Breaking News

ଉଚ୍ଚ କତୃପକ୍ଷ ଏବଂ ଠିକାଦାରଙ୍କ ଖାମଖିଆଲି ମନୋଭାବ ଯୋଗୁଁ କଚ୍ଛପ ଗତିରେ ଚାଲିଛି ରାସ୍ତା କାମ




ଜଟଣୀ: -ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନର ପଶ୍ଚିମ ପାର୍ଶ୍ଵରେ ଥିବା ମୁଖ୍ୟ ପ୍ରବେଶ ପଥ ପଟ ନବୀକରଣ କାର୍ଯ୍ୟ ସରିଯାଇଛି । ପୂର୍ବ ପଟେ ଥିବା ଲୋକୋ କଲୋନୀ ଠାରେ ଅନ୍ୟ ଏକ ପାର୍ଶ୍ୱ ନବୀକରଣ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି l ନୂତନ ଷ୍ଟେସନ୍ କୋଠା ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି l ଏହି ପରିପ୍ରେକ୍ଷୀରେ ରେଳ ଅଣ୍ଡର ଗ୍ରାଉଣ୍ଡ ଛକ ଠାରୁ ପୁରୁଣା ଲୋକୋସେଢ ପର୍ଯ୍ୟନ୍ତ ଦୁଇ ଥାକିଆ ରାସ୍ତା ନିର୍ମାଣ ପାଇଁ ଆନୁସଙ୍ଗିକ ପ୍ରକ୍ରିୟା କାର୍ଯ୍ଯ ଆରମ୍ଭ ହୋଇ ଉଭୟ ପାର୍ଶ୍ଵରେ ଡ୍ରେନ ମଧ୍ୟ ନିର୍ମାଣ କରାଯାଇଅଛି l ତେବେ ବିଡ଼ମ୍ବନାର ବିଷୟ କଲୋନୀ ବାସିନ୍ଦା, ମୁଖ୍ୟ ଚାଳକ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟକୁ ଆସୁଥିବା ଶତାଧିକ ରନିଂ ଷ୍ଟାଫ ମାନେ ନିର୍ଭର କରୁଥିବା ପୁରୁଣା ରାସ୍ତାଟିକୁ ଠିକା ସଂସ୍ଥା ମାସାଧିକ କାଳ ଧରି ବାଟ ବନ୍ଦ କରିଦେଇଥିବା ବେଳେ ନୂଆ ଭାବେ ସେହି ନିକଟରେ ପ୍ରାୟ ଅଧ କିମି ବ୍ୟାପି ରାସ୍ତାକୁ ଚଉଡା କରିବା ଯୋଜନା ଇତି ମଧ୍ୟରେ ଅନେକ୍ ଦିନ ବିତିବାକୁ ବସିଥିବା ବେଳେ ଏହି କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ସେ ନେଇ ଅନିଶ୍ଚିତତା ଲାଗି ରହିଛି l ଠିକା ସଂସ୍ଥା  ରାସ୍ତା ଉପରେ କ୍ରସର ଗୁଣ୍ଡ ପକାଇ ଦିଆଯିବା ଫଳରେ ପ୍ରବଳ ଧୂଳି ଗୁଣ୍ଡ ଉଡ଼ିବା ସହିତ ରାସ୍ତା ଆବଡାଖାବଡା ହେବାଦ୍ୱାରା ଯାତାୟତରେ ବାଧା ସୃଷ୍ଟି ହେବା ଯୋଗୁଁ ଜନସାଧାରଣ ମାନେ ନାହିଁ ନଥିବା ଅସୁବିଧା ସମୂଖୀନ ହେଉଛନ୍ତି l ଏହି ନୂଆ ରାସ୍ତା ନିର୍ମାଣ ସମ୍ପୂର୍ଣ ନ କରାଯାଇ ପୁରୁଣା ରାସ୍ତାର ଉଭୟ ପାର୍ଶ୍ୱରୁ ମାଟି ତଡାଯାଇ ସେଠାରେ ମୁଖ୍ୟ ତୋରଣ ପାଇଁ ତିନୋଟି ଖମ୍ବ ତିଆରି ପାଇଁ କାହିଁକି ତାକୁ ଯାତାୟାତ ପାଇଁ ଅନୁପଯୋଗୀ କରାଗଲା ତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି l ଏହି ରାସ୍ତା କାର୍ଯ୍ୟପ୍ରତି ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବୀ ହେଉଛି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୬/୨୦୨୪---୯,୫୦ Sakhigopal News,6/6/2024

Popular Posts