ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଲେଭେଲ୍ କ୍ରସିଙ୍ଗ ସଚେତନତା ଦିବସ ପାଳିତ
ଜଟଣୀ --ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଲେଭେଲ୍ କ୍ରସିଙ୍ଗ ସଚେତନତା ଦିବସ ପାଳନ କରାଯାଇଛି। ଲକ୍ଷ୍ୟ ହେଉଛି ସଡକ ବ୍ୟବହାରକାରୀଙ୍କ ମଧ୍ୟରେ ଲେଭେଲ କ୍ରସିଙ୍ଗ ସୁରକ୍ଷା ବିଷୟରେ ସଚେତନତା ବୃଦ୍ଧି କରିବା ଏବଂ ଲେଭେଲ କ୍ରସିଙ୍ଗଠାରେ ଦୁର୍ଘଟଣାକୁ ଏଡ଼ାଇବା | ଖୋର୍ଦ୍ଧା ରୋଡ଼ ମଣ୍ଡଳ, ହରିପୁରଗ୍ରାମ ଜଙ୍କସନ ରେଳ ଷ୍ଟେସନ ନିକଟ ଲେଭେଲ କ୍ରସିଙ୍ଗ ଗେଟ ସଂଖ୍ୟା କେପି-୨ ଠାରେ ଜନସାଧାରଣଙ୍କ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସଚେତନତା ପାଇଁ ଲେଭେଲ କ୍ରସିଙ୍ଗ ଗେଟଠାରେ ସୁରକ୍ଷା ସତର୍କତା ପାଇଁ ଜନ ପରାମର୍ଶ, ଲିଫ୍ଲେଟ ବଣ୍ଟନ, ବ୍ୟାନର ଓ ପୋଷ୍ଟର ପ୍ରଦର୍ଶନ ଏବଂ ସ୍ଲୋଗାନ ଇତ୍ୟାଦି କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଡ଼ ସିଭିଲ ଡିଫେନ୍ସ ସଂଗଠନର ସଦସ୍ୟମାନଙ୍କ ଦ୍ୱାରା ଏକ ପ୍ରଥପ୍ରାନ୍ତ ନାଟକ ମଧ୍ୟ ଆୟୋଜିତ ହୋଇଥିଲା । ଏହି ପ୍ରଥପ୍ରାନ୍ତ ନାଟକ ଦ୍ଵାରା ଜନସାଧାରଣଙ୍କୁ ଶିକ୍ଷିତ କରାଯାଇଥିଲା ଯେ ଟ୍ରେନ ଫାଟକ ଅତିକ୍ରମ କରିବା ପାଇଁ ମାତ୍ର କିଛି ସେକେଣ୍ଡ ସମୟ ନେଇଥାଏ । ତେଣୁ ଫାଟକ ବନ୍ଦ ଥିବା ସମୟରେ ଜନସାଧାରଣ ଧୈର୍ଯ୍ୟ ରଖନ୍ତୁ ଆଉ ଗେଟ୍ ବନ୍ଦ ଥିଲା ବେଳେ ରେଳ ଟ୍ରାକ ଅତିକ୍ରମ କରନ୍ତୁ ନାହିଁ ।ଏହି ସଚେତନତା କାର୍ଯ୍ୟକ୍ରମରେ, ଶ୍ରୀ ଶୁଭ୍ର ଜ୍ୟୋତି ମଣ୍ଡଳ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା), ଖୋର୍ଦ୍ଧା ରୋଡ଼, ଏସ. ସି. ବେହୁରିଆ, ଡେପୁଟି ମୁଖ୍ୟ ନିରାପତ୍ତା ଅଧିକାରୀ, ପୂର୍ବ ତଟ ରେଲୱେ, ଏବଂ ଶ୍ରୀ ଲିଙ୍ଗରାଜ ତ୍ରିପାଠୀ, ବରିଷ୍ଠ ମଣ୍ଡଳ ନିରାପତ୍ତା ଅଧିକାରୀ (କାର୍ଯ୍ୟକାରୀ), ଖୋର୍ଦ୍ଧା ରୋଡ଼, ଲେଭେଲ କ୍ରସିଙ୍ଗ ଠାରେ ଉପସ୍ଥିତ ଥିଲେ । ଶ୍ରୀ ଡି.କେ. ମଲ୍ଲିକ, ଅତିରିକ୍ତ ମଣ୍ଡଳ ନିରାପତ୍ତା ଅଧିକାରୀ, ଖୋର୍ଦ୍ଧା ରୋଡ଼, ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୬/୨୦୨୪----୯,୪୫ Sakhigopal News,6/6/2024