ଗଞ୍ଜାମ ଜିଲ୍ଲା ଓଷ୍ଟlର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ଭଞ୍ଜନଗର :-ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟl)ର ଜିଲ୍ଳା କାର୍ଯ୍ୟକାରିଣୀ ବୈଠକ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ଡିହପଢାଳ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ସଭାପତି ସନ୍ତୋଷ ଜେନା ଅଧକ୍ଷତା କରିଥିଲେ ।ଅନ୍ଯ ଅତିଥି ଭାବେ ଭାଇଚାରା ସଂଗଠନ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ, ରାଜ୍ୟ ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ଓଷ୍ଟl ଜିଲ୍ଳା ସଂଗଠନର ସମ୍ପାଦକ ବିଜୟ କୁମାର ବେହେରା, ଉପସଭାପତି ଅଶୋକ କୁମାର ହୋତା, ଉପଦେଷ୍ଟା ହିମାଂଶୁ କୁମାର ପଟ୍ଟନାୟକ, ଭିକାରୀ ଚରଣ ଗୌଡ଼, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ଼ଃ. ବିଜୟ ଚନ୍ଦ୍ର ମହାରଣା, ରାମଚନ୍ଦ୍ର ପୋଲେଇ, ଭଞ୍ଜନଗର ବ୍ଲକ ସଭାପତି ଦିଲ୍ଲୀପ କୁମାର ସ୍ୱାଇଁ, ସମ୍ପାଦକ ଗୌରୀନନ୍ଦନ ହୋତା ଯୋଗ ଦେଇ ସଭାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ କହିଥିଲେ l ଓଷ୍ଟl ଜିଲ୍ଲା ତରଫରୁ ନବନିର୍ବାଚିତ ବିଧାନସଭା ସଦସ୍ୟ ପ୍ରଦ୍ୟୁମ୍ନ କୁମାର ନାୟକ ଓ ନୀଳମଣି ବିଷୋୟୀଙ୍କୁ ଉପଢୌକନ ଓ ଫୁଲତୋଡ଼ା ଦେଇ ଅଭିନନ୍ଦନ ଜଣାଯାଇଥିଲା l ଶିକ୍ଷକ ଭାଇ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆମ ସରକାର ବେଶ ଅବଗତ ଥିବା ଓ ଏହାର ସମାଧାନ ଉପରେ ଗୁରୁତ୍ୱ ଦିଆଯିବବୋଲି ନବ ନିର୍ବାଚିତ ବିଧାୟକ କହିଥିଲେ l ବିଧାୟକଙ୍କ ପ୍ରତିଶୃତି ପାଇଁ ଶିକ୍ଷକଭାଇମାନେ ଉତ୍ସlହିତ ହୋଇଥିଲେ l ସଭାରେ ଆସନ୍ତା ୧୭ ଜୁଲାଇରେ ରାଜ୍ୟ ସଂଗଠନର ନିର୍ଦେଶ ପ୍ରକାରେ ଶିକ୍ଷୟିତ୍ରୀ ଭଉଣୀମାନଙ୍କୁ ନେଇ ଜିଲ୍ଳା କାର୍ଯ୍ୟାଳୟ, ପ୍ରେମନଗର, ବ୍ରହ୍ମପୁର ଠାରେ ଏକ ମହିଳା ସମାବେଶ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା l ବୈଠକରେ ବାଇଶି ଟି ବ୍ଲକ ଓ ବ୍ରହ୍ମପୁର ମୁନିସିପାଲିଟିରୁ ଶତାଧିକ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇଥିଲେ l ଜିଲ୍ଲା ଓଷ୍ଟl ସଂଗଠନକୁ ତୃଣମୂଳ ସ୍ତରରୁ ସଂଗଠିତ କରିବାପାଇଁ ପ୍ରତିବ୍ଲକରେ ସଭାକରି ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରାଯିବା୮ ଉପରେ ଆଲୋଚନା କରାଯାଇଥିଲା l ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ସହଯୋଗ କରିଥିଲେ l ଶେଷରେ ବିଜୟ ଚନ୍ଦ୍ର ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୬/୨୦୨୪----୯,୧୦ Sakhigopal News,22/6/2024