Breaking News

ଅଜଣା ବ୍ୟକ୍ତିଙ୍କୁ ଉଦ୍ଧାର କଲା ନିଷ୍ଠା ପରିବାର



ବରଗଡ଼ ----
ବରଗଡ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ ଦଶମାଇଲ ଅଞ୍ଚଳ ରେ  ଦୁଇ ତିନି ଦିନ ହେବ ଜଣେ ଅଜଣା ବ୍ୟକ୍ତି ବୟସ ୫୫ଵର୍ଷ ପାଖାପାଖି ହେବ ବୁଲୁଥିବାର ଦଶ ମାଇଲ ବିକାଶ ପରିଷଦ ର ସଭ୍ୟ ମାନେ ଦେଖିଥିଲେ ।  ତାଙ୍କୁ ଖାଦ୍ୟ ପାନୀୟ ଦେଇ  ରଖିଥିଲେ। ଉକ୍ତ ବ୍ୟକ୍ତିଙ୍କୁ ପଚରା ଉଚରା ପରେ ଜାଣିବାକୁ ପାଇଲେ ଯେ ସେ ହେଉଛି ୱାରଙ୍ଗଲର । ତାଙ୍କ ନାମ ଦୟାକର ଓ ସେ ରେଳ ବିଭାଗ ରେ ଠିକା ଶ୍ରମିକ ଭାବେ କାମ କରନ୍ତି । ତାଙ୍କ ପାଖରେ ରେଲୱେ ର ଏକ ପରିଚୟ ପତ୍ର ମଧ୍ୟ ଅଛି। ଦଶ ମାଇଲ ବିକାଶ ପରିଷଦ ର ସଭ୍ୟ ମାନେ ଏ ସଂପର୍କରେ ନିଷ୍ଠା ପରିବାର କୁ ଜଣାଇଥିଲେ । ପରେ ନିଷ୍ଠା ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ ତୁରନ୍ତ ଦଶ ମାଇଲ ଛକ ରେ ପହଞ୍ଚିଥିଲେ। ତାଙ୍କୁ ବୁଝା ବୁଝି କରିବାରୁ ଜଣା ପଡିଲା ଯେ ସେ କୌଣସି କାରଣ ବଶତଃ ଘରୁ ଚାଲିଆସିଥିବା କହୁଛନ୍ତି ଓ ଘର କଥା ମନେ ପକେଇ ବହୁତ କାନ୍ଦୁଛନ୍ତି। ନିଷ୍ଠା ପରିବାର ତରଫ ରୁ ତାଙ୍କୁ ଉଦ୍ଧାର କରାଯାଇ ନିଷ୍ଠା ଭବନ ରେ ରଖାଯାଇ ଖାଦ୍ୟ ପେୟ ଓ ତାଙ୍କୁ ତାଙ୍କ ଘର କୁ ପହଞ୍ଚାଇବାର ସବୁ ଦାୟିତ୍ଵ ନିଷ୍ଠା ପରିବାର ନେବ ବୋଲି ନିଷ୍ଠା ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ କହିଛନ୍ତି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୯/୬/୨୦୨୪----୯,୪୫ Sakhigopal News,19/6/2024

Blog Archive

Popular Posts