୍କ ସହାୟତାରେ ହାତେଇବା ପାଇଁ ଚାପ ପ୍ରୟୋଗ କରୁଛନ୍ତି l ଏପରିକି ଉକ୍ତ ବ୍ୟକ୍ତି ଜଣକ ତହସିଲ କାର୍ଯ୍ଯାଳୟରୁ ଜମି ଅଧିଗ୍ରହଣ ବାବଦରେ ଚଞ୍ଚକତା କରିବା ପାଇଁ ନିରାଶ ହେବା ପରେ ଗତ ୨୩ ତାରିଖ ରବିବାର ଦିନ ପୂର୍ବାହ୍ନ ପ୍ରାୟ ୧୨:୨୦ ମିନିଟ୍ ସମୟରେ ପରିବାର ଲୋକେ ଘରେ ଥିବାବେଳେ ଅଚାନକ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମର ରଘୁନାଥ ବଳବନ୍ତରାୟ,ତାଙ୍କ ପୁଅ, ଭାଇ ଏବଂ ୩୦ ରୁ ୪୦ ଗୁଣ୍ଡା ଶ୍ରେଣୀୟ ଯୁବକ ହାତରେ ଲୁହା ରଡ଼ ଓ ମାରଣାସ୍ତ୍ର ଧରି ନିଜ ସାଙ୍ଗରେ ଏକ ଜେସିପି ଆଣି ତା ସହାୟତାରେ ଉକ୍ତ ପ୍ଳଟରେ ତାଙ୍କର ପାଚେରୀ ଭାଙ୍ଗିବା ସହ ଏକ ନବନିର୍ମିତ ଘର ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ । ଏହା ସହିତ ଘର ବାହାରେ ଲାଗିଥିବା ସିସିଟିଭି କ୍ୟାମେରାକୁ ମଧ୍ଯ ଭାଙ୍ଗି ଦେଇଥିଲେ l ପାଟି ଶୁଣି ବ୍ରଜଙ୍କ ପୁଅ ଓ ନାତି ମାନେ ବାହାରକୁ ଆସି ବିରୋଧ କରିବାରୁ ଲୁହା ରଡ଼ ରେ ଜଣଙ୍କ ପରେ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରି ପକାଇଥିଲେ । ଜଣେ ମହିଳା ସଦସ୍ୟଙ୍କୁ ମଧ୍ଯ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିବା ପାଇଁ ପଛାଇନଥିଲେ l ଏପରିକି ମହିଳା ଜଣଙ୍କ ଏପରି କାର୍ଯ୍ୟକଳାପକୁ ବିରୋଧ କରିବାରୁ ଅଭିଯୁକ୍ତମାନେ ସାଙ୍ଗରେ ନେଇଥିବା ମାରଣାସ୍ତ୍ର ଦେଖାଇ ତାଙ୍କୁ ହତ୍ୟା କରିବାପାଇଁ ଧମକାଇଥିଲେ l ବିଚ୍ ଦିବାଲୋକରେ ଆଇନକାନୁନକୁ ବେଖାତିର ଆତଙ୍କରାଜ ଚଳାଇ ଦୁର୍ବୃତ୍ତ ମାନେ ସେଠାରୁ ଚାଲିଯିବା ପରେ ଆକ୍ରମଣର ଶିକାର ହୋଇଥିବା ପରିବାର ଲୋକେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ ।ପରେ ନ୍ୟାୟ ପାଇଁ ଜଟଣୀ ପୁଲିସକୁ ଲିଖିତ ଭାବେ ଅଭିଯୋଗ କରିବାକୁ ଯାଇଥଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ବିଳମ୍ବରେ ଲିଖିତ ଅଭିଯୋଗ ପତ୍ର ଗ୍ରହଣ କରିଥିଲା  ପୋଲିସ l ଅଭିଯୋଗ ହେବାପରେ ପୁଲିସ ପକ୍ଷରୁ ୨୪୪/୨୪ ରେ ଏକ ମାମଲା ରୁଜୁ କରାଯାଇଥିଲେ ମଧ୍ୟ ଆଜକୁ ତିନିଦିନ ପରେ ମଧ୍ୟ ଗୁଣ୍ଡାଗିରି ଚଳାଇଥିବା ଅଭିଯୁକ୍ତ ଗୋଷ୍ଠୀ ଓ ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ଗିରଫ କରାଯାଇନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି l ଦୁର୍ବୁତ୍ତ ମାନେ ଲୁହାରଡ଼ରେ ସମସ୍ତ ପରିବାର ସଦସ୍ୟଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲେ ମଧ୍ୟ ପୋଲିସ କିପରି 307 ଦଫା ନ ଲଗାଇବା ଅତି ଆଶ୍ଚର୍ଯ୍ୟ ବିଷୟ  ହୋଇଛି l ପରିବାର ପକ୍ଷରୁ ପୁଲିସର ଦ୍ୱାରସ୍ଥ ହେବା ପରେ ଗତକାଲି ସ୍ଵର୍ଗତ ବ୍ରଜଙ୍କର ଏକ ନାତିକୁ କିଛି ଦୁର୍ବୃତ୍ତ ଘର ନିକଟରୁ ଟେକିନେଇ ମରଣାନ୍ତକ ଆକ୍ରମଣ କରି ତୁରନ୍ତ ଘର ଖାଲି କରି ଚାଲିଯିବା ପାଇଁ ଧମକାଇଥିଲେ I ତେବେ ଏହି ଘଟଣା ବାବଦରେ ଥାନାରେ ଏତଲା ଦେବା ପାଇଁ ଯିବାରେ ପୁଲିସ ଏତଲା ଗ୍ରହଣ କରୁନଥିବା ଅଭିଯୋଗ ହେଉଛି l ଏଣେ ପରିବାର ଲୋକଙ୍କ ଜୀବନ ଅସୁରକ୍ଷିତ ଅବସ୍ଥାରେ ଥିବା ବେଳେ ସୁରକ୍ଷା ପାଇଁ ବାଧ୍ୟ ହୋଇ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏକ ନିବେଦନ ପତ୍ର ପ୍ରଦାନ କରାଯାଇଛି ବୋଲି ବ୍ରଜଙ୍କ ପୁଅ ଅକ୍ଷୟ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି l 
ତେବେ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଥିବା ଏଥିରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବା ନେଇ ପୁଲିସ ପକ୍ଷରୁ ତନାଘନା ଚାଲିଥିବା ଶୁଣିବାକୁ ମିଳିଛି l ଏହି ସବୁ ଘଟଣାର ସିସି. ଟିଭି ଫୁଟେଜ ଥାଇ ମଧ୍ୟ ଆଜକୁ ଘଟଣା ଘଟିବାର ତିନି ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି l ଏଥିରେ ପୋଲିସର କୋହଳ ମନୋଭାବ ଦେଖି ପୋଲିସର ସମ୍ପୃକ୍ତି ଅଛି ବୋଲି ପରିବାର ଲୋକଙ୍କ ଦ୍ୱାରା ଅଭିଯୋଗ ହୋଇଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୬/୨୦୨୪-----୧,୩୫ Sakhigopal News,27/6/2024

Blog Archive

Popular Posts