Breaking News

ପ୍ରଗତିଶୀଳ ଗଣତାନ୍ତ୍ରିକ ସାମ୍ମୁଖ୍ୟ ଗଠିତ




ଭଞ୍ଜନଗର -- ସ୍ଥାନୀୟ ନାୟକ ଭବନ ପରିସରରେ ଓଡ଼ିଶାରେ ପ୍ରଥମ କରି ଏକ ପ୍ରଗତିଶୀଳ ଗଣତାନ୍ତ୍ରିକ ସାମ୍ମୁଖ୍ୟ ଗଠିତ ହୋଇଯାଇଛି। ଆଇନଜୀବୀ ସୋମନାଥ ନାୟକ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିବା ବେଳେ ଆଇନଜୀବୀ ଦଣ୍ଡପାଣି ସ୍ୱାଇଁ ବୈଠକରେ ସଂଯୋଜନା କରିଥିଲେ । ପ୍ରାକ୍ତନ ଓକିଲ ସଂଘ ସଭାପତି ଅଭିମନ୍ୟୁ ଗୌଡ଼. ଆଇନଜୀବୀ ବୈଦ୍ୟନାଥ ସାହୁଙ୍କ ସମେତ ଆସିକା ଓକିଲ ସଂଘ ଯୁବ ଆଇନ ଜୀବୀ ଶୁଭ୍ରମନ୍ୟୁ ରାଓ, ଚାଷୀମୁଲିଆ ନେତା ନିରାକାର ନାୟକ, ପୁରୁଖା ସାମ୍ୟବାଦୀ ନେତା ପରୁ ବିଷୋୟୀ,ଶିକ୍ଷକନେତା ପିତାମ୍ବର ପରିଡା, ପ୍ରତାପ କୁମାର ନାୟକ, ଟୁନା ମଳିକ, ବିପ୍ରଚରଣ ନାୟକ ସୁରେନ୍ଦ୍ର ପଟନାୟକ,ଏସ ଏନ ପ୍ରଧାନ, ହିମାଂଶୁ ପାଢ଼ୀ ପ୍ରମୁଖ ଆଲୋଚନାରେ ଭାଗନେଇଥିଲେ । ଆଲୋଚନା ର ଉପଜୀବ୍ୟ ଥିଲା ସାମ୍ୟବାଦୀ ଦଳ ଗୁଡ଼ିକ ମଧ୍ୟରେ କିପରି ଐକ୍ୟ ପ୍ରତିଷ୍ଠା ହେବ । ସେଦିଗରେ ଏ ସାମୁଖ୍ୟ ସମସ୍ତ ଉଦ୍ୟମ କରିବା  । ସାରାଓଡ଼ିଶା ରେ ଏପରି ସାମ୍ମୁଖ୍ୟ ଗଠନ କରି ରାଜ୍ୟ ଓ ଜାତୀୟ ନେତୃତ୍ୱ କୁ ପ୍ରଭାବିତ କରିବ । ନିଜନିଜ ଅଂଚଳର ପ୍ରମୁଖ ଦାବିଗୁଡିକ ଉପରେ ଦାବୀ ହାସଲ ଯାଏଁ ଆନ୍ଦୋଳନ ଅବ୍ୟାହତ ରହିବ । ବର୍ତମାନ ପାଇଁ ପ୍ରତ୍ୟେକ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ କର ଅବା ମର ଆନ୍ଦୋଳନରେ ଝାସ ଦେବାକୁ ମତ ପ୍ରକାଶ ପାଇଛି l ଓଡ଼ିଆ ଭାଷାକୁ ରାଜ୍ୟ ସରକାରଙ୍କପ୍ରତ୍ୟକ ଦପ୍ତରରେ ଆଗାମୀ  ଛଅ ମାସ ମଧ୍ୟରେ ଲାଗୁ କରିବା ପାଇଁ ଚରମ ପତ୍ର ଦେବା । ଏ ଆନ୍ଦୋଳନକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଏକ ପନ୍ଦର ଜଣିଆ କମିଟି ଗଠିତ କରାଯାଇଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୬/୨୦୨୪----୬,୩୫ Sakhigopal News,30/6/2024

Blog Archive

Popular Posts