Breaking News

ଜଟଣୀସ୍ଥ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରି-କ୍ଲିନିକାଲ ଅଧ୍ୟୟନ ପଶୁ ହସ୍ତାନ୍ତର ଏବଂ ଜେନେରେଟିଭ

ଜଟଣୀ -- ଜଟଣୀସ୍ଥ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟରସ୍କୁଲ ଅଫ ଫାର୍ମାସୀ ଆଣ୍ଡ ଲାଇଫ ସାଇନ ଏବଂ ସ୍କୁଲ ଅଫ ପାରାମେଡିକସ ଆଣ୍ଡ ଆଲାଏଡହେଲଥ ସାଇନସ୍ପର ମିଳିତ ଆନୁକୁଲ୍ୟରେ ତଥା ଆୟୁଷ ପ୍ରଯୋଜିତ " ପ୍ରି-କ୍ଲିନିକାଲ ଅଧ୍ୟୟନ ପଶୁ ହସ୍ତାନ୍ତର ଏବଂ ଜେନେରେଟିଭ " ଶୀର୍ଷକ ଏକ ଦୁଇ ଦିନିଆଜାତୀୟ ସମ୍ମିଳନୀ ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେଜଟଣୀ ନିକଟସ୍ଥ ନାଇଜର ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ହିରେନ୍ଦ୍ର ନାଥ ଘୋଷ, ବିଶ୍ୱବିଦ୍ୟାଳୟରକୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ, ଉପକୁଳପତି ପ୍ରଫେସର ବିଶ୍ବଜିତ୍‌ ମିଶ୍ର, ଉପକୁଳପତିପ୍ରଫେସର ଅଜୟ କୁମାର ନାୟକ, କ୍ୟାମଷ୍ପ ନିର୍ଦ୍ଦେଶକ ପ୍ରଫେସର ଜଗନ୍ନାଥ ପାଢ଼ୀ, ଭେଷଜ ବିଜ୍ଞାନଋେ ବିଭାଗର ନିର୍ଦ୍ଦେଶକ ଡକ୍ଟର, ପ୍ରଫୁଲ୍ଲ ନନ୍ଦୀ, ବିଭାଗୀୟ ମୁଖ୍ୟ ପ୍ରଫେସର ଗୁରୁଦତ୍ତ ପଟ୍ଟନାୟକ,ଉପମୁଖ୍ୟ ଡକ୍ଟର, ହିମାଂଶୁ ଭୁଷଣ ସାମଲ, ପାରାମେଡିକସ ବିଭାଗୀୟ ମୁଖ୍ୟ ଡକ୍ଟର. ସୌମ୍ୟା ଜଲ ପ୍ରମୁଖଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଅତିଥି ମାନେ ଉଦଘାଟନ କରିଥିଲେ। ଏହି ଦୁଇ ଦିନିଆ କର୍ମଶାଳାରେରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଛାତ୍ର,ଛାତ୍ରୀ ,ଶିକ୍ଷକ  ଶିକ୍ଷୟିତ୍ରୀ ଯୋଗଦାନ ଦେଇଥିଲେ।କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଓଡ଼ିଶା ଓ ଅନ୍ୟ ରାଜ୍ୟରୁ ଆସିଥିବା ବାଗ୍ମୀ କଥାକାର ବର୍ତମାନପରିସ୍ଥିତିରେ ପ୍ରାକ ରୋଗ ନିଦାନରେ ସୃଜନକ୍ଷମ କୃତ୍ରିମ ବୋଧଶକ୍ତି ଓ ପ୍ରୟୋଗଶାଳ ପଶୁ ଆଲୋକପାତ ବ୍ୟବହାରର ଉପାଦେୟତା ସମ୍ପର୍କରେ  କରିଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ମୌଖିକ ,ବକ୍ତୃତା, ବିଜ୍ଞାପନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଅଂଶ ଗ୍ରହଣକାରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ସହିତ ଭେଷଜ ବିଜ୍ଞାନ ଏବଂ ପାରାମେଡିକସ ବିଭାଗର ଅଧ୍ୟାପକ ଡକ୍ଟର ଆଶୀର୍ବାଦ ନନ୍ଦ, ଡକ୍ଟର ସୁମନ କୁମାର ମେକାପ, ସତିଶ କହଁର ଓ ସହାୟକ ସ୍ବାସ୍ଥ୍ୟ ସେବା ବିଭାଗର ଅଧ୍ୟାପିକା ସଙ୍ଗୀତା ଛୋଟରାୟ, ସୋନାଲି ମହାପାତ୍ର ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ  ଯନ୍ତ୍ର ମାଧ୍ୟମରେ ପ୍ରୟୋଗଶାଳା ପଶୁ ବ୍ୟବହାର କରି କିପରି ଭାବରେ ରୋଗ ନିଦାନ ପରୀକ୍ଷା କରାଇ ନେବା ସେ ବିଷୟରେ ବୁଝାଇଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇଥ‌ିବା ଭାଷ୍ୟକାର ତଥା ଗବେଷକ ମାନଙ୍କ ଓଜସ୍ବୀ ବାଗ୍ମୀତା ପାଇଁ ସେମାନଙ୍କୁ ବିଶ୍ବବିଦ୍ୟାଳୟ ତରଫରୁ ସମ୍ବଦ୍ଧିତ କରାଯାଇଥିଲା। ପରିଶେଷରେ ପାରାମେଡିକାଲ ବିଭାଗର ଅଧ୍ୟାପିକା ଡକ୍ଟର, ମୋନାଲି ପ୍ରିୟଦର୍ଶନି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।  ଏବଂ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥ‌ିବା ପ୍ରତିଯୋଗୀ ମାନେ ଏହି ଦୁଇ ଦିନିଆ କର୍ମଶାଳାର ପ୍ରାଧାନ୍ୟ ସମ୍ପର୍କରେ ନିଜ ନିଜର ଅନୁଭୂତି ବଖାଣି ଥିଲେ। କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମକୁ ଚନ୍ଦନ ବ୍ରହ୍ମା,ବିକାଶ ରଞ୍ଜନ ଜେନା, ବିଶ୍ବମୋହନ ସାହୁ, କିର୍ତିମୟ ମିଶ୍ର, ଜ୍ଞାନ ରଞ୍ଜନ ପରିଡ଼ା, ଯଶୋବନ୍ତ ଗିରି,ସୁଚରିତା ବାବୁ, ରୂପାଲି ରୂପସ୍ଥିତା ରାଉତ, ରଶ୍ମିତା ଜେନା, ଆରାଧନା ପାଣିଗ୍ରାହୀ, ପ୍ରସନ ପରିଡ଼ା,ପ୍ରତାପ ପାତ୍ର, ରଶ୍ମିତା ଦାସ, ସତ୍ୟ ନାରାୟଣ ତ୍ରୀପାଠୀ, ଦିପ୍ତିମୟୀ ଜେନା,ଜ୍ୟୋତ୍ସ୍ନା ରାଣୀ ଦାସ, ବୀଣାପାଣି ବାରିକ, ଶୁଭଶ୍ରୀ ଦାସ, ସଲୋନି ପଟ୍ଟନାୟକ, ଶ୍ରୀକାବ୍ୟା ଗାନ୍ଧୀ, ସୌମ୍ୟ ଶାଶ୍ଵତୀପାଣିଗ୍ରାହୀ ପ୍ରମୁଖ ସୂଚାରୁ ରୂପେ ପରିଚାଳନା କରିଥିଲେ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୧/୭/୨୦୨୪----୧୦,୪୫ Sakhigopal News,1/7/2024

Blog Archive

Popular Posts