ପୁଅ ବୋହୁ ବାପା କୁ ପୋଷିଲେ ନାହିଁ କି ଘରେ ରଖିଲେ ନାହିଁ ; ଶେଷରେ ବୃଦ୍ଧାଶ୍ରମ ରେ ଥଇଥାନ କଲା ନିଷ୍ଠା ପରିବାର
ବରଗଡ ଜିଲ୍ଲା ଅନ୍ତର୍ଗତ ସୋହେଲା ବ୍ଲକର ଖଲିଆପାଲି ଗ୍ରାମ ରେ ବସବାସ କରନ୍ତି ସନୁ ବିଶି ୭୦ବର୍ଷ। ତାଙ୍କର ଏକ ମାତ୍ର ପୁଅ ଓ ବୋହୁ ଅଛନ୍ତି। ଯେଉଁ ବାପା ପୁଅ କୁ ଛୋଟ ରୁ ବଡ଼ କଲା, ଚାଲିବା ଶିଖାଇଲା,ମଣିଷ କଲା,ପୁଅ ଘର ସଂସାର କରି ସୁଖରେ ରହିବ ବୋଲି ବାହା କଲା ଆଜି ସେ ବାପା ପୁଅ ପାଇଁ ଅଲୋଡ଼ା।ଦୀର୍ଘ ସାତ ଦିନ ହେବ ପୁଅ ବୋହୁ ସହିତ ନିଜ ଘରେ ମୁଣ୍ଡ ଗୁଞ୍ଜିବା ପାଇଁ ବାପା ସୋହେଲା ଥାନା ର ଦ୍ବାରସ୍ଥ ହେଲା। ଥାନା କର୍ମଚାରୀ ବି ଅନେକ ଥର ଖବର ଦେଲେ ହେଲେ ପୁଅ ବାପାକୁ ଘରକୁ ନେବା ପାଇଁ ବିଲକୁଲ ରାଜି ହେଲା ନାହିଁ। ଶେଷ ରେ ଥାନା ଅଧିକାରୀ ଅନୂପ ରଂଜନ ବାରିକ ସ୍ଵେଚ୍ଛାସେବୀ ନିଷ୍ଠା ପରିବାର କୁ ଏହି ଖବର ଦେଲେ। ନିଷ୍ଠା ପରିବାର ମହିଳା ଶାଖା ର ମୁଖ୍ୟ ତ୍ରିପୁରା ସୁହୁଲା ଓ ସକ୍ରିୟ ସଦସ୍ୟା ସୁତପା ଗଡତିଆ ସୋହେଲା ଥାନା କୁ ପହଞ୍ଚି ସବୁ କଥା ବୁଝାବୁଝି କରିବା ପରେ ବିଜେପୁର ରେ ଥିବା ପାର୍ବତୀ ଗିରି ବୃଦ୍ଧାଶ୍ରମ ର ମୁଖ୍ୟ ଜଳନ୍ଧର ପଟେଲ ଙ୍କ ସହ ଯୋଗାଯୋଗ କରିଥିଲେ। ଶେଷରେ କନଷ୍ଟେବଲ କ୍ଷୀତିଶ ଚନ୍ଦ୍ର ସାହୁ ବୃଦ୍ଧାଙ୍କୁ ନିଜ ବାଇକ ରେ ବସାଇ ବୃଦ୍ଧାଶ୍ରମ ରେ ପହଂଚାଇଥିଲେ ଓ ତାଙ୍କୁ ଥଇଥାନ କରାଯାଇଥିଲା। ବିଜ୍ଞାନ ଯେତେ ଉନ୍ନତି କରୁଛି ଆମ ମାନସିକ ସ୍ଥିତି ସେତେ ତଳକୁ ତଳକୁ ଯାଉଛି।ପୁଅ ଝିଅ ଥିବା ବାପା ମା ଯଦି ବୃଦ୍ଧାଶ୍ରମ ରେ ଥଇଥାନ ହେବେ....ତେବେ ଅସହାୟ ଗରିବ ନିଷ୍ପେସିତ ସେମାନେ ଯିବେ କୁଆଡେ..?। ଏହା ବର୍ତ୍ତମାନ ସମାଜ ଏକ ବଡ ପ୍ରଶ୍ନ। ସୋହେଲା ଥାନା ର ସମସ୍ତ ପଦାଧିକାରୀ ଓ ପାର୍ବତୀ ଗିରି ବୃଦ୍ଧାଶ୍ରମ ର ମୁଖ୍ୟ ଜଳନ୍ଧର ପଟେଲ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଦିଆଯାଇଛି ।ଏ ଖବର ଜାଣିବା ପରେ ପୁଅ ବୋହୁ, ସତ ବୁଦ୍ଧି ଉଦୟ ହେଲେ, ନିଶ୍ଚୟ ବୃଦ୍ଧାଶ୍ରମ ଯାଇ ନିଜ ବାପା ଙ୍କୁ ସସମ୍ମାନେ ଘର କୁ ଆଣିବେ ବୋଲି ନିଷ୍ଠା ପରିବାର ଆଶା ଓ ବିଶ୍ବାସ