Breaking News

ସାକ୍ଷୀଗୋପାଳ ରେଳ ଫାଟକ ଭାଙ୍ଗିଲା , ଦୁର୍ଗ- ପୁରୀ ଟ୍ରେନ ଅଧଘଣ୍ଟା ଅଟକିଲା ; ଖରାରେ ଲୋକମାନେ ନାହିଁ ନଥିବା ହଇରାଣ ଭୋଗିଲେ



ସାକ୍ଷୀଗୋପାଳ----- ସାକ୍ଷୀଗୋପାଳର ଏବେ ବଡ ସମସ୍ୟା ଭାବେ ଠିଆ ହୋଇଛି ରେଳ ଫାଟକ । ଅସମ୍ବବ ରୌଦତାପ ସାଙ୍ଗକୁ ଘଣ୍ଟା ଘଣ୍ଟା ରେଳ ଫାଟକ ପଡିବା ଯୋଗୁ ଜନସାଧାରଣଙ୍କ ସହିତ ରୋଗୀ ଓ ସାକ୍ଷୀଗୋପିନାଥଙ୍କୁ ଦର୍ଶନ କରିବା ପାଇଁ ବିଭିନ୍ନ ରାଜ୍ୟରୁ ଆସୁଥିବା ଶ୍ରଦ୍ଧାଳୁ ମାନେ ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଛନ୍ତି । ଶନିବାର ସକାଳ ୯,୩୫ ମିନିଟିରେ ଦୁର୍ଗ-ପୁରୀ ଟ୍ରେନ ଆସିବା ପାଇଁ ରେଳ ଫାଟକ ପଡୁଥିବା ସମୟରେ କୌଣସି କାରଣରୁ ଗୋଟିଏ ପଟ ରେଳ ଫାଟକଟି ଭାଙ୍ଗି ଯାଇଥିଲା । ଯାହା ଫଳରେକି ରେଳ ଫାଟକ ପଡି ପାରିନଥିଲା । ଗୋଟିଏ ପଟ ରେଳ ଫାଟକ ଅଧା ପଡିବା ପରେ ଅନ୍ୟ ପଟଟି ରାସ୍ତା ଉପରେ ଝୁଲିକି ରହିଥିଲା । ସେହିପରି ରେଳ ଫାଟକ ସଠିକ କାର୍ଯ୍ୟକାରୀ ନ ହେବାରୁ ଟ୍ରେନ ଆସିବା ପାଇଁ ସିଙ୍ଗିନାଲ ମଧ୍ୟ ହୋଇ ପାରିନଥିଲା । ଯାହା ଫଳରେକି ଟ୍ରେନ ଟି ଆଇଟଡୋର ଠାରେ ପଡି ରହିଥିଲା । ଖବର ପାଇ ଷ୍ଟେସନ ମାଷ୍ଟର ତୁରନ୍ତ ଗେଟ ମରାମତି କରିବା ପାଇଁ ମେକାନିକ ମାନଙ୍କୁ ଡକାଇବା ସହ ରେଳ ସୁରକ୍ଷା ବାହିନୀ( ଆରପିଏଫ ) ଯବାନ ସେଠାରେ ରହି ରେଳ ଫାଟକ ଉପରୁ ଲୋକ ମାନଙ୍କୁ ଖାଲି କରିବା ପରେ ଠିଆ ହୋଇ ରହିଥିବା ଦୁର୍ଗ- ପୁରୀ ଟ୍ରେନଟି ପୁରୀ ଅଭିମୁଖେ ଯାଇଥିଲା । କିଛି ସମୟ ପରେ ଭାଙ୍ଗିଥିବା ରେଳ ଫାଟକଟି ମରାମତି ସରିବା ପରେ ସେଠାରେ ଲଗା ଯାଇଥିଲା ।  ରେଳ ଫାଟକ ଭାଙ୍ଗିଯିବା ପରେ ରେଳ ଫାଟକର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ମଟର ଫସିରହିଥିଲା । ଏହି ପରି ଉକ୍ତ ରେଳ ଫାଟକଟି ଅନେକ ଥର ପବନ, ରେଳ ଫାଟକ ପଡିବା ସମୟରେ ଗାଡି ମଟର ସହିତ ମାଡ ହୋଇ ଭାଙ୍ଗି ଯିବାର ନଜର ରହିଛି । ଯାହାକୁ ନେଇ ଆଜି ମଧ୍ୟ ଲୋକମାନଙ୍କ ସହିତ ରେଳ କର୍ମଚାରୀ ମାନଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା । ସୁଚନାଯୋଗ୍ୟ ଯେ ଏହି ରେଳ ଫାଟକ ପାଇଁ ପ୍ରଧାନମନ୍ତ୍ରୀ ଭରଚ୍ୟୁଆଲ ମାଧ୍ୟମରେ ଶିଳାନ୍ୟାସ ୨୫ ଫେବୃଆରୀ ମାସରେ କରିସାରିଛନ୍ତି । ମାତ୍ର ରେଳ ଫାଟକ ଏଠାରେ ,ହବକି ନାହିଁ ସନ୍ଦେହ ଘେରରେ ରହିଛି । ତୁରନ୍ତ ରେଳ ଫାଟକ ଉଠାଇ ସେଠାରେ ରେଳ ବିଭାଗ ପକ୍ଷରୁ ଓଭରବ୍ରିଜ ନିର୍ମାଣ କରିବା ପାଇଁ ସାକ୍ଷୀଗୋପାଳର ବୁଦ୍ଧିଜୀବୀ ଙ୍କ ସହିତ କଲେଜ ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କ ପକ୍ଷରୁ ନୂତନ ଭାବେ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୬/୨୨୪---୭.୧୫    Sakhigopal News, 15/6/2024

Blog Archive

Popular Posts